ଯାଜପୁର: ଜିଲ୍ଲାରେ ଜାରି ରହିଛି ଦ୍ବିତୀୟ ପର୍ଯ୍ୟାୟ କୋରୋନା ନିରାକରଣ ପାଇଁ ଟିକାକରଣ କାର୍ଯ୍ୟକ୍ରମ । ଏହି କ୍ରମରେ ଆଜି ଜିଲ୍ଲାର ବ୍ୟାସନଗର ପୌରପରିଷଦ କାର୍ଯ୍ୟାଳୟରେ କର୍ମଚାରୀଙ୍କୁ କୋଭିଡ୍ ଟିକା ଦିଆଯାଇଛି । ଏହି ଟିକାକରଣ କାର୍ଯ୍ୟକ୍ରମରେ ପୌର କାର୍ଯ୍ୟାଳୟର ଅଧିକାରୀ, ଯନ୍ତ୍ରୀ ଓ ଅନ୍ୟାନ୍ୟ କର୍ମଚାରୀମାନେ ସାମିଲ ହୋଇ ଟୀକା ନେଇଛନ୍ତି ।
ଏଥିପାଇଁ ପୂର୍ବରୁ ନାମ ପଞ୍ଜିକରଣ କରାଯାଇଥିବାବେଳେ ମୋଟାମୋଟି 125 ଜଣ କର୍ମଚାରୀଙ୍କୁ ଟିକାଦାନ ପାଇଁ ବ୍ୟବସ୍ଥା କରାଯାଇଥିବା କାର୍ଯ୍ୟ ନିର୍ବାହୀ ଅଧିକାରୀ ସୂଚନା ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ପୌର କର୍ମଚାରୀ କିଶୋର କୁମାର ରାଉତ୍ ପ୍ରଥମେ ଟିକା ନେଇଥିଲେ । ଏଠାରେ କର୍ମଚାରୀଙ୍କ ନିକଟରେ କୌଣସି ପାର୍ଶ୍ବ ପ୍ରତିକ୍ରିୟା ଦେଖାଯାଇନଥିଲା । ଏଥିରେ କେହି ବି ଭୟଭୀତ ନହୋଇ ବିନା ଦ୍ବିଧାରେ କୋରୋନାକୁ ହଟାଇବାକୁ ଟିକା ନେବା ଜରୁରୀ ବୋଲି କାର୍ଯ୍ୟନିର୍ବାହୀ ଅଧିକାରୀ କହିଥିଲେ ।
ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ