ETV Bharat / state

ଜାରକା ଷ୍ଟାଡିୟମ ବୁଲିଲେ OCA ବୈଷୟିକ ଟିମ୍‌, ରଣଜୀ ପାଇଁ ମିଳିଲା ସବୁଜ ସଙ୍କେତ - cricket latest newsa

ଜାରକାଠାରେ ଥିବା କଳ୍ପତରୁ ଦାସ ଷ୍ଟାଡିୟମରେ ଓଡିଶା କ୍ରିକେଟ ଆସୋସିଏସନର ବୈଷୟିକ ଟିମ୍ । ଏଠାରେ ରଣଜୀ ମ୍ୟାଚ୍ ଖେଳାଯିବ ବୋଲି ଟିମ ପକ୍ଷରୁ ସବୁଜ ସଙ୍କେତ ମିଳିଛି । ଯାହାକୁ ନେଇ କ୍ରୀଡାପ୍ରେମୀଙ୍କ ମଧ୍ୟରେ ଉତ୍ସାହ ପରିଲକ୍ଷିତ ହୋଇଛି । ପଢନ୍ତୁ ସମ୍ପୂର୍ଣ୍ଣ ଖବର..

ଜାରକା ଷ୍ଟାଡିୟମ ପରିଦର୍ଶନ କଲେ ଓସିଏର ବୈଷୟିକ ଟିମ୍‌, ରଣଜୀ ପାଇଁ ମିଳିଲା ସବୁଜ ସଙ୍କେତ

author img

By

Published : Dec 3, 2020, 3:34 PM IST

ଯାଜପୁର: ଜିଲ୍ଲା ଜାରକାଠାରେ ଥିବା କଳ୍ପତରୁ ଦାସ ଷ୍ଟାଡିୟମରେ ଓଡିଶା କ୍ରିକେଟ ଆସୋସିଏସନର ବୈଷୟିକ ଟିମ୍ । ଆଜି ଷ୍ଟାଡିୟମରେ ଥିବା ଖେଳ ପଡିଆ ଓ ଭିତ୍ତିଭୂମିର ଅନୁଧ୍ୟାନ କରିଛନ୍ତି ଟିମର ସଦସ୍ୟମାନେ । ପ୍ରଥମେ ଗ୍ରାଉଣ୍ଡକୁ ବୁଲି ଦେଖିବା ସହ ପିଚ୍‌ ନୀରିକ୍ଷଣ କରିଥିଲେ । ଏଥିସହ ଭିତ୍ତିଭୂମି ଓ ଆନୁସଙ୍ଗିକ ବ୍ୟବସ୍ଥାର ଅନୁଧ୍ୟାନ ମଧ୍ୟ କରିଥିଲେ ।

ଜାରକା ଷ୍ଟାଡିୟମ ପରିଦର୍ଶନ କଲେ ଓସିଏର ବୈଷୟିକ ଟିମ୍‌, ରଣଜୀ ପାଇଁ ମିଳିଲା ସବୁଜ ସଙ୍କେତ

ଧର୍ମଶାଳା ଭଳି ଗ୍ରାମାଞ୍ଚଳରେ ଏଭଳି ଉନ୍ନତମାନର ଷ୍ଟାଡିୟମ ପ୍ରସ୍ତୁତ ଥିବା ଦେଖି କମିଟିର ସଦସ୍ୟମାନେ ବେଶ୍ ଉତ୍ସାହିତ ହୋଇଥିଲେ । ଷ୍ଟାଡିୟମ ପରିଦର୍ଶନ ସମୟରେ ଧର୍ମଶାଳା ବିଧାୟକ ପ୍ରଣବ କୁମାର ବଳବନ୍ତରାୟ ସାମିଲ ହୋଇ ସମସ୍ତ ବ୍ୟବସ୍ଥା ସଂପର୍କରେ ଓସିଏ ବୈଷୟିକ ଟିମର ଦୃଷ୍ଟି ଆକର୍ଷଣ କରିଥିଲେ । ଆବଶ୍ୟକ ସ୍ଥଳେ ଓସିଏ ପକ୍ଷରୁ ସମସ୍ତ ପ୍ରକାର ସହଯୋଗ ଯୋଗାଇଦିଆଯିବା ସହ ଏଠାରେ ରଣଜୀ ମ୍ୟାଚ୍ ଖେଳାଯିବ ବୋଲି ଟିମ ପକ୍ଷରୁ ସବୁଜ ସଙ୍କେତ ମିଳିଛି । ଯାହାକୁ ନେଇ କ୍ରୀଡାପ୍ରେମୀଙ୍କ ମଧ୍ୟରେ ଉତ୍ସାହ ପରିଲକ୍ଷିତ ହୋଇଛି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.