ETV Bharat / state

ଲକଡାଉନ ପାଇଁ ଘର ଭଡା ନଦେଇ ପାରିବାରୁ ବାହାର କରିଦେଲେ ଘର ମାଲିକ

ଘରଭଡା ବାବଦ ଟଙ୍କା ଦେଇ ନଥିବାରୁ ଭଡାରେ ରହୁଥିବା ଏକ ପରିବାରର ସମସ୍ତ ଆସବାସପତ୍ର ଫିଙ୍ଗିଦେବା ସହ ତାଙ୍କୁ ଜୋର ଜବରଦସ୍ତ ଘରୁ ବାହାର କରିଦେଇଛନ୍ତି । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ବ୍ୟାସନଗର ପୌରାଞ୍ଚଳରେ । ଅଧିକ ପଢ଼ନ୍ତୁ...

landlord evicted
ଲକଡାଉନ ପାଇଁ ହିନସ୍ତା
author img

By

Published : May 1, 2020, 11:08 PM IST

ଯାଜପୁର: ଲକଡାଉନ ପାଇଁ ସବୁଠି ଏବେ ତାଲା ବନ୍ଦ । ଏଭଳି ପରିସ୍ଥିତିରେ ଘରଭଡା ଆଦାୟ ନକରିବାକୁ ମୁଖ୍ୟମନ୍ତ୍ରୀ ଘର ମାଲିକଙ୍କୁ ଅନୁରୋଧ କରିଥିଲେ । ହେଲେ ଶୁକ୍ରବାର ଏଭଳି ଜଣେ ଘର ମାଲିକଙ୍କ ଅମାନୁଷିକ କାଣ୍ଡ ଦେଖିବାକୁ ମିଳିଛି ।

ଲକଡାଉନ ପାଇଁ ହିନସ୍ତା

ଘରଭଡା ବାବଦ ଟଙ୍କା ଦେଇ ନଥିବାରୁ ଭଡାରେ ରହୁଥିବା ଏକ ପରିବାରର ସମସ୍ତ ଆସବାସପତ୍ର ଫିଙ୍ଗିଦେବା ସହ ତାଙ୍କୁ ଜୋର ଜବରଦସ୍ତ ଘରୁ ବାହାର କରିଦେଇଛନ୍ତି । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ବ୍ୟାସନଗର ପୌରାଞ୍ଚଳରେ ।

ସ୍ଥାନୀୟ କୋପଣ୍ଡ ଗ୍ରାମର ବାବାଜୀ ଚରଣ ଦାସ ନାମକ ଏହି ଘର ମାଲିକ କେନ୍ଦୁଝର ଜିଲ୍ଲା ଦଇତାରୀ ଅଞ୍ଚଳର ଜିତୁ କାରୁଆଙ୍କୁ ଘର ଭଡା ଆକାରରେ ଦେଇଥିଲେ । ଏଠାରେ ଜିତୁ ତାଙ୍କ ପତ୍ନୀ ଓ ୪ ଛୋଟ ପିଲାଙ୍କୁ ଧରି ରହିବା ସହ ଦିନ ମଜୁରିଆ ଭାବେ କାମ କରୁଥିଲେ ।

ହେଲେ ବର୍ତମାନ ଲକଡାଉନ ପାଇଁ କାମ ବନ୍ଦ ଥିବାରୁ ସେ ଘର ଭଡା ଦେଇପାରି ନଥିଲେ । ଘର ମାଲିକ ବାରମ୍ବାର ଘର ଭଡା ବାବଦ ଟଙ୍କା ମାଗି ତାଙ୍କୁ ମାନସିକ ନିର୍ଯ୍ୟାତନା ଦେଇ ଆସୁଥିଲେ । ତେବେ ଶୁକ୍ରବାର ଉକ୍ତ ଘର ମାଲିକ ଆସବାସପତ୍ର ଫିଙ୍ଗିଦେବା ସହ ତାଙ୍କୁ ଘରୁ ଜୋର ଜବରଦସ୍ତ ବାହାର କରି ତାଲା ପକାଇ ଦେଇଥିଲେ ।

ଏନେଇ ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେବା ପରେ ଯାଜପୁର ରୋଡ ପୋଲିସ ସେଠାରେ ପହଞ୍ଚି ଘର ମାଲିକଙ୍କୁ ତାଗିଦ କରିବାରୁ ସେ ଘର ଖୋଲି ପୁନଶ୍ଚ ଜିତୁଙ୍କ ପରିବାରକୁ ରହିବାକୁ ଦେଇଥିଲେ ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.