ETV Bharat / state

ଶ୍ମଶାନ ମାଟି ତଳୁ ଯୁବତୀଙ୍କ ମୃତଦେହ ଉଦ୍ଧାର

author img

By

Published : Jun 1, 2021, 10:22 PM IST

ସନ୍ଦେହ ଜନକ ଭାବେ ଶ୍ମଶାନ ମାଟି ତଳୁ ଯୁବତୀଙ୍କ ମୃତ ଦେହ ଉଦ୍ଧାର । ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହକୁ ଜବତ କରି ଘଟଣାର ତଦନ୍ତ ଜାରି ରଖିଛି । ଅଧିକ ପଢନ୍ତୁ...

ଶ୍ମଶାନ ମାଟି ତଳୁ ଯୁବତୀଙ୍କ ମୃତଦେହ ଉଦ୍ଧାର
ଶ୍ମଶାନ ମାଟି ତଳୁ ଯୁବତୀଙ୍କ ମୃତଦେହ ଉଦ୍ଧାର

ଯାଜପୁର: ମାଟି ତଳୁ ଯୁବତୀଙ୍କ ମୃତଦେହ ଉଦ୍ଧାର । ତିନିଦିନ ତଳେ ଯୁବତୀଙ୍କର ଅସ୍ବାଭାବିକ ମୃତ୍ୟୁ ଘଟିଥିଲା । ମୃତ୍ୟୁ ପରେ ପୋଲିସ ଅଗୋଚରରେ ପରିବାର ଲୋକେ ଗାଁ ମଶାଣିରେ ଗଭୀର ଗର୍ତ୍ତ କରି ଯୁବତୀଙ୍କ ମୃତଦେହକୁ ପୋତି ଦେଇଥିବା ନେଇ ପୋଲିସର ସେନ୍ଦହ ।

ଶ୍ମଶାନ ମାଟି ତଳୁ ଯୁବତୀଙ୍କ ମୃତଦେହ ଉଦ୍ଧାର

ମୃତ୍ୟୁର ତିନି ଦିନ ପରେ ପୋଲିସ୍ କୌଣସି ବିଶ୍ବସ୍ତ ସୂତ୍ରରୁ ଖବର ପାଇ ଆଜି ମଶାଣିରେ ପହଞ୍ଚିଛି । ଅନ୍ୟପଟେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ପୋଲିସ୍ ମେସିନ୍ ଯୋଗେ ମାଟି ତଳୁ ମୃତ ଦେହକୁ ଉଦ୍ଧାର କରିବା ସହ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି ।

ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅନ୍ତର୍ଗତ ଆରୁହା ଗାଁରେ । ସ୍ବର୍ଗତ ଅନନ୍ତ ଜେନାଙ୍କ ଝିଅ ଉପାସନାଙ୍କର ଗତ ରବିବାର ଦିନ ମୃତ୍ୟୁ ଘଟିଥିଲା । ଏସପିଙ୍କ ନିର୍ଦ୍ଦେଶ କ୍ରମେ ଯୁବତୀଙ୍କର କେଉଁ କାରଣରୁ ମୃତ୍ୟୁ ହୋଇଛି ସେ ନେଇ ତଦନ୍ତ ଆରମ୍ବ କରିଛି ଧର୍ମଶାଳା ପୋଲିସ । ଶ୍ମଶାନରୁ ମାଟି ତାଡି ଜେ ଯୁବତୀଙ୍କ ମୃତଦେହ କୁ ବାହାର କରିବା ପାଇଁ ଯୋଜନା ଚଳାଇଛି । ଯୁବତୀଙ୍କର କେଉଁଭଳି ଭାବେ ମୃତ୍ୟୁ ହେଲା, କାହିଁକି ପୋଲିସକୁ ନ ଜଣାଇ ମୃତଦେହକୁ ପୋତି ଦିଆଗଲା । ତାହା ଏବେ ସନ୍ଦେହ ଘେରରେ ରହିଥିବାବେଳେ ପୋଲିସ ଯୁବତୀଙ୍କ ମୃତଦେହକୁ ବାହାର କରି ବ୍ୟବଛେଦ ପାଇଁ ପଠାଇଛି । ରିପୋର୍ଟ ଆସିବା ପରେ ସମସ୍ତ ଘଟଣା ସାମ୍ନାକୁ ଆସିବ ବୋଲି ଆଶା କରାଯାଉଛି । ଘରେ ବିଧବା ମା ଓ ଭାଇ ରହୁଥିବାବେଳେ ଯୁବତୀଙ୍କ କିଭଳି ଭାବେ ମୃତ୍ୟୁ ହେଲା ଘର ଲୋକ ଏ ନେଇ କୌଣସି ପ୍ରତିକ୍ରିୟା ଦେଇ ନାହାଁନ୍ତି । ତେବେ ପୋଲିସ ଏ ସଂକ୍ରାନ୍ତରେ ଏକ ଅପମୃତ୍ଯୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.