ETV Bharat / state

ରେଙ୍ଗାଲି ବାମପାର୍ଶ୍ୱ କେନାଲ ପ୍ରକଳ୍ପର ଶିଳାନ୍ୟାସ - ରେଙ୍ଗାଲି ପ୍ରକଳ୍ପ ବାମପାର୍ଶ୍ୱ କେନାଲ ନିର୍ମାଣ ଆରମ୍ଭ

ଦାନଗଦି ବ୍ଲକ ନଛିପୁରା ଠାରେ ୨୫୦କୋଟିରୁ ଊର୍ଦ୍ଧ୍ବ ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ରେଙ୍ଗାଲି ବାମପାର୍ଶ୍ୱ କେନାଲ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ସୁକିନ୍ଦା ବିଧାୟକ ପ୍ରୀତିରଞ୍ଜନ ଘଡ଼ାଇ। ଅଧିକ ପଢନ୍ତୁ...

ରେଙ୍ଗାଲି ବାମପାର୍ଶ୍ୱ କେନାଲ ପ୍ରକଳ୍ପର ଶିଳାନ୍ୟାସ

author img

By

Published : Dec 19, 2020, 5:03 PM IST

ଯାଜପୁର : ପୁରିବ କ୍ଷେତ, ହସିବ ଚାଷୀ। ଚାଷୀଙ୍କ ବଢ଼ିବ ଆୟ, କମିବ ଉତ୍ପାଦନ ଖର୍ଚ୍ଚ । ଚାଷ ଜମିକୁ ବର୍ଷସାରା ମାଗଣାରେ ଜଳ ଯୋଗାଇଦେବେ ରାଜ୍ୟ ସରକାର। ଏଥିପାଇଁ ଯାଜପୁର ଜିଲ୍ଲା ଦାନଗଦି ବ୍ଲକରେ ରେଙ୍ଗାଲି ପ୍ରକଳ୍ପ ବାମପାର୍ଶ୍ୱ କେନାଲ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ଏହି ଅବସରରେ ଦାନଗଦି ବ୍ଲକ ନଛିପୁରା ଠାରେ ୨୫୦କୋଟିରୁ ଊର୍ଦ୍ଧ୍ବ ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ରେଙ୍ଗାଲି ବାମପାର୍ଶ୍ୱ କେନାଲ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ସୁକିନ୍ଦା ବିଧାୟକ ପ୍ରୀତିରଞ୍ଜନ ଘଡ଼ାଇ।

ରେଙ୍ଗାଲି ବାମପାର୍ଶ୍ୱ କେନାଲ ପ୍ରକଳ୍ପର ଶିଳାନ୍ୟାସ

ଏହି ରେଙ୍ଗାଲି କେନାଲ କାର୍ଯ୍ୟକ୍ଷମ ହେଲେ ଦାନଗଦି ବ୍ଲକର ବାଙ୍ଗରକୋଟା, ଉଚ୍ଚବାଲି, ଗୋବର୍ଦ୍ଧନପୁର, ନଛିପୁରା, ଶାଳିଜଙ୍ଗା, ରଣାଗୁଣ୍ଡି ଓ ଚିତ୍ରୀ ଆଦି ପଞ୍ଚାୟତର ୧ହଜାର ୫୫୨ଏକର ଜମି ଜଳସେଚିତ ହୋଇପାରିବ। ମୁଖ୍ୟ କେନାଲରୁ ପାର୍ଶ୍ୱ କେନାଲ ବାହାରିବା ପରେ ମୋଟ ୨୩ଟି ପଞ୍ଚାୟତର ଚାଷୀମାନେ ମଧ୍ୟ ଉପକୃତ ହେବେ। ମୋଟ ୩୯ ହଜାର ହେକ୍ଟର ଚାଷଜମି ଜଳସେଚିତ ହୋଇପାରିବ। କେବଳ ଦାନଗଦି ନୁହେଁ ରେଙ୍ଗାଲି କେନାଲ ଦ୍ୱାରା ସୁକିନ୍ଦା ବ୍ଲକର ୨୩ହଜାର ୭୭୫ ହେକ୍ଟର ଚାଷ ଜମିରେ ଜଳ ପହଞ୍ଚି ପାରିବ। ଦାନଗଦିକୁ ଶସ୍ୟଶାମଳା କରିବା ପାଇଁ କେନାଲ ନିର୍ମାଣ କାର୍ଯ୍ୟ ସଠିକ୍ ସମୟରେ ଶେଷ କରିବାକୁ ବିଧାୟକ ଘଡ଼ାଇ ରେଙ୍ଗାଲି କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ତେବେ ଏକ ବର୍ଷ ମଧ୍ୟରେ ମୁଖ୍ୟ କେନାଲ ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଥିବା ବିଧାୟକ କହିଛନ୍ତି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.