ETV Bharat / state

ଇଟା ଵୋଝେଇ ଟ୍ରାକ୍ଟର ଓଲଟି ଶ୍ରମିକଙ୍କ ମୃତ୍ୟୁ

ଭାରସାମ୍ୟ ହରାଇ ଓଲଟିଲା ଇଟା ବୋଝେଇ ଚ୍ରାକ୍ଟର । ଘଟଣାସ୍ଥଳରେ ଡ୍ରାଇଭରଙ୍କୁ ଅକ୍ଷତ ଅବସ୍ଥାରେ ଉଦ୍ଧାର କରାଯାଇଥିବାବେଳେ ଶ୍ରମିକଙ୍କ ମୃତ୍ୟୁ ଘଟିଛି । ଅଧିକ ପଢନ୍ତୁ...

author img

By

Published : Jun 29, 2021, 4:59 PM IST

ଇଟା ଵୋଝେଇ ଟ୍ରାକ୍ଟର ଓଲଟି ଶ୍ରମିକଙ୍କ ମୃତ୍ୟୁ
ଇଟା ଵୋଝେଇ ଟ୍ରାକ୍ଟର ଓଲଟି ଶ୍ରମିକଙ୍କ ମୃତ୍ୟୁ

ଯାଜପୁର: ଭାରସାମ୍ୟ ହରାଇ ଓଲଟିଲା ଇଟା ବୋଝେଇ ଟ୍ରାକ୍ଟର । ଯାଜପୁର ଜିଲ୍ଲା ସୁକିନ୍ଦା ଥାନା ଅନ୍ତର୍ଗତ ହରିପୁର କଲେଜ ନିକଟରେ ଘଟିଛି ଏଭଳି ଏକ ଅଭାବନୀୟ ଘଟଣା । ମଙ୍ଗଳବାର ସକାଳ 10ଟା ସମୟରେ ଏକ ଇଟା ବୋଝେଇ ଟ୍ରାକ୍ଟର ଭାରସାମ୍ୟ ହରାଇ ଓଲଟି ପଡିବା ଫଳରେ ଇଟା ଉପରେ ବସିଥିବା ଶ୍ରମିକ ଇଟା ତଳେ ଚାପି ହୋଇ ମୃତ୍ୟୁବରଣ କରିଛନ୍ତି ।

କେବଳ ଟ୍ରାକ୍ଟରର ଡାଲା ଓଲଟିଛି, ଇଞ୍ଜିନ ଠିକ୍ ଥିବାରୁ ଡ୍ରାଇଭରର କିଛି ହୋଇନାହିଁ । ଖବର ପାଇ ସୁକିନ୍ଦା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ତଦନ୍ତ ପାଇଁ ପଠାଇଛି । ତେବେ ସୂଚନାନୁସାରେ ମୃତକଙ୍କ ଘର ନିକଟସ୍ଥ ଅଙ୍କୁରାପାଳରେ ବୋଲି ଜଣାପଡିଛି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.