ଯାଜପୁର: ନ୍ୟାୟ ପାଇଁ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହେଲେ ଦୃଷ୍ଟି ହୀନ ପରିବାର । ଯାଜପୁର ଦଶରଥପୁର ବ୍ଲକ ବରହଟା ଗାଁର ଦୃଷ୍ଟିହୀନ ସନାତନ ପଣ୍ଡାଙ୍କ ଘର ଓ ଜାଗାକୁ ସଂପର୍କୀୟ ମାଡି ବସିବା ଘଟଣା ବିଭିନ୍ନ ଗଣମାଧ୍ୟମରେ ଖବର ପରିବେଶଣ ହେବାପରେ ସ୍ଥାନୀୟ ସରପଞ୍ଚ ଏହାର ଆପୋଶ ସମାଧାନ କରିବାକୁ ଉଦ୍ୟମ କରିଥିଲେ । ହେଲେ ଏଥିରେ ସେ ବିପଂଳ ହୋଇଥିଲେ । ପଂଳରେ ସନାତନ କୌଣସି ଉପାୟ ନ ପାଇ ଜିଲ୍ଲାପାଳଙ୍କୁ ଭେଟି ତାଙ୍କ ଦୁଃଖ ଜଣାଇଛନ୍ତି । ଜିଲ୍ଲାପାଳ ସନାତନଙ୍କ ଠାରୁ ସବୁ ଆପତ୍ତି ଶୁଣିବା ପରେ ସମସ୍ତ ପ୍ରକାର ସହଯୋଗ କରିବା ସହିତ ଘଟଣାର ତଦନ୍ତ କରାଯିବ ବୋଲି ପ୍ରତିଶୃତି ଦେଇଛନ୍ତି ।
ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ