ETV Bharat / state

ଯାଜପୁରରେ ଦ୍ବିତୀୟ କୋରୋନା ଆକ୍ରାନ୍ତ ଚିହ୍ନଟ, ୩ଟି ଗାଁ ସିଲ - ଯାଜପୁରରେ 2ୟ କୋରୋନା ରୋଗୀ ଚିହ୍ନଟ

ଯାଜପୁର ଜିଲ୍ଲାରେ ସାନ ତ୍ରିଲୋଚନପୁର ଗାଁରୁ 2ୟ କୋରୋନା ରୋଗୀ ଚିହ୍ନଟ ହେବା ପରେ ସାନତ୍ରିଲୋଚନପୁର ଏବଂ ପାଖ ଗାଁ ସଇପୁର ୩କୁ କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷଣା କରିଛି ଜିଲ୍ଲା ପ୍ରଶାସନ ।

The administration sealed off three villages, including Santrilochanpur village
ଯାଜପୁରରେ 2ୟ କୋରୋନା ରୋଗୀ ଚିହ୍ନଟ, ସାନତ୍ରିଲୋଚନପୁର ଗାଁ ସମେତ ୩ଟି ଗାଁକୁ ସିଲ କଲା ପ୍ରଶାସନ
author img

By

Published : Apr 15, 2020, 7:33 PM IST

ଯାଜପୁର: ଯାଜପୁର ଜିଲ୍ଲା ଜାଫରପୁର ପଞ୍ଚାୟତ ସାନ ତ୍ରିଲୋଚନପୁର ଗାଁରୁ 2ୟ କୋରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ସେଥିପାଇଁ ସାନତ୍ରିଲୋଚନପୁର ଏବଂ ପାଖ ଗାଁ ସଇପୁର ୩କୁ କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷଣା କରିଛି ଜିଲ୍ଲା ପ୍ରଶାସନ । ଏଥିପାଇଁ ଗାଁର ଚାରିପଟେ ସଂପୂର୍ଣ୍ଣ ସିଲ କରାଯାଇଛି ।

ସାନତ୍ରିଲୋଚନପୁର ଗାଁ ସମେତ ୩ଟି ଗାଁକୁ ସିଲ କଲା ପ୍ରଶାସନ

ଗାଁକୁ ୭ ଦିନ ପାଇଁ କଣ୍ଟେନମେଣ୍ଟ ଜୋନ କରାଯାଇଥିବାରୁ ପ୍ରତିଦିନ ଗାଁକୁ ସାନିଟାଇଜ କରାଯାଉଛି । ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ୨୧ଜଣଙ୍କ ନମୁନା ସଂଗ୍ରହ କରାଯିବା ସହ ସେମାନଙ୍କୁ କ୍ବାରେଣ୍ଟାଇନରେ ରଖାଯାଇଛି ବୋଲି ଯାଜପୁର ଜିଲ୍ଲାପାଳ ରଞ୍ଜନ କୁମାର ଦାସ ସୂଚନା ଦେଇଛନ୍ତି । ଏଥିସହ ତହସିଲଦାର ଓ ବିଡିଓଙ୍କ ତତ୍ତ୍ବାବଧାନରେ ଦମକଳ ବାହିନୀ ସହାୟତାରେ କେମିକାଲ ପାଣିରେ ଗାଁକୁ ସାନିଟାଇଜ କରାଯାଉଛି । ଗାଁରେ ପ୍ରତ୍ୟେକ ଘରେ ରାସନ ସାମଗ୍ରୀ ପହଞ୍ଚିବା ପାଇଁ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.