ETV Bharat / state

ଭୟାବହ ଅଗ୍ନିକାଣ୍ଡରେ ଜଳିଗଲା ୫ ବଖରା ଘର, ୧୦ ଗୃହପାଳିତ ପଶୁ ଜୀବନ୍ତ ଦଗ୍ଧ

author img

By

Published : Oct 14, 2022, 4:58 PM IST

ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ବନ୍ଧଢ଼ିହ ପଞ୍ଚାୟତ ଜୟସୁଙ୍ଗୁଡା ଗ୍ରାମରେ ଭୟାବହ ଅଗ୍ନିକାଣ୍ଡ । ନିଆଁଲାଗି ୫ ବଖରା ଘର ସମ୍ପୁର୍ଣ୍ଣ ଧ୍ବଂସ ହୋଇଯାଇଥିବା ବେଳେ ୧୦ ଗୃହପାଳିତ ପଶୁ ଜୀବନ୍ତ ଦଗ୍ଧ ହୋଇଯାଇଥିବା ସୂଚନା ରହିଛି । ଅଧିକ ପଢନ୍ତୁ

ଭୟାବହ ଅଗ୍ନିକାଣ୍ଡରେ ଜଳିଗଲା ୫ ବଖରା ଘର
ଭୟାବହ ଅଗ୍ନିକାଣ୍ଡରେ ଜଳିଗଲା ୫ ବଖରା ଘର

ଯାଜପୁର: ଜିଲ୍ଲାରେ ଭୟାବହ ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡ ଘଟି ୫ ବଖରା ଘର ଜଳିଯାଇଥିବା ବେଳେ ୧୦ ଗୃହପାଳିତ ପଶୁ ଜୀବନ୍ତ ଦଗ୍ଧ ହୋଇଯାଇଥିବା ସୂଚନା ରହିଛି । ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ବନ୍ଧଢ଼ିହ ପଞ୍ଚାୟତ ଜୟସୁଙ୍ଗୁଡା ଗ୍ରାମରେ ଏହି ଅଗ୍ନିକାଣ୍ଡ ଘଟିଛି ।

ଭୟାବହ ଅଗ୍ନିକାଣ୍ଡରେ ଜଳିଗଲା ୫ ବଖରା ଘର

ସୂଚନା ଅନୁସାରେ, ଗତକାଲି(ଗୁରୁବାର)ବିଳମ୍ବିତ ରାତିରେ ଗ୍ରାମର ଯଦୁ ମୁଦୁଲି ଓ ବୋଧି ମୁଦୁଲିଙ୍କ ଘରେ ହଠାତ ନିଆଁ ଲାଗିଯାଇଥିଲା । ଚାହୁଁ ଚାହୁଁ ୫ବଖରା ଘର ଯାଇଥିଲା । ତେବେ ନିଆଁର ପ୍ରକୋପ ଏତେ ମାତ୍ରାରେ ରହିଥିଲା ଯେ, ନିଆଁ ଗୁହାଳକୁ ବ୍ୟାପି ଯାଇଥିଲା ।

ଏହା ମଧ୍ୟ ପଢନ୍ତୁ: Gyanvapi Row: ହିନ୍ଦୁ ପକ୍ଷକୁ ଝଟକା, କାର୍ବନ ଡେଟିଂ ଯାଞ୍ଚ ଆବେଦନ ଖାରଜ

ନିଆଁ ଲାଗିବା ଦେଖି ଗ୍ରାମବାସୀ ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ କରିଥିଲେ ହେଁ ବିଫଳ ହୋଇଥିଲେ । ପରେ ରସୁଲପୁର ଅଗ୍ନିଶମ ବିଭାଗକୁ ଖବର ଦିଆଯାଇଥିଲା । ଖବରପାଇ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବା କରିଥିଲେ । କିନ୍ତୁ ସେତେବେଳକୁ ସବୁ ଜଳିପୋଡି ପାଉଁଶ ହୋଇଯାଥିଲା । ଅଗ୍ନିକାଣ୍ଡରେ ଘରେ ଥିବା ସମସ୍ତ ଆସବାବପତ୍ର ପୋଡି ଯିବା ସହ ଗୁହାଳରେ ଥିବା ଗାଈ, ବଳଦ, ଛେଳି ଜୀବନ୍ତ ଦଗ୍ଧ ହୋଇଥିବା ସୂଚନା ମିଳିଛି ।

ସୂଚନାଯୋଗ୍ଯ ଯେ," ଗତ ଅକ୍ଟୋବର ୧ ତାରିଖ ଦିନ ଭାରତ ବେଞ୍ଚ ସୋରୁମ୍‌ରେ ଭୟାବହ ଅଗ୍ନିକାଣ୍ଡ ହୋଇଥିଲା । ଜଳିଗଲା ବିଦ୍ୟୁତ୍ ଚାଳିତ ସ୍କୁଟି ପ୍ରସ୍ତୁତ କାରଖାନା । ନିଆଁର ଆଁରେ ପାଉଁଶ ହୋଇଯାଇଥିଲା ଭାରତ ବେଞ୍ଚ ସୋରୁମ୍ ଓ ବିଦ୍ୟୁତ୍ ଚାଳିତ ସ୍କୁଟି ପ୍ରସ୍ତୁତ କାରଖାନା (Fire mishap at electric scooty factory in Jajpur) । ଏଭଳି ଅଘଟଣ ଘଟିଥିଲା ଯାଜପୁର ଜିଲ୍ଲା ବଡ଼ଚଣା ଥାନା ଅନ୍ତର୍ଗତ ହସୀନାବାଦରେ ।

ଇଟିଭି ଭାରତ, ଯାଜପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.