ETV Bharat / state

ବିଧାନସଭା ନିର୍ବାଚନ 2024: ଚର୍ଚ୍ଚିତ ଆସନ କୋରେଇ, ଦୁଇ ଦଶନ୍ଧି ହେଲା ରିପିଟ ହୋଇନାହାନ୍ତି ବିଧାୟକ - କିଏ ହେବେ କୋରେଇ ବିଧାଯକ

ଶିଳ୍ପ ବହୁଳ ଯାଜପୁର ଜିଲ୍ଲାରେ ଅସଜଡା କୋରେଇ ବିଧାନସଭା କ୍ଷେତ୍ର । ନାମକୁ ମାତ୍ର ଶିଳ୍ପର ମୁଖଶାଳା ମୁଣ୍ଡାଇଛି କୋରେଇ । ଗାଁ ଗାଁରେ ପହଞ୍ଚି ପାରିନାହିଁ ବିକାଶର ହାଇଟେକ ଗାଡି । ଶିକ୍ଷା, ସ୍ବାସ୍ଥ୍ୟ, କୃଷି, ପାନୀୟ ଜଳ, ପରିମଳ, ବନ୍ୟା ନିୟନ୍ତ୍ରଣ, ରେଳ ଅଭର ବ୍ରିଜ ଭଳି ସମସ୍ୟାର ସମାଧାନ କେବେ ହେବ ଅପେକ୍ଷା କରିଛନ୍ତି କୋରେଇ ବିଧାନସଭା ବାସୀ। ନିର୍ବାଚନ ଆସୁଛି ଯାଉଛି । ନୂଆ ବିଧାୟକ ହେଉଛନ୍ତି । ପ୍ରତିଶୃତି ମିଳୁଛି । ହେଲେ କେବେ ପୂରଣ ହେଉନାହିଁ । ଯାହାକୁ ନେଇ ଏବେ ଚର୍ଚ୍ଚା? କଣ ହେବ କରୋଇରେ? କିଏ ହେବେ ପରବର୍ତ୍ତୀ ବିଧାୟକ? ଅଧିକ ପଢନ୍ତୁ

ବିଧାନସଭା ନିର୍ବାଚନ2024: ପୁଣି ନୂଆ ବିଧାୟକ ଦେଖିବ କି କୋରେଇ?

author img

By ETV Bharat Odisha Team

Published : Nov 25, 2023, 5:46 PM IST

ବିଧାନସଭା ନିର୍ବାଚନ2024: ପୁଣି ନୂଆ ବିଧାୟକ ଦେଖିବ କି କୋରେଇ?

ଯାଜପୁର: ସାରା ରାଜ୍ୟରେ ବୋହିଲାଣି ନିର୍ବାଚନୀ ହାୱା। ରାଜରାସ୍ତାରୁ ରାଜଧାନୀ, ଗାଁରୁ ସହର ସବୁଠି ନିର୍ବାଚନ ମାହୋଲ । ଗୋଟିଏ ଚର୍ଚ୍ଚା, କଣ ହେବ ନିର୍ବାଚନ, କାହା ସପକ୍ଷରେ ଯିବ ଫଳାଫଳ । ରାଜନୈତିକ ଦଳ ପ୍ରସ୍ତୁତ କରୁଛନ୍ତି ପ୍ରସଙ୍ଗ । ଭୋଟର ଖୋଜୁଛି ହିସାବ ନିକାସ । ଏହି ଚର୍ଚ୍ଚା ଆଲୋଚନା ଏବେ ପ୍ରତି ଜିଲ୍ଲା, ନିର୍ବାଚନ ମଣ୍ଡଳୀ ଡେଇଁ ଗାଁରେ ପହଞ୍ଚିଲାଣି । ଏହି ଚର୍ଚା ଆଲୋଚନା ଭିତରେ ରାଜ୍ୟର ଏକ ସର୍ବପୁରାତନ ବିଧାନସଭା ନିର୍ବାଚନ ମଣ୍ଡଳୀ ଯାଜପୁର କୋରେଇକୁ ନେଇ ସରଗରମ ରାଜନୀତି । ଗତ ତିନୋଟି ନିର୍ବାଚନରେ ଏଠି ବିଜେଡି ଅପରାଜୟେ ଥିବା ବେଳେ ବିକାଶ କିନ୍ତୁ ବାଟ ହୁଡିଛି । ଦୀର୍ଘ ମିଆଦି ବିକାଶ ଦୂରରେ ଥାଉ ମୌଳିକ ସମସ୍ୟା ଏଯାଏଁ ହୋଇପାରି ନାହିଁ ସମାଧାନ । ଶିଳ୍ପ ବହୁଳ ଯାଜପୁର ଜିଲ୍ଲାର କୋରେଇର ବିକାଶ ନେଇ ବିଜେଡି, ବିଜେପି ଓ କଂଗ୍ରେସ ମଧ୍ୟରେ ଆରମ୍ଭ ହୋଇଛି ଆରୋପ ପ୍ରତ୍ୟାରୋପର ଲଢେଇ । ଦେଖନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ କଣ କହୁଛି କୋରେଇ ରାଜନୀତି ।

ଅଧିକ ପଢନ୍ତୁ- 5 ବିଧାୟକଙ୍କ କଟିଲା ଟିକେଟ୍‌: କୋରେଇ ଆକାଶରୁ ହଜିଗଲେ ‘ଆକାଶ’

ଶିଳ୍ପ ବହୁଳ ଯାଜପୁର ଜିଲ୍ଲାରେ ଅସଜଡା କୋରେଇ ବିଧାନସଭା କ୍ଷେତ୍ର । ନାମକୁ ମାତ୍ର ଶିଳ୍ପର ମୁଖଶାଳା ମୁଣ୍ଡାଇଛି କୋରେଇ । ଗାଁ ଗାଁରେ ପହଞ୍ଚି ପାରିନାହିଁ ବିକାଶର ହାଇଟେକ ଗାଡି । ଶିକ୍ଷା, ସ୍ବାସ୍ଥ୍ୟ, କୃଷି, ପାନୀୟ ଜଳ, ପରିମଳ, ବନ୍ୟା ନିୟନ୍ତ୍ରଣ, ରେଳ ଅଭର ବ୍ରିଜ ଭଳି ସମସ୍ୟାର ସମାଧାନ କେବେ ହେବ ଅପେକ୍ଷା କରିଛନ୍ତି କୋରେଇ ବିଧାନସଭା ବାସୀ। ନିର୍ବାଚନ ଆସୁଛି ଯାଉଛି । ନୂଆ ବିଧାୟକ ହେଉଛନ୍ତି । ପ୍ରତିଶୃତି ମିଳୁଛି । ହେଲେ କେବେ ପୂରଣ ହେଉନାହିଁ । ଯାହାକୁ ନେଇ ଏବେ ଚର୍ଚ୍ଚା? କଣ ହେବ କରୋଇରେ? କିଏ ହେବେ ପରବର୍ତ୍ତୀ ବିଧାୟକ?

ବୁଦ୍ଧିଜୀବି ତଥା ସଚେତନ ନାଗରିକଙ୍କ କହିବା କଥା ଶିଳ୍ପ ବହୁଳି ଜିଲାରେ କୋରେଇର ଯେତିକି ବିକାଶ ହେବା କଥା ହୋଇନାହିଁ। ଜିଲ୍ଲାର ସମସ୍ତ ବ୍ଲକରେ ଆଖିଦୃଶିଆ ବିକାଶ ହୋଇଛି । ହେଲେ କୋରେଇ ସମ୍ପୂର୍ଣ୍ଣ ରୂପେ ପଛରେ ପଡିଛି । ସରକାରୀ ଦଳକୁ ଯଦିଓ ଗତ ଦୁଇ ଦଶନ୍ଧୀ ହେଲା ଭୋଟର ଭୋଟ ଦେଇ ଆସୁଛନ୍ତି । ହେଲେ ଜନତାଙ୍କ ବିକାଶ ହୋଇପାରୁନାହିଁ । ଯାହା ଚିନ୍ତାର ବିଷୟ । ବିରୋଧୀ ବିଜେପି, କଂଗ୍ରେସ ମଧ୍ୟ ବିକଳ୍ପ ଭାବେ ଉଭା ହୋଇ ପାରୁନାହାଁନ୍ତି ।

ଅଧିକ ପଢନ୍ତୁ- ବ୍ୟାସନଗରରେ ବିଜେଡିର ଜନସମ୍ପର୍କ ପଦଯାତ୍ରା, ଶୁଭାରମ୍ଭ କଲେ ବିଧାୟକ ଅଶୋକ ବଳ

ମତ ମନ୍ତବ୍ୟ:- ଏହାକୁ ନେଇ ବର୍ତ୍ତମାନର କୋରେଇ ବିଧାୟକ ଅଶୋକ ବଳ କହିଛନ୍ତି ଗମନା ଗମନ ପାଇଁ ରାସ୍ତା, ବ୍ରିଜ ବହୁ ମାତ୍ରାରେ ହୋଇଛି । ଜଳସେଚନ ନେଇ ବ୍ୟାପକ ବିକାଶ ହୋଇଛି । ନଦୀବନ୍ଧକୁ ସୁଦୃଢ କରାଯାଉଛି । କୋରେଇ ବିକାଶ ପାଇଁ ସରକାର ସବୁ ସହାୟତ ଦେଉଛନ୍ତି । ଆଗାମୀ ଦିନରେ ବିକାଶ ଆହୁରି ହେବ। ଦଳୀୟ ପ୍ରାର୍ଥୀ ନେଇ କୌଣସି ପରିବର୍ତ୍ତନ ହୋଇନପାରେ । ସେହିପରି ବିଜେପି ଟିକେଟ ଆଶାୟୀ ବିଶ୍ବଜିତ ନାୟକ କହିଛନ୍ତି ଜିଲ୍ଲାର ସମସ୍ୟା ବହୁଳ ନିର୍ବାଚନ ମଣ୍ଡଳୀ ହେଉଛି କୋରେଇ। ଗ୍ରାମାଞ୍ଚଳ ସମେତ ବ୍ୟାସନଗରରେ ବିକାଶ କିଛି ନାହିଁ। ଦୁର୍ନୀତିରେ ବୁଡିଛି ଶାସନ ପ୍ରଶାସନ । ତେଣୁ ଏଥର ବିଜେପିକୁ ବାଛିବେ ଲୋକେ । ସେହିଭଳି କଂଗ୍ରେସ ଟିକେଟ ଆଶାୟୀ ବନ୍ଦିତା ପରିଡା ସ୍ଥାନୀୟ ସମସ୍ୟା ଉଠାଇବା ସହିତ କହିଛନ୍ତି ଜିଲ୍ଲାରେ ଏକାଧିକ ପ୍ଲାଣ୍ଟ ଅଛି । ହେଲେ ସ୍ଥାନୀୟ ନିଯୁକ୍ତି ନାହିଁ। ଜଳସେଚନ ନାହିଁ। SHG ନାରେ ମହିଳାଙ୍କୁ ପଥଭ୍ରଷ୍ଟ କରାଯାଉଛି। କଂଗ୍ରେସ ଲୋକଙ୍କ ସହିତ ଅଛି । ଆଗାମୀ ଦିନରେ କଂଗ୍ରେସ କୋରେଇର ବିକଳ୍ପ ହେବ ।

କୋରେଇ ବିଧାନସଭା ଆସନ ଗଠନ/ ବିଧାୟକ : - ୧୯୭୪ ମସିହାରେ ଗଠନ ହୋଇଥିବା କୋରେଇ ବିଧାନସଭା ଆସନର ପ୍ରଥମ ବିଧାୟକ ହୋଇଥିଲ ଅଶୋକ ଦାସ । ପୁଣି ଥରେ 1977 ରେ ବିଜୟୀ ହୋଇଥିଲେ ଅଶୋକ । ଉତ୍କଳ କଂଗ୍ରେସରୁ ପ୍ରଥମ ଥର ପ୍ରାର୍ଥୀ ହୋଇଥିବା ଅଶୋକ ଦାସ ପରବର୍ତ୍ତୀ ସମୟରେ ଜେଡି(ଏସ) ଓ ଜନତା ଦଳରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ସେହିପରି 1980 ମସିହାରେ ନିରଞ୍ଜନ ଜେନା ବିଧାୟକ ହୋଇଥିବା ବେଳେ, 1985 ରେ କଂଗ୍ରେସ ଏଠି ଖାତା ଖୋଲିଥିଲା । ରାମ ଚନ୍ଦ୍ର ଖୁଣ୍ଟିଆ କଂଗ୍ରେସ ଟିକେଟରୁ ବିଧାନସଭା ଯାଇଥିଲେ । ଏହାପରେ 1990 ମସିହା ନିର୍ବାଚନରେ ଅଶୋକ ଦାସ ବିଜୟୀ ହେବା ସହ ଲଗାତାର ହ୍ୟାଟ୍ରିକ ମାରିଥିଲେ । ପରବର୍ତ୍ତୀ ସମୟରେ ରାଜନୈତିକ ଦୃଶ୍ୟପଟ ପରିବର୍ତ୍ତନ ହେବା ସହ ଓଡିଶାରେ ବିଜେଡି ବିଜେପି ମେଣ୍ଟ ଗଠନ ହୋଇସାରିଥାଏ। ଆସନ ବୁଝାମଣା ସ୍ବରୂପ 2004 ନିର୍ବାଚନରେ ବିଜେପି ଭାଗରେ ପଡିଲା କୋରେଇ ଆସନ । ପ୍ରାର୍ଥୀ ହୋଇଥିଲେ ସଞ୍ଜିତା ମହାନ୍ତି । ସଞ୍ଜିତା ମଧ୍ୟ ଗୈରିକ ଉଡାଇ କୋରେଇର ପ୍ରଥମ ମହିଳା ବିଧାୟକ ହେବାର ସୌଭାଗ୍ୟ ଲାଭ କରିଥିଲେ । ସେହିପରି ୨୦୦୯ ମେଣ୍ଟ ଭାଙ୍ଗିବା ପରେ କୋରେଇ ରାଜନୀତିରେ କଡ ଲେଇଟାଇଥିଲା । ବିଜେଡି ପ୍ରାର୍ଥୀ ପ୍ରୀତି ରଞ୍ଜନ ଘଡେଇ ବିଧାୟକ ନିର୍ବାଚିତ ହୋଇଥିଲେ । 2014 ରେ ଶାସକ ଦଳ ପ୍ରାର୍ଥୀ ପରିବର୍ତ୍ତନ କରି ଅଭିନେତାରୁ ରାଜନେତା ପାଲଟିଥିବା ଆକାଶ ଦାସ ନାୟକଙ୍କୁ ପ୍ରାର୍ଥୀ କରିଥିଲା । ଆକାଶ ମଧ୍ୟ ଅଭିନେତା ଛବି ନିଜ ପିତା ତଥା ବିଶିଷ୍ଟ ଶ୍ରମିକ ନେତା ମାୟାଧର ନାୟକଙ୍କ ସଂଗଠନକୁ ପାଥେୟ କରି ବିଜୟୀ ହୋଇଥିଲେ । ପୁଣି 2019 ନିର୍ବାଚନରେ ବିଜେଡି ପ୍ରାର୍ଥୀ ପରିବର୍ତ୍ତନ କରି ତୃଣମୂଳ ସ୍ତରର ନେତା ଅଶୋକ ବଳଙ୍କୁ ପ୍ରାର୍ଥୀ କରିଥିଲା । ଅଶୋକ ବଳ ମଧ୍ୟ ବିଜୟୀ ହୋଇ ଏବେ ବିଧାୟକ ଅଛନ୍ତି । ଏବେ ଚର୍ଚ୍ଚା ଆଗାମୀ ନିର୍ବାଚନରେ ଅଶୋକ ରିପିଟ ହେବେ ନା ପରିବର୍ତ୍ତନ କରିବ ଦଳ ।

ଅଧିକ ପଢନ୍ତୁ- ପାଲଲହଡା ଫାଇଟ: ଗଡ ଅକ୍ଷୁର୍ଣ୍ଣ ରଖିବ କି ବିଜେଡି, ନା ଏଥର ହେବ ପରିବର୍ତ୍ତନ ?

ପ୍ରସଙ୍ଗ:- ଶିଳ୍ପ ବହୁଳ ଯାଜପୁର ଜିଲ୍ଲା ହୋଇଥିବା ସତ୍ବେ କୋରେଇ ବିଧାନସଭା କ୍ଷେତ୍ର ଆଜି ବି ଅବହେଳିତ । ଶିକ୍ଷା, ସ୍ବାସ୍ଥ୍ୟ, କୃଷି, ପାନୀୟ ଜଳ, ପରିମଳ ଭଳି ମୌଳିକ ସମସ୍ୟାର ସମାଧାନ ହୋଇପାରିନାହିଁ । ନଦୀ, ନାଳ ଥିବା ସତ୍ବେ ଦୀର୍ଘ ମିଆଦି ଯୋଜନା ଓ ପ୍ରକଳ୍ପ ଅଭାବରୁ ଜମିକୁ ଜଳସେଚନ ହୋଇପାରି ନାହିଁ । ବନ୍ୟା ସମସ୍ୟା ଏକ ବଡ ସମସ୍ୟା ହୋଇଥିଲେ ମଧ୍ୟ ଜିଲ୍ଲାର ଟାଣୁଆ ନେତା ମାନେ ଥାଇ ସୁଦ୍ଧା ବନ୍ୟା ନିୟନ୍ତ୍ରଣ ପାଇଁ କୌଣସି ନଦୀନ୍ଧ ସୁଦୃଢୀକରଣ କରାଯାଇ ପାରି ନାହିଁ । ଜିଲ୍ଲାରେ ଏକାଧିକ ଶିଳ୍ପ କଳକାରଖାନା ସ୍ଥାପନ ହୋଇଥିବା ସତ୍ବେ ସ୍ଥାନୀୟ ଯୁବକ ଯୁବତୀଙ୍କୁ ସେଭଳି ନିଯୁକ୍ତି ମିଳିପାରି ନାହିଁ । ବ୍ୟାସନଗରର ବିଭିନ୍ନ ପର୍ଯ୍ୟଟନ ସ୍ଥଳୀ ପୁନଃରୁଦ୍ଧାର ତଥା ବିକଶିତ ହୋଇପାରିନାହିଁ । ଆଜି ଯାଏଁ କୋରେଇରେ ଏକ ବସଷ୍ଟାଣ୍ଡ ମଧ୍ୟ ନିର୍ମାଣ ହୋଇପାରିଲା ନାହିଁ । ବ୍ୟାସନଗର ସହର ମଧ୍ୟରେ ଦୀର୍ଘଦିନ ଧରି ଦାବି ହେଉଥିଲେ ସୁଦ୍ଧା ଏକ ରେଳ ଓଭର ବ୍ରିଜ ହୋଇପାରି ନାହିଁ । ଯାହା ଫଳରେ ଲୋକଙ୍କ ସମସ୍ୟା ଲାଗି ରହିଛି ।

ଭୋଟର ସଂଖ୍ୟା: - 2019 ନିର୍ବାଚନ ବେଳେ ମୋଟ ଭୋଟର ସଂଖ୍ୟା 1ଲକ୍ଷ 95ହଜାର 105ଥିବା ବେଳେ ବର୍ତ୍ତମାନ(2023) ରେ ଏହା 2ଲକ୍ଷ 17ହଜାର 137ରେ ପହଞ୍ଚି ସାରିଛି । ଯାହା ଆଗାମୀ ନିର୍ବାଚନ ବେଳେକୁ ଆହୁରି ବଢିପାରେ ।

ଚର୍ଚ୍ଚାରେ ରହିଥାଏ କୋରେଇ:- ଓଡିଶା ବିଧାନସଭାର ମୋଟ ୧୪୭ ଆସନ ମଧ୍ୟରୁ 53 ନମ୍ବରରେ ଥିବା କୋରେଇ ବିଧାନସଭା ବେଶ ଚର୍ଚ୍ଚାରେ ରହିଥାଏ । ଗତ 2004 ମସିହାରୁ କୋରେଇେ କୌଣସି ନେତା ଦ୍ବିତୀୟ ଥର ପାଇଁ ବିଧାନସଭାକୁ ନିର୍ବାଚିତ ହୋଇନାହାଁନ୍ତି । 2004ରେ ସଞ୍ଜିତା ମହାନ୍ତି, 2009 ରେ ପ୍ରୀତ ରଞ୍ଜନ ଘଡେଇ, 2014ରେ ଆକୋଶ ଦାସ ନାୟକ, 2019 ରେ ଅଶୋକ ବଳ ବିଧାୟକ ହୋଇଛନ୍ତି।

ବିରୋଧୀଙ୍କ ଅବସ୍ଥିତି:- କୋରେଇ ଆସନ ଦଖଲ କରିବା ପାଇଁ ଉଭୟ ବିରୋଧୀ ବିଜେପି ଓ କଂଗ୍ରେସ ଉଦ୍ୟମ ଚଳାଇଛନ୍ତି । ୨୦୦୪ରେ ପ୍ରଥମ ଥର ପାଇଁ ବିଜେପିରୁ ବିଧାୟିକା ଭାବେ ନିର୍ବାଚିତ ହୋଇଥିଲେ ସଞ୍ଚିତା ମହାନ୍ତି । ପରବର୍ତ୍ତୀ ସମୟରେ ତାଙ୍କର ପରାଜୟ ପରେ 2019 ମସିହାରେ ବିଜେପି ଦେଇଥିଲା ନୂଆ ପ୍ରାର୍ଥୀ । 2014 ମସିହାରେ ଯୁବନେତା ବିଶ୍ବଜିତ ନାୟକ କଂଗ୍ରେସର ପ୍ରାର୍ଥୀ ଥିବା ବେଳେ 2019 ମସିହାରେ କଂଗ୍ରେସ ଛାଡି ବିଜେପିରେ ଯୋଗଦେବା ସହିତ ବିଶ୍ବଜିତ ହୋଇଥିଲେ ବିଜେପି ପ୍ରାର୍ଥୀ । 2019 ନିର୍ବାଚନ ଲଢି ଦ୍ବିତୀୟ ସ୍ଥାନରେ ରହିଥିଲେ । ଏଥର ମଧ୍ୟ ସେ ଦଳୀୟ ଟିକେଟ ପାଇବେ ବୋଲି ରଖିଛନ୍ତି । ରାଜ୍ୟ ସରକାରଙ୍କ ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୋଧରେ ଜନସାଧାରଣଙ୍କ ହୃଦୟ ଜିଣିବା ନିମନ୍ତେ ପ୍ରୟାସ ଜାରି ରଖିଛନ୍ତି ବିଶ୍ବଜିତ । ସେହିପରି ବିଜେପି ନେତା ଯଥା ଜିଲ୍ଲା ପୂର୍ବତନ ବିଜେପି ଯୁବ ମୋର୍ଚ୍ଚା ସଭାପତି ଆଲେକଜାଣ୍ଡାର ଦାସ ମଧ୍ୟ ଦଳୀୟ ସଂଗଠନକୁ ପାଥେୟ କରି ଟିକେଟ ପାଇବା ପାଇଁ ଆଶା ବାନ୍ଧିଛନ୍ତି । ୨୦୧୪ ନିର୍ବାଚନରେ ଦ୍ବିତୀୟ ସ୍ଥାନରେ ଥିଲା କଂଗ୍ରେସ । ଗତଥର ବିଶ୍ବଜିତ ବିଜେପିରେ ଯୋଗଦେବା ଫଳରେ କଂଗ୍ରେସର ମଙ୍ଗ ଧରିଛନ୍ତି ବ୍ୟାସନଗର ପୂର୍ବତନ ପୌରାଧ୍ୟକ୍ଷା ବନ୍ଦିତା ପରିଡା । 2019 ମସିହାରେ ରାଜନୈତିକ ଦୃଷ୍ଟିକୋଣ ତଥା ସାଙ୍ଗଠନିକ ଦକ୍ଷତା ଥିବା ବନ୍ଦିତା କଂଗ୍ରେସ ଟିକେଟ ପାଇ କୋରେଇରୁ ଲଢିବାର ସୁଯୋଗ ପାଇଥିଲେ । ଏଥର ମଧ୍ୟ କୋରେଇ ଭୋଟରଙ୍କ ଆଶା ଓ ବିଶ୍ବାସକୁ ନେଇ କୋରେଇ ନିର୍ବାଚନ ମଣ୍ଡଳୀରୁ ଟିକେଟ ପାଇବା ପାଇଁ ଆଶା ରଖିଛନ୍ତି । ସେଥିଲାଗି ଏବେ ଠାରୁ କୋରେଇରେ କମର କଷୁଛନ୍ତି ବନ୍ଦିତା ।

ଅଧିକ ପଢନ୍ତୁ- ନିର୍ବାଚନ 2024: କାହାର ହେବ ଚିଲିକା ? କିଏ ମାରିବ ବାଜିବ

ରାଜନୀତି ଖଟ୍ଟିରେ ଚର୍ଚ୍ଚା:- ଓଡିଶା ବିଧାନସଭାର ଟାଣୁଆ ନେତା ଭାବେ ପରିଚିତ ସ୍ବର୍ଗତ ଅଶୋକ ଦାସ ଏଠାରୁ ପାଞ୍ଚ ପାଞ୍ଚ ଥର ଜିତିଥିଲେ । ପୂର୍ବତନ ବିଧାୟକ ଅଶୋକ ଦାସଙ୍କ ଦେହାନ୍ତ ପରେ ପ୍ରତ୍ୟେକ୍ଷ ରାଜନୀତିକୁ ଆସିଥିଲେ ତାଙ୍କ ପୁଅ ପ୍ରଣବ ପ୍ରକାଶ ଦାସ । ହେଲେ କୋରେଇ ପରିବର୍ତ୍ତେ ଯାଜପୁର ବିଧାନସଭା ଆସନରୁ ନିର୍ବାଚନ ଲଢିଥିଲେ ପ୍ରଣବ। ଜିଲ୍ଲାର ସଦର ବିଧାୟକ ହେବା ସହ ଯାଜପୁର ନିର୍ବାଚନ ମଣ୍ଡଳୀ ଏବେ ତାଙ୍କର ଗଡରେ ପରିଣତ ହୋଇଛି । କିନ୍ତୁ ଏଯାଏଁ କୋରେଇ ପ୍ରତି ତାଙ୍କର ମୋହ ତୁଟିନାହିଁ ବୋଲି ଚର୍ଚ୍ଚା ହେଉଛି । ଏବେ ବି କୋରେଇରେ ରହିଛି ପ୍ରଣବଙ୍କ ପ୍ରଭାବ। ଡାନି, ଆକାଶ ଓ ଅଶୋକଙ୍କ ପରେ କେହି କେହି ଏଥର କୋରେଇରୁ ପ୍ରଣବ ପ୍ରାର୍ଥୀ ହୋଇପାରନ୍ତି ବୋଲି ଚର୍ଚ୍ଚା କରୁଛନ୍ତି । କାରଣ ପ୍ରଣବଙ୍କ ଇସାରାରେ ତାଙ୍କର ଜଣେ ସମ୍ପର୍କୀୟ ଭାଇ କୋରେଇ ଲୋକଙ୍କ ଭଲମନ୍ଦ କଥା ବୁଝିବା ସହ ସାଂଗଠନିକ କାର୍ଯ୍ୟକ୍ରମ ଉପରେ ନଜର ରଖିଥିବା ଚର୍ଚ୍ଚା ହେଉଛି ।

ଇଟିଭି ଭାରତ, ଯାଜପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.