ETV Bharat / state

ଜାତୀୟ ରାଜପଥ କାର୍ଯ୍ୟକୁ ଜମିହରାଙ୍କ ବିରୋଧ - 53 ନମ୍ବର ଜାତୀୟ ରାଜପଥ

ଯାଜପୁର କଳିଙ୍ଗନଗର ଥାନା ଅନ୍ତର୍ଗତ ସିଆରିଆ ଛକ ନିକଟ 53 ନମ୍ବର ଜାତୀୟ ରାଜପଥ କାର୍ଯ୍ୟକୁ ସ୍ଥାନୀୟ ବାସିନ୍ଦାଙ୍କ ବିରୋଧ ।

ଜାତୀୟ ରାଜପଥ ରାସ୍ତା କାର୍ଯ୍ୟକୁ ଜମିହରାଙ୍କ ବିରୋଧ

author img

By

Published : Aug 26, 2021, 7:55 AM IST

ଯାଜପୁର: ସୁକିନ୍ଦା ୫୩ ନମ୍ବର ଜାତୀୟ ରାଜପଥ କାର୍ଯ୍ୟକୁ ସ୍ଥାନୀୟ ଲୋକଙ୍କ ବିରୋଧ । କଳିଙ୍ଗନଗର ଥାନା ଅନ୍ତର୍ଗତ ସିଆରିଆ ଛକ ନିକଟରେ ଏହି ରାଜପଥ କାମ ଏବେ ଜାରି ରହିଥିବା ବେଳେ ସ୍ଥାନୀୟ ଜମିହରା ଏହାକୁ ବିରୋଧ କରିଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ବହୁ ବର୍ଷ ଧରି ସ୍ଥାନୀୟ ଗ୍ରାମବାସୀ ମାନେ ଜାରି ରହିଥିବା ରାସ୍ତା କାମ ସ୍ଥାନରେ ଚାଷ କରି ଚଳି ଆସୁଥିଲେ । ତେବେ ରାସ୍ତା କାମ ପାଇଁ କିଛି ଲୋକ ପଟ୍ଟା ପାଇଥିବା ବେଳେ ଆଉ କିଛି ଲୋକ ଖଜଣା ଦେଇଆସୁଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ପଟ୍ଟା ପାଇନାହାନ୍ତି ।

ଜାତୀୟ ରାଜପଥ ରାସ୍ତା କାର୍ଯ୍ୟକୁ ଜମିହରାଙ୍କ ବିରୋଧ

ପାଖାପାଖି ୨ ବର୍ଷ ହେବ ଆଉ ସେମାନଙ୍କ ଠାରୁ ଖଜଣା ନିଆଯାଉ ନାହିଁ । ଫଳରେ ପଟ୍ଟାପାଇଥିବା ଲୋକଙ୍କୁ ଜମିର ମୂଲ୍ୟ ବାବଦରେ ଅର୍ଥରାଶି ସରକାର ଠାରୁ ମିଳିସାରିଥିବା ବେଳେ ଆଇନ ଅନୁଯାୟୀ ପଟ୍ଟା ନଥିବା ଲୋକଙ୍କୁ ଜମିର ମୂଲ୍ୟ ଦିଆଯାଇନାହିଁ । ଏହାର ପ୍ରତିବାଦରେ ଗତକାଲି ସ୍ଥାନୀୟ ଗ୍ରାମବାସୀ ମାନେ ରାସ୍ତା କାମକୁ ବିରୋଧ କରିଥିଲେ । ଏନେଇ ସ୍ଥାନୀୟ ପୋଲିସ ଓ ସ୍ଥାନୀୟ ତହସିଲଦାରଙ୍କ ଉପସ୍ଥିତରେ ରାସ୍ତା କାର୍ଯ୍ୟକୁ ବିରୋଧ କରୁଥିବା ଲୋକଙ୍କୁ ସେଠାରୁ ହଟାଯାଇ ଜାତୀୟ ରାଜପଥ କାର୍ଯ୍ୟ ପୁନର୍ବାର ଆରମ୍ଭ କରାଯାଇଥିଲା ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.