ETV Bharat / state

ସୁକିନ୍ଦା 53 ନଂ ଜାତୀୟ ରାଜପଥ ବାହ୍ୟ ଜଗତରୁ ବିଚ୍ଛିନ୍ନ - Sukinda National Highway

ଯାଜପୁର ଜିଲ୍ଲାର ସୁକିନ୍ଦା ଦେଇ ଯାଇଥିବା 53 ନଂ ଜାତୀୟ ରାଜପଥ ଉପରେ ପାଣି ଚାଲିବାରୁ ଆଜି ସମ୍ପୂର୍ଣ୍ଣ ଯାତାୟତ ଠପ ହୋଇଯାଇଥିଲା । ଅଧିକ ଖବର ପଢନ୍ତୁ...

ସୁକିନ୍ଦା 53 ନଂ ଜାତୀୟ ରାଜପଥ ବାହ୍ୟ ଜଗତରୁ ବିଚ୍ଛିନ୍ନ

author img

By

Published : Aug 15, 2020, 10:49 PM IST

ଯାଜପୁର: ଜିଲ୍ଲାର ସୁକିନ୍ଦା ଦେଇ ଯାଇଥିବା 53 ନଂ ଜାତୀୟ ରାଜପଥ ଉପରେ ପାଣି ଚାଲିବାରୁ ଆଜି ସମ୍ପୂର୍ଣ୍ଣ ଯାତାୟତ ଠପ ହୋଇଯାଇଥିଲା । ଏମିତିକି ସୁକିନ୍ଦା ଶିବମନ୍ଦିର ମଧ୍ୟ ଜଳବନ୍ଦୀ ହୋଇଯିବାରୁ ମନ୍ଦିରରେ ପୂଜାର୍ଚ୍ଚନା ବନ୍ଦ ରହିଥିଲା।

ସୂଚନା ଅନୁଯାୟୀ, ସୁକିନ୍ଦା-ତାଳଚେରକୁ ସଂଯୋଗ କରୁଥିବା 53 ନଂ ଜାତୀୟ ରାଜପଥର ଫୋର ଲେନ ରାସ୍ତା ନିର୍ମାଣ କାର୍ଯ୍ୟ ବାଲାଜୀ କନଷ୍ଟ୍ରକ୍ସନ ଏବଂ ସିକୁ ଲଜିଷ୍ଟିକ ନେଇଥିବାବେଳେ ଠିକା ସଂସ୍ଥା କମ୍ପାନୀର ରାସ୍ତା ନିର୍ମାଣ କାର୍ଯ୍ୟର ମନ୍ଥରତା ପାଇଁ ରାସ୍ତା ନିର୍ମାଣ କାର୍ଯ୍ୟରେ ବହୁ ବିଳମ୍ବ ଦେଖାଦେଇଛି ।

ସୁକିନ୍ଦା 53 ନଂ ଜାତୀୟ ରାଜପଥ ବାହ୍ୟ ଜଗତରୁ ବିଚ୍ଛିନ୍ନ

ଯାହାଫଳରେ ରାସ୍ତା ଏବେ ମରଣଯନ୍ତା ପାଲଟିଛି । ଅନ୍ୟପଟରେ ସୁକିନ୍ଦା ମଙ୍ଗଳପୁର ମଝିରେ ଥିବା ପୋଲ ପାର୍ଶ୍ବରେ ବିରାଟ ଖାଲ ତାଡି ଅଧା ନିର୍ମାଣ ଅବସ୍ଥାରେ କାର୍ଯ୍ୟକୁ ବାଲାଜୀ କନଷ୍ଟ୍ରକ୍ସନ ବନ୍ଦ ରଖିଥିବାରୁ ଗତକାଲି ରାତିରେ ବର୍ଷା ହେବାରୁ ପୋଲ ଉପରେ 10 ଫୁଟ ଉଚ୍ଚତାର ପାଣି ଚାଲିଥିଲା । ଯାହା ଫଳରେ ଆଜି ଗାଡି ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଛି l ଏମିତିକି ସୁକିନ୍ଦାରୁ ବାହାରକୁ ଯିବା ପାଇଁ ବହୁ ସମସ୍ୟା ହେଉଛି। ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ସାଧାରଣ ରେ ଦାବି ହୋଇଛି।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.