ETV Bharat / state

ଦିବ୍ୟଶଙ୍କରଙ୍କୁ ମନ୍ତ୍ରୀପଦରୁ ବହିଷ୍କାର ଦାବିରେ ସୁକିନ୍ଦା ବିଜେପିର ବିକ୍ଷୋଭ - ମନ୍ତ୍ରୀପଦରୁ ବହିସ୍କାର ଦାବିରେ ସୁକିନ୍ଦା ବିଜେପିର ବିକ୍ଷୋଭ

ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡ ଘଟଣାରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ମନ୍ତ୍ରୀପଦରୁ ବହିଷ୍କାର ଦାବିରେ ସୁକିନ୍ଦା ବିଜେପିର ବିକ୍ଷୋଭ । ଅଧିକ ପଢନ୍ତୁ...

ଦିବ୍ୟଶଙ୍କର ମିଶ୍ରଙ୍କୁ ମନ୍ତ୍ରୀପଦରୁ ବହିସ୍କାର ଦାବିରେ ସୁକିନ୍ଦା ବିଜେପିର ବିକ୍ଷୋଭ

author img

By

Published : Nov 10, 2021, 9:17 PM IST

ଯାଜପୁର: ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡ ଘଟଣାରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସମ୍ପୃକ୍ତି ଥିବାବେଳେ ତାଙ୍କୁ ତୁରନ୍ତ ମନ୍ତ୍ରୀପଦରୁ ବହିଷ୍କାର କରିବା ଦାବିରେ ଆଜି(ବୁଧବାର) ଦାନଗଦି ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ସୁକିନ୍ଦା ବିଜେପି ପକ୍ଷରୁ ବିକ୍ଷୋଭ ଓ ପ୍ରତିବାଦ କରାଯାଇଛି । ବିଜେପି ପକ୍ଷରୁ ମିଲିଟାରୀ ଛକଠାରୁ ଶୋଭାଯାତ୍ରା ବାହାରି ଦାନଗଦି ବଜାର ପରିକ୍ରମା କରିବା ପରେ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲା ।

ଦିବ୍ୟଶଙ୍କରଙ୍କୁ ମନ୍ତ୍ରୀପଦରୁ ବହିଷ୍କାର ଦାବିରେ ସୁକିନ୍ଦା ବିଜେପିର ବିକ୍ଷୋଭ

ସୁକିନ୍ଦା ବିଜେପି ନେତା ପ୍ରଦୀପ ବଳ ସାମନ୍ତଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ବିକ୍ଷୋଭ ସମାବେଶରେ ଯାଜପୁର ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ବିଶ୍ୱଜିତ ରଜ ଓ ଦାନଗଦି ବ୍ଲକ ଉପାଧ୍ୟକ୍ଷ ସୁଧାଂଶୁ ଶେଖର ଭଞ୍ଜଙ୍କ ସମେତ ବହୁ ବରିଷ୍ଠ ବିଜେପି ନେତା ଓ କର୍ମୀ ଯୋଗଦେଇ ରାଜ୍ୟ ସରକାରଙ୍କୁ ତୀବ୍ର ନିନ୍ଦା କରିଥିଲେ । ହତ୍ୟାକାଣ୍ଡରେ ମନ୍ତ୍ରୀଙ୍କ ସମ୍ପୂର୍ଣ୍ଣ ହାତ ରହିଥିଲେ ହେଁ ତାଙ୍କୁ ଘଣ୍ଟ ଘୋଡାଇବା ପାଇଁ ପୁରା ସରକାର ଲାଗି ପଡିଥିବା ଅଭିଯୋଗ କରିଛି ବିଜେପି । ମନ୍ତ୍ରୀଙ୍କୁ ବହିଷ୍କାର ନକରିବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଚେତାବନୀ ଦେଇଥିଲେ ବିଜେପି ନେତା ଓ କର୍ମୀ । ଏଥିସହିତ ଶେଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କର କୁଶପୁତ୍ତଳିକା ଦାହା କରାଯାଇଥିଲା ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.