ETV Bharat / state

ପରୀକ୍ଷା ବାତିଲ୍ ଦାବିରେ +2 ଛାତ୍ରଛାତ୍ରୀଙ୍କ ବିକ୍ଷୋଭ

author img

By

Published : Jan 27, 2022, 4:15 PM IST

Updated : Jan 27, 2022, 4:26 PM IST

ଯୁକ୍ତ ଦୁଇ ପରୀକ୍ଷା ବାତିଲ ଦାବିରେ ଯାଜପୁର ଜିଲ୍ଲା ବ୍ୟାସନଗର ସହରରେ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ । ଅଧିକ ପଢନ୍ତୁ

ପରୀକ୍ଷା ବାତିଲ୍ ଦାବିରେ +2 ଛାତ୍ରଛାତ୍ରୀଙ୍କ ବିକ୍ଷୋଭ
ପରୀକ୍ଷା ବାତିଲ୍ ଦାବିରେ +2 ଛାତ୍ରଛାତ୍ରୀଙ୍କ ବିକ୍ଷୋଭ

ଯାଜପୁର: ଯୁକ୍ତ ଦୁଇ ପରୀକ୍ଷା ବାତିଲ ଦାବିରେ ଯାଜପୁର ଜିଲ୍ଲା ବ୍ୟାସନଗର ସହରରେ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ । ବ୍ୟାସନଗର ସହରର ଗୋପବନ୍ଧୁ ଛକରେ ଛାତ୍ରଛାତ୍ରୀ ବିକ୍ଷୋଭ ପ୍ରଦର୍ଶନ କରିଥିବା ଦେଖିବାକୁ ମିଳିଛି । ସାମ୍ପ୍ରତିକ କୋରୋନା ପରିସ୍ଥିତିକୁ ଦୃଷ୍ଟିରେ ରଖି ଯୁକ୍ତ ଦୁଇ ବୋର୍ଡ ପରୀକ୍ଷା ବାତିଲ କରିବାକୁ ଦାବି କରିଛନ୍ତି ଛାତ୍ରଛାତ୍ରୀ ।

ଚଳିତ ଶିକ୍ଷାବର୍ଷରେ ୫ ମାସର ପାଠପଢ଼ାରେ ମାତ୍ର ଗୋଟିଏ ତ୍ରୟମାସିକ ପରୀକ୍ଷା ସରିଛି । ଏବେ ସୁଦ୍ଧା ମାତ୍ର ୭୦ ପ୍ରତିଶତ ପାଠ୍ୟକ୍ରମ ଶେଷ ହୋଇଛି । ଅନ୍ୟପଟେ ଅନଲାଇନ ପାଠପଢା ବି ଠିକ୍ ଭାବେ ହୋଇନାହିଁ । ଏଭଳି ପରିସ୍ଥିତିରେ ପରୀକ୍ଷା ବାତିଲ କରାଯାଇ ତ୍ରୟମାସିକ ପରୀକ୍ଷାର ମାର୍କ ଅନୁଯାୟୀ ବୋର୍ଡ ପରୀକ୍ଷାର ମାର୍କ ଦିଆଯାଉ ବୋଲି ଦାବି ରଖିଛନ୍ତି ଛାତ୍ରଛାତ୍ରୀ । ଜିଲ୍ଲାର ବ୍ୟାସନଗର ସମେତ ବିଭିନ୍ନ ସ୍ଥାନରେ ସମାନ ଢଙ୍ଗରେ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ ଦେଖିବାକୁ ମିଳିଛି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

Last Updated : Jan 27, 2022, 4:26 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.