ETV Bharat / state

ଯାଜପୁରରେ କେନାଲରେ ବୁଡି ଛାତ୍ର ମୃତ - jajpur drown death case

ଯାଜପୁର ବିଞ୍ଝାରପୁର ଥାନା କପିଳା ମାନ୍ଧାତାପାଟଣା ନିକଟସ୍ଥ କେନାଲରେ ବୁଡି ଚତୁର୍ଥ ଶ୍ରେଣୀ ଛାତ୍ରର ମୃତ୍ୟୁ ହୋଇଛି । ଦମକଳବାହିନୀ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ କେନାଲରୁ ଛାତ୍ରର ମୃତଦେହ ଉଦ୍ଧାର କରିଥିଲେ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଯାଜପୁର
author img

By

Published : Sep 15, 2019, 9:30 PM IST

ଯାଜପୁର: କେନାଲରେ ବୁଡି ଚତୁର୍ଥ ଶ୍ରେଣୀ ଛାତ୍ରର ମୃତ୍ୟୁ ହୋଇଛି । ଘଟଣା ଘଟିଛି ଯାଜପୁର ବିଞ୍ଝାରପୁର ଥାନା କପିଳା ମାନ୍ଧାତାପାଟଣା ନିକଟସ୍ଥ କେନାଲରେ । ମୃତ ଛାତ୍ର ହେଲେ ବିଦ୍ୟାଧର ମଲ୍ଲିକଙ୍କ ପୁଅ ରାଜା । ସେ ମଧୁସୁଦନପୁର ପ୍ରାଥମିକ ବିଦ୍ୟାଳୟରେ ପାଠ ପଢୁଥିଲା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଯାଜପୁର

ସୂଚନାନୁଯାୟୀ, ଗାଁର କିଛି ପିଲା ଏହି କେନାଲରେ ଗାଧୋଉଥିବା ବେଳେ ରାଜାର ଗୋଡ କେନାଲରେ ଖସି ଯାଇଥିଲା । ତାଙ୍କୁ ଉଦ୍ଧାର କରିବାକୁ ନିକଟରେ ଥିବା ପିଲାମାନେ ଚେଷ୍ଟା କରି ବିଫଳ ହୋଇଥିଲେ । ତୁରନ୍ତ ଘଟଣା ସମ୍ପର୍କରେ ବିଞ୍ଝାରପୁର ଦମକଳ ବାହିନୀକୁ ଖବର ଦିଆଯାଇଥିଲା । ଘଟଣାସ୍ଥଳରେ ଦମକଳବାହିନୀ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ କେନାଲରୁ ଛାତ୍ରର ମୃତଦେହ ଉଦ୍ଧାର କରିଥିଲେ ।

ରାଜାର ମୃତଦେହକୁ ଉଦ୍ଧାର କରାଯିବା ପରେ ବ୍ୟବଚ୍ଛେଦ ପାଇଁ ଯାଜପୁର ଡାକ୍ତରଖାନା ପଠାଯାଇଥିଲା । ଘଟଣାକୁ ବିଞ୍ଝାରପୁର ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

Intro:slug-Drowning death
format-avo
reporter-Gyanaranjan ojha
place-jajpur
date-15.09.19
anchor-- କେନାଲରେ ବୁଡି ୪ର୍ଥ ଶ୍ରେଣୀ ଛାତ୍ରର ମୃତ୍ୟୁ । ଯାଜପୁର ବିଂଝାରପୁର ଥାନା କପିଳା ମାନ୍ଧାତାପାଟଣା ନିକଟସ୍ଥ କେନାଲରେ ଘଟିଛି ଏହି ଅଘଟଣ । ମୃତକ ହେଲେ ବିଦ୍ୟାଧର ମଲ୍ଲିକଙ୍କ ପୁଅ ରାଜା । ଗାଁର କିଛି ପିଲା ଏହି କେନାଲରେ ଗାଧୋଉଥିବା ବେଳେ ରାଜା ଙ୍କ ଗୋଡ ଖସିଯାଇଥିଲା । ତାଙ୍କୁ ଉଦ୍ଧାର କରିବାକୁ ଅନ୍ୟ କେତେକ ପିଲା ଯାଇଥିଲେ ହେଁ ଉଦ୍ଧାର କରିପାରିନଥିଲେ । ଏ ନେଇ ବିଂଝାରପୁର ଦମକଳ ବାହିନିକୁ ଖବର ଦିଆଯାଇଥିଲା । ଦମକଳ ବାହିନି ସ୍ଥାନୀୟ ଲୋକଙ୍କ ସହାୟତାରେ ଉଦ୍ଧାର କାର୍ଯ୍ୟ କରାଯାଇଥିଲା । ମୃତ ଦେହକୁ ଉଦ୍ଧାର କରାଯିବା ପରେ ଶବ ବ୍ୟବଚ୍ଛେଦ ପାଇଁ ଯାଜପୁର ଡାକ୍ତରଖାନାରେ ଭର୍ତି କରାଯାଇଥିଲା । ଏ ନେଇ ବିଂଝାରପୁର ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ମୃତକ ରାଜା ମଧୁସୁଦନପୁର ପ୍ରାଥମିକ ବିଦ୍ୟାଳୟର ଛାତ୍ର ଥିଲେ ।

Body:NewsConclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.