ETV Bharat / state

ଇଞ୍ଜିନିୟରିଂ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

author img

By

Published : Mar 28, 2023, 9:03 PM IST

ଯାଜପୁର ସରକାରୀ ପଲିଟେକ୍ନିକ୍‌ କଲେଜ ହଷ୍ଟେଲରେ ଇଞ୍ଜିନିୟରିଂ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ । ଝୁଲନ୍ତା ମୃତଦେହ ଉଦ୍ଧାର କଲା ପୋଲିସ । ଅଧିକ ପଢ଼ନ୍ତୁ

engineering student found hanging in jajpur
ଯାଜପୁର ପଲିଟେକନିକ କଲେଜ ହଷ୍ଟେଲରେ ଛାତ୍ରୀଙ୍କ ମୃତ୍ୟୁ

ଯାଜପୁର: ଇଞ୍ଜିନିୟରିଂ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ । ଯାଜପୁର ସରକାରୀ ପଲିଟେକ୍ନିକ କଲେଜ୍‌ର ବିରଜା ହଷ୍ଟେଲର ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ମୃତ ଛାତ୍ରୀ ଜଣକ ଯାଜପୁର ଜିଲ୍ଲା ଜେନାପୁର ଥାନା ଅନ୍ତର୍ଗତ ଷେଣ୍ଢପୁର ଗ୍ରାମର ଅମୂଲ୍ୟ ପାତ୍ରଙ୍କ ଝିଅ ରୋଜାଲିନ ପାତ୍ର ବୋଲି ଜଣାପଡିଛି । ସରକାରୀ ପଲିଟେକ୍ନିକ କଲେଜର ଇଲେକ୍ଟ୍ରିକାଲ ବିଭାଗର ତୃତୀୟ ବର୍ଷ ଛାତ୍ରୀ ଥିଲେ ରୋଜାଲିନ । ମୃତ୍ୟୁର କାରଣ ଅସ୍ପଷ୍ଟ ଥିବାବେଳେ ଘଟଣାସ୍ଥଳରେ ପୋଲିସର ତଦନ୍ତ ଜାରି ରହିଛି ।

ସୂଚନା ଅନୁଯାୟୀ, ରୋଜାଲିନ୍‌ ଜଣେ ମେଧାବୀ ଛାତ୍ରୀ ଥିବାବେଳେ ୪ଟି କ୍ୟାମ୍ପସ୍‌ ପାଇଥିଲେ । ପାଠପଢାକୁ ନେଇ ସେ ସବୁବେଳେ ଖୁସିରେ ରହୁଥିଲେ । ତାଙ୍କର ପାଠପଢା ଦକ୍ଷତାକୁ ଦେଖି କଲେଜକୁ ଆସୁଥିବା ତିନୋଟି କମ୍ପାନୀ ପାଇଁ କ୍ୟାମ୍ପସରେ ସିଲେକ୍ସନ ହେଇଥିଲେ। ହେଲେ ଏହାକୁ ସହି ନପାରି କିଛି କଲେଜ ଛାତ୍ରଛାତ୍ରୀ ଅନେକ ସମୟରେ ହଇରାଣ ହରକତ କରୁଥିବା ପରିବାର ପକ୍ଷରୁ ଅଭିଯୋଗ ହେଉଛି । କଲେଜର ଛାତ୍ରଛାତ୍ରୀ ଫୋନ ଓ ମେସେଜ ଦ୍ବାରା ତାଙ୍କୁ ଅଶାଳୀନ ଭାଷାରେ ଗାଳିଗୁଲଜ କରୁଥିବା ସେ ପରିବାର ଲୋକଙ୍କୁ ଜଣାଇଥିଲେ । କିନ୍ତୁ ହଠାତ୍‌ ମଙ୍ଗଳବାର ତାଙ୍କ ହଷ୍ଟେଲ୍‌ ରୁମରୁ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ଅନ୍ୟପଟେ ଝିଅର ମୃତ୍ୟୁକୁ ନେଇ ସହଜରେ ଗ୍ରହଣ କରିପାରୁନାହାନ୍ତି ପରିବାର ଲୋକେ ।

ଏନେଇ ରୋଜାଲିନଙ୍କ ବାପା କହିଛନ୍ତି, "ଝିଅର ଉନ୍ନତି ଦେଖି କିଛି ଛାତ୍ରଛାତ୍ରୀ ସହିପାରୁନଥିଲେ । କ୍ୟାମ୍ପସ ସିଲେକ୍ସନ ହେବା ଯୋଗୁଁ ତାକୁ ଗାଳିଗୁଲଜ କରୁଥିଲେ । ଏହାକୁ ସହ୍ୟ କରି ନପାରି ଝିଅ ଏଭଳି ନିଷ୍ପତ୍ତି ନେଇଥାଇପାରେ । ନଚେତ ସାଙ୍ଗମାନେ ମିଶି ତାଙ୍କୁ ହତ୍ୟା କରି ଝୁଲାଇ ଦେଇ ଥାଇପାରନ୍ତି ।"

ସେପଟେ ରାଗିଂ ହେବା କଥାକୁ ଖଣ୍ଡନ କରିଛନ୍ତି କଲେଜ ଅଧ୍ୟକ୍ଷ । ଅଧ୍ୟକ୍ଷଙ୍କ କହିବା ଅନୁଯାୟୀ, "ରୋଜାଲିନ ଜଣେ ଭଲ ଛାତ୍ରୀ ଥିଲେ । ସବୁବେଳେ କଲେଜରେ ଟପର ହେଉଥିଲେ । ମାତ୍ର କାହିଁକି ଏଭଳି ଚରମ ନିଷ୍ପତ୍ତି ନେଲେ ସେନେଇ ଜଣା ପଡ଼ିନାହିଁ । ରୋଜାଲିନଙ୍କ କୌଣସି ସମସ୍ୟା ନେଇ ସେ ଆମ ସହ ଆଲୋଚନା କରିନାହାନ୍ତି ।" ଖବର ପାଇ ଘଟଣାସ୍ଥଳରେ କୋରେଇ ଥାନା ଆଇଆଇସି ସଂଘମିତ୍ର ମଲ୍ଲିକ ଓ ଯାଜପୁର ଏସଡ଼ିପିଓ ସଞ୍ଜୟ କୁମାର ପଟ୍ଟନାୟକ ପହଞ୍ଚି ତଦନ୍ତ କରିଛନ୍ତି । ଏଥିସହ ଯାଜପୁର ରୋଡ ଏସଡିପିଓ, କୋରେଇ, ଜେନାପୁର ଓ ଯାଜପୁର ରୋଡ ଥାନା ଅଧିକାରୀ ଓ କର୍ମଚାରୀମାନେ ସେଠାରେ ମଧ୍ୟ ପହଞ୍ଚିଥିଲେ । ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ଘଟଣାକୁ ଗୁରୁତର ସହକାରେ ନେଇ ଯାଜପୁର ଏସପି ଭିନିତ ଅଗ୍ରୱାଲଙ୍କ ନିର୍ଦ୍ଦେଶରେ ପୋଲିସ ସାଇଣ୍ଟିଫିକ ଟିମ କଲେଜ ପରିସରରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି । ମୃତ୍ୟୁର କାରଣ ସ୍ପଷ୍ଟ ହୋଇନଥିବାବେଳେ ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ସତ ସାମ୍ନାକୁ ଆସିବ ବୋଲି ପୋଲିସ କହିଛି । ସେପଟେ ମୃତ ରୋଜାଲିନଙ୍କ ପରିବାର ପକ୍ଷରୁ ନ୍ୟାୟ ପାଇଁ ପୋଲିସ ନିକଟରେ ଦାବି ହୋଇଛି ।

ଇଟିଭି ଭାରତ, ଯାଜପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.