ଯାଜପୁର: କାର୍ଯ୍ୟରତ ଶ୍ରମିକଙ୍କ ବହିଷ୍କାର ପ୍ରତିବାଦରେ ଜିଲ୍ଲାରେ ଶ୍ରମିକଙ୍କ ଆନ୍ଦୋଳନ ଦେଖିବାକୁ ମିଳିଛି । ଯାଜପୁର ବିଦ୍ୟୁତ ଡ଼ିଭିଜନର ନିର୍ବାହୀଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅସ୍ଥାୟୀ କର୍ମଚାରୀ ମାନେ ଧାରଣା ଦେଇଛନ୍ତି ।
ଦୀର୍ଘଦିନ ଧରି ଠିକା କର୍ମଚାରୀ ଭାବେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କ ମଧ୍ୟରୁ ୬ ଜଣଙ୍କୁ ଠିକାସଂସ୍ଥା ପକ୍ଷରୁ ବହିଷ୍କାର କରାଯାଇଛି । ଯାହାକୁ ନେଇ କର୍ମଚାରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ।
ଠିକାସଂସ୍ଥା ଠାରୁ ବକେୟା ପ୍ରାପ୍ୟ ପାଇବା ନେଇ ବାରମ୍ବାର କର୍ମଚାରୀମାନେ ଦାବି କରିଥିବାରୁ ସେମାନଙ୍କୁ ଉଦ୍ଦେଶ୍ୟ ମୂଳକ ଭାବେ ବହିଷ୍କାର କରାଯାଇଥିବା ଅଭିଯୋଗ ହୋଇଛି । ଦାବୀ ପୁରଣ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଆନ୍ଦୋଳନକାରୀ ମାନେ ଚେତାବନୀ ଦେଇଛନ୍ତି ।
ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ