ETV Bharat / state

ବ୍ୟାସନଗରରେ ପ୍ରଥମ ରାଜ୍ୟସ୍ତରୀୟ ଦୃଷ୍ଟିବାଧିତ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ - ଯାଜପୁର ଦୃଷ୍ଟିବାଧିତ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ

ଯାଜପୁର ଜିଲ୍ଲା ବ୍ୟାସନଗର ଠାରେ ଚାଲିଥିବା ଦୁଇ ଦିନିଆ ରାଜ୍ୟସ୍ତରୀୟ ଦୃଷ୍ଟିବାଧିତ କ୍ରିକେଟ(blind cricket) ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ । ଓଡ଼ିଶା ଦୃଷ୍ଟିବାଧିତ କ୍ରିକେଟ ସଂଘ ତତ୍ବାବଧାନରେ ଭିନ୍ନକ୍ଷମ ସଶକ୍ତିକରଣ ପାଇଁ କାର୍ଯ୍ୟ କରୁଥିବା ଆଶା ଅଭିଳାଷା ସାମାଜିକ ସଂଗଠନ ପକ୍ଷରୁ ବ୍ୟାସନଗରସ୍ଥିତ ଏନ୍.ସି ହାଇସ୍କୁଲ ଖେଳ ପଡ଼ିଆରେ ଏହି ଟୁର୍ଣ୍ଣାମେଣ୍ଟର ଆୟୋଜନ କରାଯାଇଥିଲା। ଅଧିକ ପଢନ୍ତୁ

state level blind cricket tournament successfully ends at jajpur
ବ୍ୟାସନଗରରେ ପ୍ରଥମ ରାଜ୍ୟସ୍ତରୀୟ ଦୃଷ୍ଟିବାଧିତ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ
author img

By

Published : Dec 20, 2021, 4:37 PM IST

Updated : Dec 20, 2021, 4:47 PM IST

ଯାଜପୁର: ବର୍ତ୍ତମାନ ସମୟରେ ଭାରତରେ କ୍ରିକେଟ ହେଉଛି ଏକ ଲୋକପ୍ରିୟ ଖେଳ । ଦିନକୁ ଦିନ ଏହାର କ୍ରେଜ୍ ବଢୁଥିବାବେଳେ ଯାଜପୁର ଜିଲ୍ଲା ବ୍ୟାସନଗର ଠାରେ ଆୟୋଜିତ ହୋଇଥିଲା ପ୍ରଥମ ରାଜ୍ୟସ୍ତରୀୟ ଦୃଷ୍ଟିବାଧିତ କ୍ରିକେଟ ଟୁର୍ଣ୍ଣାମେଣ୍ଟ(state level blind cricket) । ଯେଉଁଥିରେ ସାମିଲ ହୋଇଥିଲେ ବିଭିନ୍ନ ଜିଲ୍ଲାର ଦୃଷ୍ଟିବାଧିତ କ୍ରିକେଟ ଦଳ । ଦୁଇ ଦିନ ଧରି ଖେଳାଯାଇଥିବା ଏହି ଟୁର୍ଣ୍ଣାମେଣ୍ଟରେ ଦୃଷ୍ଟିବାଧିତ କ୍ରିକେଟ ଖେଳାଳିମାନେ ଚମତ୍କାର ଖେଳ ପ୍ରଦର୍ଶନ କରି ଦର୍ଶକଙ୍କ ମନ ମୋହିଛନ୍ତି ।

ବ୍ୟାସନଗରରେ ପ୍ରଥମ ରାଜ୍ୟସ୍ତରୀୟ ଦୃଷ୍ଟିବାଧିତ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ

ନିଜ ଅଞ୍ଚଳରେ ହେଉଥିବା ଏଭଳି ଏକ ନିଆରା ଖେଳକୁ ବେଶ ଉପଭୋଗ କରିଛନ୍ତି ଦର୍ଶକ । ଦିବ୍ୟାଙ୍ଗମାନେ ଅକ୍ଷମ ନୁହଁନ୍ତି, ସେମାନେ ସକ୍ଷମ । ଇଚ୍ଛାଶକ୍ତି ଥିଲେ ସବୁ କିଛି ସମ୍ଭବ। ଏହି ବାର୍ତ୍ତା ନେଇ ଯାଜପୁରରେ ଅନୁଷ୍ଠିତ ହୋଇଥିଲା ପ୍ରଥମ ରାଜ୍ୟସ୍ତରୀୟ ଦୃଷ୍ଟିବାଧିତ କ୍ରିକେଟ ଟୁର୍ଣ୍ଣାମେଣ୍ଟ । ଓଡ଼ିଶା ଦୃଷ୍ଟିବାଧିତ କ୍ରିକେଟ ସଂଘ ବା CAVI (Cricket Association for the Visually Impaired)ର ତତ୍ବାବଧାନରେ ଭିନ୍ନକ୍ଷମ ସଶକ୍ତିକରଣ ପାଇଁ କାର୍ଯ୍ୟ କରୁଥିବା ଆଶା ଅଭିଳାଷା ସାମାଜିକ ସଂଗଠନ ପକ୍ଷରୁ ବ୍ୟାସନଗର ସ୍ଥିତ ଏନ୍.ସି ହାଇସ୍କୁଲ ଖେଳ ପଡ଼ିଆରେ ଏହି ଟୁର୍ଣ୍ଣାମେଣ୍ଟର ଆୟୋଜନ କରାଯାଇଥିଲା। ଏଥିରେ ମୟୁରଭଞ୍ଜ, ବାଲେଶ୍ଵର, ଯାଜପୁର ଓ ଅନୁଗୁଳ ଆଦି ୪ଟି ଜିଲ୍ଲାର ଦୃଷ୍ଟିବାଧିତ କ୍ରିକେଟ ଦଳ ସାମିଲ ହୋଇଥିଲେ । ଏହି ପ୍ରତିଯୋଗିତାରେ ଅନେକ ଜାତୀୟ ଓ ଭାରତକୁ ଗୌରବାନ୍ନିତ କରିଥିବା ଖ୍ୟାତିସମ୍ପନ୍ନ ଅନ୍ତର୍ଜାତୀୟ ଖେଳାଳି ସାମିଲ ହୋଇଥିଲେ ।

ଦୁଇ ଦିନ ଧରି ଚାଲିଥିବା ଏହି ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍‌ରେ ଯାଜପୁରକୁ ହରାଇ ଅନୁଗୁଳ ବିଜୟୀ ହୋଇଛି । ଓଡ଼ିଶା ଦୃଷ୍ଟିବାଧିତ କ୍ରିକେଟ ସଂଘ (କ୍ୟାଭି) ର କର୍ମକର୍ତ୍ତାମାନେ ଏହି ଟୁର୍ଣ୍ଣାମେଣ୍ଟକୁ ପରିଚାଳନା କରିଥିଲେ। ଏଭଳି ଏକ ନିଆରା ଖେଳ ଦେଖିବା ପାଇଁ ଦୂରଦୂରାନ୍ତରୁ ଲୋକଙ୍କ ସୁଅ ଛୁଟିଥିଲା । ଦୁଇ ଦିନ ଧରି ଏହାକୁ ବେଶ ଉପଭୋଗ କରିଥିଲେ ଦର୍ଶକ ।

ଏହି ଟୁର୍ଣ୍ଣାମେଣ୍ଟକୁ ଯାଜପୁର SP ରାହୁଲ ପି.ଆର୍ ଉଦ୍‌ଘାଟନ କରିଥିଲେ । ଉଦଘାଟନୀ ଉତ୍ସବରେ SPଙ୍କ ସମେତ ସମ୍ମାନୀତ ଅତିଥି ଭାବେ କଳିଙ୍ଗନଗର ଭିସା ଷ୍ଟିଲ କାରଖାନାର ନିର୍ଦ୍ଦେଶକ ମନୋଜ କୁମାର, ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ରୀ ତଥା ବ୍ୟାସନଗର ପୂର୍ବତନ ପୌରାଧ୍ୟକ୍ଷା ବନ୍ଦିତା ପରିଡା ଓ ଓଡ଼ିଶା ଦୃଷ୍ଟିବାଧିତ କ୍ରିକେଟ ସଂଘ (କ୍ୟାଭି)ର ସଭାପତି ତଥା ଅନ୍ତର୍ଜାତୀୟ କ୍ରିକେଟ ଖେଳାଳି ମହମ୍ମଦ ଜାଫର ଇକବାଲ ଯୋଗ ଦେଇଥିଲେ ।

ଏହାମଧ୍ୟ ପଢନ୍ତୁ: School Students On Dharna: ପ୍ରଧାନ ଶିକ୍ଷୟତ୍ରୀଙ୍କ ବଦଳି ଦାବି, ବିଦ୍ୟାଳୟ ସମ୍ମୁଖରେ ଧାରଣା

ସେହିପରି ଉଦ୍‌ଯାପନୀ ଉତ୍ସବରେ ଯାଜପୁର ସାଂସଦ ଶର୍ମିଷ୍ଠା ସେଠୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବାବେଳେ ମୁଖ୍ୟ ବକ୍ତା ଭାବେ କୋରେଇ ବିଧାୟକ ଅଶୋକ ବଳ, ଜିଲ୍ଲା କ୍ରୀଡ଼ା ସଂସଦର କାର୍ଯ୍ୟକାରୀ ସଭାପତି ଓ ଅନ୍ୟାନ୍ୟ ଅତିଥିମାନେ ସାମିଲ ହୋଇ ପୁରସ୍କାର ପ୍ରଦାନ କରିଥିଲେ । ଏହି ଅବସରରେ ଖ୍ୟାତି ସଂପନ୍ନ ଦୃଷ୍ଟିବାଧିତ କ୍ରିକେଟ ଖେଳାଳି ଓ ଅନ୍ୟ ବ୍ୟକ୍ତି ବିଶେଷଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ତେବେ ଏଭଳି ଏକ ନିଆରା ଖେଳକୁ ନେଇ ସମସ୍ତେ ବେଶ ଉତ୍ସାହିତ ଥିବା ଦେଖିବାକୁ ମିଳିଥିଲା ।

ଆଶା ଅଭିଳାଷା ସାମାଜିକ ସଂଗଠନ ପକ୍ଷରୁ ଆୟୋଜିତ ହୋଇଥିବା ଏଭଳି ଏକ କ୍ରୀଡ଼ାକୁ ସବୁ ମହଲରେ ସ୍ବାଗତ କରାଯାଇଛି । ଚଳିତବର୍ଷ ପରି ଆଗାମୀ ବର୍ଷମାନଙ୍କରେ ମଧ୍ୟ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜନ କରାଯିବ ବୋଲି ଆୟୋଜକ କହିଛନ୍ତି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

Last Updated : Dec 20, 2021, 4:47 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.