ETV Bharat / state

ଭାଇଚାରାର ନିଦର୍ଶନ ସତ୍ୟପୀର ପୀଠ

ଯାଜପୁର ଜିଲ୍ଲାର କୁଆଖିଆ ନିକଟସ୍ଥ ଓରାଳି ଗାଁରେ ରହିଛି ହଜରତ ସୟେଦ ବୁଲନ୍ଦ ସାହା ବାବାଙ୍କ ଦରଘା। ବିଶ୍ବାସ ରହିଛି ଏଠାରେ ଯାହା ମାନସିକ ରଖାଯାଏ ତାହା ପୁରଣ ହୋଇଥାଏ। ଅଧିକ ପଢନ୍ତୁ..

author img

By

Published : Dec 29, 2020, 10:24 PM IST

ଭାଇଚାରାର ନିଦର୍ଶନ ଓରାଳି ଗାଁ
ଭାଇଚାରାର ନିଦର୍ଶନ ଓରାଳି ଗାଁ

ଯାଜପୁର: ଜିଲ୍ଲାର କୁଆଖିଆ ନିକଟସ୍ଥ ଓରାଳି ଗ୍ରାମ । ଯାହା ସମ୍ପୂର୍ଣ୍ଣ ହିନ୍ଦୁ ଧର୍ମାବଲମ୍ବୀ ମାନଙ୍କର କହିଲେ କିଛି ଅତ୍ୟୁକ୍ତି ହେବ ନାହିଁ। ହେଲେ ଏହି ହିନ୍ଦୁ ଜନ ବସତି ଭିତରେ ରହିଛି ହଜରତ ସୟେଦ ବୁଲନ୍ଦ ସାହା ବାବାଙ୍କ ଦରଘା । ଯାହାକି ସତ୍ୟପୀର ପୀଠ ନାମରେ ନାମିତ । ଏହି ଦରଘାର ରକ୍ଷଣାବେକ୍ଷଣ ଦାୟିତ୍ବ ହିନ୍ଦୁଙ୍କ ହାତରେ ନ୍ୟସ୍ତ ।

ଭାଇଚାରାର ନିଦର୍ଶନ ଓରାଳି ଗାଁ

ଖାଲି ସେତିକି ନୁହେଁ ଏହି ସତ୍ୟପୀରଙ୍କୁ ହିନ୍ଦୁମାନେ ହିଁ ପୂଜା କରିଥାନ୍ତି । କେବଳ ସପ୍ତାହର ଗୋଟିଏ ଦିନ ଗୁରୁବାର ପାର୍ଶ୍ବବର୍ତ୍ତୀ ଅଞ୍ଚଳର ମୁସଲିମ ଭାଇ ଭଉଣୀମାନେ ଏଠାକୁ ଆସିଥାନ୍ତି। ଆଉ ଏହି ଗୋଟିଏ ଦିନ ହିଁ ପୀଠରେ ଦେଖିବାକୁ ମିଳିଥାଏ ଉଭୟ ହିନ୍ଦୁ-ମୁସଲିମ ସମ୍ପ୍ରଦାୟ ମଧ୍ୟରେ ଥିବା ଅନନ୍ୟ ଭାଇଚାରାର ନିଦର୍ଶନ। ଏଠାରେ କିଏ ନମାଜ କରୁଛି ତ ଆଉ କିଏ ଆଣ୍ଠୁମାଡି ପ୍ରଣାମ କରୁଛି। କିଏ ପବିତ୍ର କୋରାନ ପାଠ କରୁଛି ତ ଆଉ କିଏ ଧୂପ ଦୀପ ଜାଳି ସାଷ୍ଟାଙ୍ଗ ପ୍ରଣିପାତ କରୁଛି। ଯାହା ଦେଖିଲେ ମନ ପୁରା ସନ୍ତୋଷରେ ଭରିଯାଏ।

ଐତିହାସିକ ମତାନୁସାରେ, ଇସଲାମ ଧର୍ମର ପ୍ରଚାର ଓ ପ୍ରସାର ପାଇଁ ସୁଦୂର ଇରାନରୁ ଧର୍ମ ପ୍ରଚାରକମାନେ ଭାରତର କୋଣ ଅନୁକୋଣକୁ ଆସିଥିଲେ। ସେମାନଙ୍କ ମଧ୍ୟରୁ ସୟେଦ ଅହମ୍ମଦ ବୁଲନ୍ଦ ଶାହା ମୋଗଲ ଶାସନ ଚାଲିଥିବା ବେଳେ ଧର୍ମ ପ୍ରଚାର ପାଇଁ ଆସିଥିଲେ। ଓରାଳି ଠାରେ ଏକ କୁଡିଆ ନିର୍ମାଣ କରି ନିକଟସ୍ଥ ଗାଁ ଗୁଡିକରେ ସେ ଧର୍ମ ପ୍ରଚାରରେ ଲାଗିପଡିଥିଲେ। ଆଉ ଏହି ଠାରେ ହିଁ ସେ ଶେଷ ନିଃଶ୍ବାସ ତ୍ୟାଗ କରିଥିଲେ। ତାଙ୍କୁ ଓରାଳି ଗାଁରେ ହିଁ କବର ଦିଆଯାଇଥିଲା। ଏଠାକାର ଲୋକମାନଙ୍କର ବାବାଙ୍କ ଉପରେ ପ୍ରଗାଢ ବିଶ୍ବାସ ରହିଛ। ବାବାଙ୍କ ନିକଟରେ କୌଣସି ମାନସିକ ରଖିଲେ ଏହା ପୁରଣ ହୁଏ ବୋଲି ଆଖପାଖ ଅଞ୍ଚଳର ହିନ୍ଦୁ ଓ ମୁସଲମାନ ଲୋକଙ୍କର ଗଭୀର ବିଶ୍ବାସ ରହିଛି।

ସବୁଠାରୁ ବଡକଥା ହେଲା ଉଭୟ ସମ୍ପ୍ରଦାୟ ମଧ୍ୟରେ କେବେ କୌଣସି ସାମ୍ପ୍ରଦାୟିକ ଗଣ୍ଡଗୋଳର ପ୍ରଭାବ ଏଠାରେ ଦେଖିବାକୁ ମିଳେନାହିଁ ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.