ଯାଜପୁର: ସର୍ପାଘାତରେ ଜଣଙ୍କର ମୃତ୍ୟୁ । ଯାଜପୁର ପୌରାଞ୍ଚଳର କୋତବସନ୍ତପୁର ଅଂଚଳର ଗଣେଶ ଚନ୍ଦ୍ର ସାହୁ ସର୍ପାଘାତରେ ମୃତ୍ୟୁବରଣ କରିଛନ୍ତି ।
ଗଣେଶ ବାଡିରେ ଥିବା କଦଳୀପତ୍ର ଆଣିବାକୁ ଯାଇଥିବା ବେଳେ କୌଣସି ବିଷଧର ସାପ କାମୁଡି ଦେଇଥିଲା । ତାଙ୍କୁ ତୁରନ୍ତ ଯାଜପୁର ମୁଖ୍ୟ ଡାକ୍ତରଖାନାରେ ଗୁରୁତର ଅବସ୍ଥାରେ ଭର୍ତ୍ତି କରାଯାଇଥିଲା । କିଛି ସମୟ ଚିକିତ୍ସା ପରେ ଡାକ୍ତର ମୃତ ଘୋଷଣା କରିଛନ୍ତି । ଏ ନେଇ ସ୍ଥାନୀୟ ଯାଜପୁର ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି ।
ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ