ETV Bharat / state

ଚୋରା ଗାଈ ଚାଲାଣ ଗାଡିକୁ ଅଟକ ରଖିଲା ସ୍ଥାନୀୟ ଦଳ - Smuggling cattle vehicle stopped by local team

ଯାଜପୁର ଜିଲ୍ଲାର ସ୍ଥାନୀୟ ଚାନ୍ଦମା ବଜରଙ୍ଗ ଦଳ ଚୋରା ଗାଈ ଚାଲାଣ ଗାଡିକୁ ଅଟକ ରଖିବାରେ ସକ୍ଷମ ହୋଇପାରିଛି । ଗାଡିକୁ ଅଟକ ରଖିବା ପରେ ପୋଲିସକୁ ଗାଡି ଓ ଗାଈଙ୍କୁ ଜିମା ଦେଇଥିବାର ସୂଚନା ମିଳିଛି । ଅଧିକ ପଢନ୍ତୁ...

ଚୋରା ଗାଈ ଚାଲାଣ ଗାଡିକୁ ଅଟକ ରଖିଲା ସ୍ଥାନୀୟ ଦଳ

author img

By

Published : Oct 13, 2020, 6:00 PM IST

ଯାଜପୁର: ମଙ୍ଗଳବାର ଚୋରା ଗାଈ ଚାଲାଣବେଳେ ବ୍ୟାସନଗରସ୍ଥିତ ମହିଳା କଲେଜ ନିକଟରେ ବଜରଙ୍ଗ ଦଳ ଗାଡିକୁ ଜବତ କରିଛି । ଏହା ପରେ ପୋଲିସକୁ ଖବର ଦେଇ ଗାଡି ସହିତ 15ଟି ଗାଈକୁ ଜିମା ଦେଇଥିବା ସୂଚନା ମିଳିଛି ।

ଚୋରା ଗାଈ ଚାଲାଣ ଗାଡିକୁ ଅଟକ ରଖିଲା ସ୍ଥାନୀୟ ଦଳ

ସୂଚନା ମୁତାବକ ବ୍ୟାସନଗର ବଜରଙ୍ଗ ଦଳର ସଂଯୋଜକ ସୁଶୀଲ କୁମାର ମଲ୍ଲିକ ମହିଳା କଲେଜ ଦେଇ ଦୁଇଟି ଚୋରା ଗାଈ ଗାଡି ଯାଉଥିବାର ଖବର କୌଣସି ସୂତ୍ରରୁ ପାଇଥିଲେ । ପରେ ତୁରନ୍ତ ଗାଡିକୁ ଜବତ କରିବା ପାଇଁ ସେ ନିଜ ଦଳର କର୍ମକର୍ତ୍ତାଙ୍କୁ କହିଥିଲେ । ଦଳର କର୍ମକର୍ତ୍ତାମାନେ ଉକ୍ତ ସ୍ଥାନରେ ପହଞ୍ଚି ଗାଡି ଅଟକାଇବାକୁ ଚେଷ୍ଟା କରିଥିଲେ । କିନ୍ତୁ ଗାଡିଟି ଖସି ପଳାଇବାକୁ ଉଦ୍ୟମ କରୁଥିବାବେଳେ ବଜରଙ୍ଗ ଦଳର ଅଧିକ କର୍ମକର୍ତ୍ତା ସେଠାରେ ପହଞ୍ଚି ଗାଡିକୁ ଅଟକାଇ ରଖିବାରେ ସକ୍ଷମ ହୋଇଥିଲେ ।

କିଛି ସମୟ ପରେ ବଜରଙ୍ଗ ଦଳର ସଂଯୋଜକ ସୁଶୀଲ ଘଟଣାସ୍ଥଳରେ ପହଞ୍ଚି 15ଟି ଗାଈ ସହ ଉକ୍ତ ଗାଡିଟିକୁ ଯାଜପୁର ରୋଡ ପୋଲିସକୁ ହସ୍ତାନ୍ତର କରିଥିଲେ। ଚୋରା ଗାଈ ଚାଲାଣ କରୁଥିବା ଏହି ଗାଡିଟି ପହଙ୍ଗାରୁ କାଚରାସାହି ଯାଉଥିବା ଜଣାପଡ଼ିଛି । ଏଥିସହିତ ଯାଜପୁର ରୋଡ ପୋଲିସ ଏହି ଗାଡି ମାଧ୍ୟମରେ କିଏ ଚୋରା ଗାଈଙ୍କୁ ଚାଲାଣ କରୁଥିଲା ତାହା ଉପରେ ଅଧିକ ତଦନ୍ତ ଜାରି ରଖିଛି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.