ETV Bharat / state

ପାରମ୍ପରିକ ରୀତିନୀତିରେ ଶେଷ ହେଲା ଶିବବିବାହ

ଯାଜପୁରର ପ୍ରସିଦ୍ଧ ଶୈବ ପୀଠ ତ୍ରିଲୋଚନେଶ୍ବର ମନ୍ଦିରରେ ପାରମ୍ପରିକ ରୀତିନୀତିରେ ପାଳନ ହୋଇଯାଇଛି ଶୀତଳଷଷ୍ଠୀ । ବାଦ୍ୟ, ରୋଶଣୀ, ଘଣ୍ଟ ଓ ମନ୍ତ୍ରଧ୍ବନିରେ କମ୍ପୁଥିଲା ଚତୁର୍ଦିଗ ।

author img

By

Published : Jun 9, 2019, 7:29 AM IST

ଫଟୋ ସୌଜନ୍ୟ : ସମ୍ବାଦଦାତା,ଯାଜପୁର

ଯାଜପୁର : ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା ଉପଲକ୍ଷେ ଯାଜପୁରର ପ୍ରସିଦ୍ଧ ଶୈବ ପୀଠ ତ୍ରିଲୋଚନେଶ୍ବର ମନ୍ଦିରରେ ପାରମ୍ପରିକ ରୀତିନୀତିରେ ପାଳନ ହୋଇଛି ଶିବବିବାହ । ପୂର୍ବାହ୍ନରେ ମହାରୁଦ୍ରାଭିଷେକ, ହୋମ ଯଜ୍ଞ ଅନୁଷ୍ଠିତ ହେବା ପରେ ସନ୍ଧ୍ୟାରେ ପାରମ୍ପରିକ ରୀତିରେ ବିବାହ କାର୍ଯ୍ୟ ଅନୁଷ୍ଠିତ ହୋଇଛି ।

ଭିଡିଓ ସୌଜନ୍ୟ : ସମ୍ବାଦଦାତା,ଯାଜପୁର

ଦେବୀଦ୍ବାର ଗ୍ରାମର ଅଭୟ କୁମାର ମହାନ୍ତି କନ୍ୟାପିତା ହୋଇଥିବା ବେଳେ ଦୋଗଡ଼ା ଗ୍ରାମର ଦାମୋଦର ରାଉତ ବରପିତା ଭାବେ ଏହି ବିବାହ କାର୍ଯ୍ୟ ସଂପାଦନ କରିଥିଲେ । ବାଦ୍ୟ, ରୋଶଣୀ, ଘଣ୍ଟ ଓ ମନ୍ତ୍ରଧ୍ବନିରେ ସମଗ୍ର ପରିବେଶ ପ୍ରକମ୍ପିତ ହୋଇଉଠିଥିଲା ।

ଏନେଇ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ ଲାଗି ରହିଥିଲା । ଭକ୍ତମାନେ ମହାଦେବଙ୍କୁ ଦର୍ଶନ କରିବା ସହ ବରଯାତ୍ରୀ ଯୋଗ ଦେଇ ବିବାହ ଉତ୍ସବରେ ସାମିଲ ହୋଇଥିଲେ । ମନ୍ଦିର କମିଟି ପକ୍ଷରୁ ଶୃଙ୍ଖଳିତ ଦର୍ଶନ ସହ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା,ଇଟିଭି ଭାରତ

Intro:Body:Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.