ETV Bharat / state

ବିଦାୟ ନେବେ ମା’, ସିନ୍ଦୁର ଖେଳି ଭାବବିହ୍ବଳ ଭକ୍ତ

author img

By

Published : Oct 8, 2019, 8:15 PM IST

ଦୀର୍ଘ 56 ବର୍ଷ ଧରି ଏଠାରେ ଓଡିଆ ଓ ବଙ୍ଗାଳୀମାନେ ମିଳିତ ଭାବେ ମା’ଙ୍କ ଶାରଦୀୟ ପୂଜା କରିଆସୁଛନ୍ତି । ତେଣୁ ଦଶମୀ ଦିନ ଏଠାରେ ସିନ୍ଦୁର ଖେଳର ରହିଛି ନିଆରା ପରମ୍ପରା । ଉଭୟ ବଙ୍ଗାଳୀ ଓ ଓଡିଆ ସଧବା ମହିଳାମାନେ ସିନ୍ଦୁର ଖେଳ ସହ ମା’ଙ୍କୁ ମେଲାଣୀ ଦିଅନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଯାଜପୁର

ଯାଜପୁର: ଶେଷ ହୋଇଛି ଶାରଦୀୟ ପୂଜା । ପୀଠରେ ଦଶମୀ ପୂଜା ସହ ଶେଷ ହଇଛି ମା’ଙ୍କ ପୂଜାର୍ଚ୍ଚନା । ପୁଣି ଅପେକ୍ଷା ଆର ବର୍ଷକୁ । ଶୀତଳ ସମୀର ମଳୟ ସହ ନଇ କୂଳେ କୂଳେ ପୁଣି ଖେଳି ଉଠିବ କାଶତଣ୍ଡୀ ଫୁଲ । ଆଉ ପ୍ରକୃତିର ଏହି ଇଙ୍ଗିତ ସହ ଧରାପୃଷ୍ଠରେ ଅବତରଣ କରିବେ ମା’ ଦୁର୍ଗା । ତେବେ ଯାଜପୁର ବ୍ୟାସନଗର ସହରର ମୁଣ୍ଡମାଳ ପୂଜା ମଣ୍ଡପରେ ବିଜୟା ଦଶମୀରେ ରହିଛି କିଛି ସ୍ବତନ୍ତ୍ର ପରମ୍ପରା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଯାଜପୁର

ଦୀର୍ଘ 56 ବର୍ଷ ଧରି ଏଠାରେ ଓଡିଆ ଓ ବଙ୍ଗାଳୀମାନେ ମିଳିତ ଭାବେ ମା’ଙ୍କ ଶାରଦୀୟ ପୂଜା କରିଆସୁଛନ୍ତି । ତେଣୁ ଦଶମୀ ଦିନ ଏଠାରେ ସିନ୍ଦୁର ଖେଳର ରହିଛି ନିଆରା ପରମ୍ପରା । ଉଭୟ ବଙ୍ଗାଳୀ ଓ ଓଡିଆ ସଧବା ମହିଳାମାନେ ସିନ୍ଦୁର ଖେଳ ସହ ମା’ଙ୍କୁ ମେଲାଣୀ ଦିଅନ୍ତି । ପରସ୍ପରର ମଥା ଓ ମୁହଁରେ ସିନ୍ଦୁର ଲଗାଇ ଏହି ନିଆରା ପରମ୍ପରାକୁ ପାଳନ କରନ୍ତି ସଭିଏଁ ।

ବିଶ୍ବାସ ରହିଛି ଯେମିତି ମା’ ଦୁର୍ଗା ପୂଜା ସମୟରେ ଶାଶୂଘରୁ ବାପଘରକୁ ଆସି ପୂଜା ପାଆନ୍ତି ଠିକ୍‌ ସେହିପରି ଝିଅମାନେ ପୂଜା ସମୟରେ ବାପଘରକୁ ଆସି ପୂଜା କରିଥାଆନ୍ତି । ମା’ ପୂଜା ଶେଷରେ ମେଲାଣି ନେବା ସହ ଝିଅମାନେ ମଧ୍ୟ ନିଜ ଶାଶୂଘରକୁ ଚାଲିଯାଆନ୍ତି । ତେଣୁ ସିନ୍ଦୁର ଖେଳିବା ସହ ସଭିଏଁ ପରସ୍ପରର ଅହିସୁଲକ୍ଷଣୀ କାମନା କରିବା ସଭିଙ୍କ ଶୁଭ ମନାସିଥାଆନ୍ତି ।

ଏବେ ମା’ଙ୍କ ଭସାଣକୁ ଅପେକ୍ଷା । ଏନେଇ ପୋଲିସ ପ୍ରଶାସନ ପକ୍ଷରୁ କରାଯାଇଛି ବ୍ୟାପକ ବ୍ୟବସ୍ଥା । ଯେଉଁଥିରେ ଟ୍ରାଫିକ ନିୟନ୍ତ୍ରଣ ସହ ରହିଛି ଅନ୍ୟାନ୍ୟ ବ୍ୟବସ୍ଥା ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

Intro:slug-sindura_khela
format-pkg
reporter-Gyana ranjan ojha
place-jajpur
date-08.10.19
Anchor---ଆଜି ଶାରଦୀୟ ଦୁର୍ଗାପୂଜାର ଅନ୍ତିମ ଦିବସ । ବିଭିନ୍ନ ମଣ୍ଡପରେ ଧୁମଧାମରେ ପାଳିତ ହୋଇଛି ବିଜୟା ଦଶମୀ ଉତ୍ସବ । ଯାଜପୁର ବ୍ୟାସନଗର ସହରର ମୁଣ୍ଡମାଳ ପୂଜାମଣ୍ଡପରେ ଦୀର୍ଘ ପ୍ରାୟ 56 ବର୍ଷ ଧରି ବଙ୍ଗୀୟ ପଦ୍ଧତିରେ ପାଳିତ ହୋଇଛି ଦୁର୍ଗାପୂଜା । ଏଠାକାର ବିଶେଷତ୍ବ ହେଉଛି ବିଜୟା ଦଶମୀରେ ପୂଜାମଣ୍ଡପରେ ମହିଳା ମାନଙ୍କ ସିନ୍ଦୁର ଖେଳ । ଉଭୟ ବଙ୍ଗାଳୀ ଓ ଓଡିଆ ମହିଳା ମାନେ ମାଙ୍କୁ ପୂଜା କରିବା ପରେ ପରସ୍ପରର ମଥାରେ ଓ ମୁହଁରେ ସିନ୍ଦୁର ବୋଳି ଉତ୍ସବ ମନାଇଥାନ୍ତି । ମହିଳା ମାନେ ଏକାଠି ହୋଇ ମାଙ୍କ ନିକଟରେ ନିଜ ସ୍ବାମୀଙ୍କ ଦୀର୍ଘାୟୁ କାମନା କରିଥାନ୍ତି । ପରିବାର ଓ ସାହି ପଡୋଶୀଙ୍କ ମଙ୍ଗଳ କାମନା କରି ମାଙ୍କୁ ବିଦାୟ ଦେଇଛନ୍ତି ।

Body:
vo-01--ଶାରଦୀୟ ଦୁର୍ଗୋତ୍ସବ ଉପଲକ୍ଷେ ଯାଜପୁରର ବିଭିନ୍ନ ପୂଜା ମଣ୍ଡପରେ 6ଷ୍ଠୀ ଠାରୁ ବିଲ୍ବବରଣୀ କରାଯାଇ ଆରମ୍ଭ ହୋଇଥିଲା ମାଙ୍କ ପୂଜାର୍ଚ୍ଚନା । ମହାସପ୍ତମୀ, ମହାଷ୍ଟମୀ ଓ ମହାନବମୀ ପୂଜା ଶେଷ ହେବାପରେ ଆଜି ପାଳିତ ହୋଇଛି ବିଜୟା ଦଶମୀ ଉତ୍ସବ ଓ ଅପରାଜିତା ପୂଜା । ଏହି ଉପଲକ୍ଷେ ଆଜି ବ୍ୟାସନଗର ସହରର ମୁଣ୍ଡମାଳ ପୂଜାମଣ୍ଡପରେ ସ୍ଥାନୀୟ ମହିଳାଙ୍କ ଦ୍ବାରା ବଙ୍ଗୀୟ ରୀତିନୀତିରେ ପାଳିତ ହୋଇଛି ସିନ୍ଦୁର ଖେଳ । ପରମ୍ପରା ଅନୁଯାୟୀ ମହିଳା ମାନେ ସିନ୍ଦୁର ଖେଳରେ ସାମିଲ ହୋଇ ପରସ୍ପରର ଅହିସୁଲକ୍ଷଣୀ କାମନା କରିଛନ୍ତି । ଏଥିସହ ପରିବାର ଓ ପଡୋଶୀଙ୍କ ମଙ୍ଗଳ କାମନା କରିଛନ୍ତି । ପରସ୍ପରର ମଥାରେ ଓ ମୁହଁରେ ସିନ୍ଦୁର ବୋଳି ଆନନ୍ଦଉଲ୍ଲାସରେ ପାଳନ କରିଛନ୍ତି ଏହି ଉତ୍ସବ ।
bite-01--କନିକା କୁଣ୍ଡୁ, ଓଡ଼ିଆ ବିଭାଗ ଅଧ୍ୟାପିକା ମହିଳା
bite-02--ସୁଲତା ବର୍ମନରାୟ, ସ୍ଥାନୀୟ ମହିଳା
vo-02--ବିଜୟା ଦଶମୀରେ ମହିଳାଙ୍କ ସିନ୍ଦୁର ଖେଳ ଏକ ନିଆରା ପରମ୍ପରା । ଏହା ବଙ୍ଗୀୟ ମାନଙ୍କର ଏକ ବହୁ ପୁରାତନ ପରମ୍ପରା । 1964 ମସିହାରୁ ବ୍ୟାସନଗର ସହରର ମୁଣ୍ଡମାଳ ପୂଜା ମଣ୍ଡପରେ ଏହି ପରମ୍ପରା ପାଳିତ ହୋଇଆସୁଛି । ଏବେ ସହରର ଅନ୍ୟ ମଣ୍ଡପ ମାନଙ୍କରେ ମଧ୍ୟ ସିନ୍ଦୁର ଖେଳର ଆୟୋଜନ କରାଯାଉଛି । ଯେଉଁଥିରେ ସାମିଲ ହୋଇଛନ୍ତି ସ୍ଥାନୀୟ ବଙ୍ଗାଳୀ, ଓଡିଆ ଓ ଅନ୍ୟ ଭାଷାବାସିର ମହିଳା । ବିଜୟା ଦଶମୀରେ ସଧବା ମହିଳା ମାନେ ମା ଦୁର୍ଗାଙ୍କ ନିକଟରେ ପୂଜା କରି ସ୍ବାମୀଙ୍କ ଦୀର୍ଘ ନିରାମୟ ଜୀବନ କାମନା କରିଥାନ୍ତି । ପୂଜକ ମଧ୍ୟ ଶ୍ରଦ୍ଧାଳୁଙ୍କ ହାତରେ ଅପରାଜିତା ବ୍ରତ ବାନ୍ଧି ଆଶୀର୍ବାଦ ପ୍ରଦାନ କରିଛନ୍ତି ।
bite-03-ପ୍ରତିମା ଚକ୍ରବର୍ତ୍ତୀ, ବଙ୍ଗୀୟ ମହିଳା
bite-04--ସ୍ୱପ୍ନା ଚକ୍ରବର୍ତ୍ତୀ, ବଙ୍ଗୀୟ ମହିଳା
bite-05--ଶିବପ୍ରସାଦ ପଣ୍ଡା, ପୂଜକ, ମୁଣ୍ଡମାଳ ପୂଜାମଣ୍ଡପ

Conclusion:
fvo--ଶେଷ ହୋଇଛି ଚଳିତ ବର୍ଷର ଦଶହରା ବା ଶାରଦୀୟ ଦୁର୍ଗାପୂଜା । ଆଗକୁ ରହିଛି ଭଷାଣ ଉତ୍ସବ । ଏଥିପାଇଁ ପୋଲିସ ପ୍ରଶାସନ ପକ୍ଷରୁ ଟ୍ରାଫିକ ନିୟନ୍ତ୍ରଣ ଓ ଅନ୍ୟାନ୍ୟ ବ୍ୟବସ୍ଥା ଗ୍ରହଣ କରାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.