ETV Bharat / state

ମା' ବିରଜାଙ୍କ ପୀଠରେ ଷୋଡଶ ଉପଚାର ନୀତି ଆରମ୍ଭ

ଆଉ କିଛିଦିନ ପରେ ଧରାବତାରଣ କରିବେ ଜଗତଜନନୀ ମା' ଦୁର୍ଗା । ଏଥିପାଇଁ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା' ବିରଜାଙ୍କ ପୀଠରେ ମଧ୍ୟ ଆରମ୍ଭ ହୋଇଛି ଷୋଡଶ ଉପଚାର ପୂଜା । ଅଧିକ ପଢନ୍ତୁ...

author img

By

Published : Sep 29, 2021, 10:24 AM IST

Updated : Sep 29, 2021, 10:52 AM IST

shodosh-upachara-ritual-starts-at-goddess-biraja-pith-in-jajpur
ମା' ବିରଜାଙ୍କ ପୀଠରେ ଷୋଡଶ ଉପଚାର ନୀତି ଆରମ୍ଭ

ଯାଜପୁର: ଧରାପୃଷ୍ଠରେ ଅବତରଣ କରିବେ ମହୀଷାମର୍ଦ୍ଦିନୀ ମା' ଦୁର୍ଗା । ଏଥିପାଇଁ ଚଳଚଞ୍ଚଳ ହୋଇ ଉଠିଛି ପ୍ରତିଟି ଶକ୍ତିପୀଠ । ମା'ଙ୍କ ଆଗମନ ପାଇଁ ଚାଲିଛି ପ୍ରସ୍ତୁତି । ଏହି ପରିପ୍ରେକ୍ଷୀରେ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା' ବିରଜାଙ୍କ ପୀଠରେ ଆରମ୍ଭ ହୋଇଛି ଷୋଡଶ ଉପଚାର ପୂଜା ।

ଏହି ପୂଜା ଆଗାମୀ ୧୬ ଦିନ ଧରି ହେବାର ପରମ୍ପରା ରହିଥିବା ବେଳେ ଚଳିତ ବର୍ଷ ତିଥିକ୍ଷୟ ପାଇଁ ୧୫ ଦିନ ଅନୁଷ୍ଠିତ ହେବ । ଆଶ୍ୱିନ ମାସ କୃଷ୍ଣାଷ୍ଟମୀ ଦ୍ୱିତୀବାହାନ ଓଷା ଠାରୁ ମା'ଙ୍କ ଷୋଡଶ ଦିବସୀୟ ପୂଜା ହେବାର ପରମ୍ପରା ରହିଛି । ଗତକାଲି(ମଙ୍ଗଳବାର) ସନ୍ଧ୍ୟାରେ ବ୍ରହ୍ମାକୁଣ୍ଡରେ ଘଟ ନିମ୍ମର୍ଜନ ସହ କଳସ ସ୍ଥାପନ କରାଯାଇ ପାଣିଗ୍ରହଣ କରାଯାଇଛି । ବିଳମ୍ବିତ ରାତିରେ ନବରତ୍ନ ବେଦୀରେ ୧୦ଟି କଳସ ସ୍ଥାପନ କରାଯାଇ ଷୋଢଷ ଉପଚାର ପୂଜାର୍ଚ୍ଚନା ଆରମ୍ଭ ହୋଇଛି । ଆଜି(ବୁଧବାର) ଠାରୁ ବୈତରଣୀ ନଦୀର ଦଶାଶ୍ୱମେଧ ଘାଟରୁ ଜଳ ଅଣାଯାଇ ମା'ଙ୍କୁ ସ୍ନାନ କରାଯିବ ।

ସେପଟେ ଶୁଭ ସୁନିଆଁ ଠାରୁ ଆରମ୍ଭ ହୋଇଥିବା ମା'ଙ୍କ ରଥ କାମ ଆଗେଇ ଚାଲିଛି । ମା'ଙ୍କ ପୀଠରେ ଶାରଦୀୟ ଦୂର୍ଗୋତ୍ସବରେ ରଥଯାତ୍ରା ପରମ୍ପରା ଅନ୍ୟ କୌଣସି ଶକ୍ତି ପୀଠରେ ଦେଖିବାକୁ ମିଳିନଥାଏ । ଏହି ଷୋଡଶ ଦିବସୀୟ ପୂଜାକୁ ଶାନ୍ତିଶୃୃଙ୍ଖଳାରେ ଶେଷ କରିବାକୁ ମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

Last Updated : Sep 29, 2021, 10:52 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.