ETV Bharat / state

ଆରପାରିରେ ବିଧାୟକ ବିଷ୍ଣୁ, ପାଣିକୋଇଲିରେ ଶତାଧିକ ବିଜେପି କର୍ମୀଙ୍କ ଶ୍ରଦ୍ଧାଞ୍ଜଳି - ବିଧାୟକ ବିଷ୍ଣୁଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ବିଜେପି କର୍ମୀ

ସୋମବାର ସକାଳୁ ହଠାତ ସମସ୍ତଙ୍କୁ ସ୍ତବ୍ଧ କରି ଆରପାରିକୁ ଚାଲିଯାଇଛନ୍ତି ବିଜେପିର ସ୍ପଷ୍ଟବାଦୀ, ଲଢୁଆ ନେତା ବିଷ୍ଣୁ ସେଠୀ । ତାଙ୍କ ପାର୍ଥୀବ ଶରୀର ଯାଜୁପର ପାଣିକୋଇଲି ଠାରେ ପହଞ୍ଚିବା ପରେ ଅନେକ ବିଜେପି କର୍ମୀ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ଅଧିକ ପଢନ୍ତୁ

ଆରପାରିରେ ବିଧାୟକ ବିଷ୍ଣୁ, ପାଣିକୋଇଲିରେ ଶତାଧିକ ବିଜେପି କର୍ମୀଙ୍କ ଶ୍ରଦ୍ଧାଞ୍ଜଳି

author img

By

Published : Sep 19, 2022, 9:18 PM IST

ଯାଜପୁର: ଦୀର୍ଘ ଦିନ ଧରି କିଡ଼ନୀ ରୋଗରେ ପୀଡ଼ିତ ହୋଇ ଆଜି ପ୍ରାଣ ହରାଇଛନ୍ତି ଧାମନଗର ବିଜେପି ବିଧାୟକ ବିଷ୍ଣୁ ସେଠୀ (Demise of Dhamnagar MLA Bishnu Sethi) । ତାଙ୍କ ମୃତ୍ୟୁ ପରେ ଯାଜପୁର ଜିଲ୍ଲା ପାଣିକୋଇଲି ଠାରେ ବିଧାୟକଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ଶତାଧିକ ବିଜେପି କର୍ମୀ (Tribute to Late MLA Bishnu Sethi) । ବିଧାୟକଙ୍କ ପାର୍ଥୀବ ଶରୀରର ଶେଷ ଦର୍ଶନ କରିବା ପରେ ବିଜେପି କର୍ମୀମାନେ ମାଲ୍ୟାର୍ପଣ ପ୍ରଦାନ କରିଛନ୍ତି ।

ଆରପାରିରେ ବିଧାୟକ ବିଷ୍ଣୁ, ପାଣିକୋଇଲିରେ ଶତାଧିକ ବିଜେପି କର୍ମୀଙ୍କ ଶ୍ରଦ୍ଧାଞ୍ଜଳି

ଧାମନଗରର ବିଜେପି ବିଧାୟକ ବିଧାନସଭାରେ ବିରୋଧୀ ଦଳର ଉପନେତା ବିଷ୍ଣୁଚରଣ ସେଠୀଙ୍କ ୬୧ ବର୍ଷ ବୟସରେ ଅକାଳ ବିୟୋଗ ଘଟିଛି । କିଛି ଦିନ ପୂର୍ବରୁ ସେ କିଡନୀ ରୋଗରେ ପୀଡିତ ହୋଇ ଭୁବନେଶ୍ବର ସ୍ଥିତ ଏମ୍ସ (AIIMS)ରେ ଚିକିତ୍ସାଧୀନ ଥିବା ବେଳେ ଆଜି ସକାଳେ ତାଙ୍କର ପରଲୋକ ହୋଇଥିଲା । ତାଙ୍କ ପାର୍ଥୀବ ଶରୀର ବିଭିନ୍ନ ସ୍ଥାନରେ ପହଞ୍ଚିବା ପରେ ଅନେକ ସ୍ଥାନରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି ।

ଏହା ବି ପଢନ୍ତୁ- ଆଉନାହାନ୍ତି ବିଷ୍ଣୁ, ରାଜନୈତିକ ଓ ସାରସ୍ୱତ ଜଗତର ଅପୂରଣୀୟ କ୍ଷତି

ଏହି କ୍ରମରେ ଆଜି ପାଣିକୋଇଲିରେ ସ୍ଵର୍ଗତ ସେଠୀଙ୍କ ପାର୍ଥୀବ ଶରୀର ପହଞ୍ଚିବା ପରେ ବିଜେପିର ରାଜ୍ୟ ଯୁବମୋର୍ଚ୍ଚା ସମ୍ପାଦକ ବିକ୍ରମ ବିଶ୍ଵାଳ, ରାଜ୍ୟ ମହିଳା ମୋର୍ଚ୍ଚା ସମ୍ପାଦିକା ଇତିଶ୍ରୀ ଜେନା, ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ବିଶ୍ବଜିତ ରାଜ, ସୂରଜଲାଲ ସାମଲ, ଆଲେକଜାଣ୍ଡାର ଦାସ, କରୁଣାକର ମାଝୀଙ୍କ ସମେତ କୋରେଇ ତଥା ପାଣିକୋଇଲି ଅଞ୍ଚଳର ଶତାଧିକ ବିଜେପି କର୍ମୀ ମରଶରୀରକୁ ଶେଷ ଦର୍ଶନ କରି ମାଲ୍ୟାର୍ପଣ ପ୍ରଦାନ କରି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।

ଏହା ବି ପଢନ୍ତୁ- ସାରସ୍ୱତ ସାଧକ ବିଧାୟକ ବିଷ୍ଣୁ, କବିତା ଲେଖି ରାଷ୍ଟ୍ରପତିଙ୍କୁ ଜଣାଇଥିଲେ ଶୁଭେଚ୍ଛା

ବିଧାୟକଙ୍କ ମୃତ୍ୟୁ ଆଜି ସକାଳ ହଠାତ ସମସ୍ତଙ୍କୁ ଅସହଜ କରିଦେଇଥିଲା । ସେ ବିରୋଧୀ ଦଳରେ ଥିଲେ ସୁଦ୍ଧା ତାଙ୍କର ସ୍ପଷ୍ଟବାଦୀ ଗୁଣ ଯୋଗୁଁ ସମସ୍ତେ ତାଙ୍କୁ ଆଦର କରୁଥିଲେ । ଅନେକ ବିରୋଧୀ ନେତାଙ୍କ ସହିତ ତାଙ୍କର ବ୍ୟକ୍ତିଗତ ଭାବେ ଭଲ ସମ୍ପର୍କ ଥିଲା । ହଠାତ ତାଙ୍କର ବିୟୋଗ ସମସ୍ତଙ୍କୁ ସ୍ତବ୍ଧ କରିଛି । ରାଜନେତା ମାନେ ଗଭୀର ଶୋକ ପ୍ରକାଶ କରିବା ସହିତ ତାଙ୍କର ଅମର ଆତ୍ମାର ସଦଗତି କାମନା କରିଛନ୍ତି ।

ସ୍ବର୍ଗତ ବିଧାୟକ ବିଷ୍ଣୁ ସେଠୀ ଜଣେ ସାରସ୍ବତ ସାଧକ ଭାବରେ ମଧ୍ୟ ପରିଚିତ ଥିଲେ । ସେ ଏକାଧାରରେ ଜଣେ ରାଜନେତା, କବି ଓ ସାମ୍ବାଦିକ । ବିଧାନସଭା ହେଉ ଅବା ବାହାରେ ସେ ସ୍ବରଚିତ ଗୀତ ଓ କବିତ ପାଠ କରି ଜନାଦୃତ ହୋଇଛନ୍ତି । କବିତା ଓ ଗୀତ ମାଧ୍ୟମରେ ମନୋରଞ୍ଜନ କରିବା ସହ ସରକାରଙ୍କୁ ସମାଲୋଚନା ମଧ୍ୟ କରିଛନ୍ତି ।

ଇଟିଭି ଭାରତ, ଯାଜପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.