ETV Bharat / state

ଯାଜପୁରରେ ସାନି ମତଦାନ ଲାଗି ସୁରକ୍ଷା ବ୍ୟବସ୍ଥା କଡାକଡି

ସପ୍ତମ ପର୍ଯ୍ୟାୟ ନିର୍ବାଚନରେ ଯାଜପୁର ହେବ ସାନି ମତଦାନ । ଗତ ନିର୍ବାଚନରେ ବୁଥମାନଙ୍କରେ ରିଗିଂ ଅଭିଯୋଗ ହେବା ପରେ ସାନି ମତଦାନ ଆୟୋଜନ କରାଯିବ । ଯାହାକୁ ନେଇ ପୋଲିସ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଉଛି ।

author img

By

Published : May 17, 2019, 12:59 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ଯାଜପୁର

ଯାଜପୁର: ଅନ୍ତିମ ପର୍ଯ୍ୟାୟ ନିର୍ବାଚନରେ ଯାଜପୁର ଜିଲ୍ଲାର 4ଟି ବ୍ଲକରେ ସାନ ମତଦାନ ଅନୁଷ୍ଠିତ ହେବ । ବରୀ, ସୁକିନ୍ଦା, ଧର୍ମଶାଳା ଓ ବିଞ୍ଝାରପୁରର 4ଟି ନିର୍ବାଚନ ମଣ୍ଡଳୀର 9ଟି ବୁଥରେ ଭୋଟ ଗ୍ରହଣ ହେବ । ସେନେଇ ପୋଲିସ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଉଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଯାଜପୁର

ଶାନ୍ତିଶୃଙ୍ଖଳା ସହ ମତଦାନ କରିବା ନେଇ ଜିଲ୍ଲା ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ନାକାବନ୍ଦୀ କରାଯାଇ ସୁରକ୍ଷା ଯାଞ୍ଚ କରାଯାଇଛି । ଏଥିସହ ନିର୍ବାଚନ ଦିନ 9 ପ୍ଲାଟୁନ ଫୋର୍ସ, 2 ଜଣ ଆଡିଶିନାଲ ଏସପି, 4ଜଣ ଡିଏସପି ସହ 7ଟି ମୋବାଇଲ ପୋଲିସ ପାର୍ଟି ମୁତୟନ ହେବା ନେଇ ସୂଚନା ଦେଇଛନ୍ତି ଯାଜପୁର ଏସପି ଶ୍ରୀ ଚରଣ ସିଂ ମିନା ।

ସୂଚନାଯୋଗ୍ୟ, ଗତ ନିର୍ବାଚନରେ ଏହି ସବୁ ବୁଥମାନଙ୍କରେ ରିଗିଂ ଅଭିଯୋଗ ଆସିବା ପରେ ପୁନଃ ମତଦାନ ନିମନ୍ତେ ଦାବି କରାଯାଇଥିଲା ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

Intro:Body:

gfgf

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.