ହାଇଦ୍ରାବାଦ: ସ୍କୋଡା ଅଟୋ ଇଣ୍ଡିଆ (Skoda Auto India) ନିକଟରେ ଭାରତରେ ବ୍ୟାଟେରୀ ଇଲେକ୍ଟ୍ରିକ୍ ପାୱାରଟ୍ରେନ ଓ ICE ଇଞ୍ଜିନ ବିକଳ୍ପ ମିଶ୍ରଣ ଉପରେ କାମ କରୁଛି ଏବଂ ହାଇବ୍ରିଡ ଟେକନିକ୍ ଉପରେ ମଧ୍ୟ କାମ କରୁଛି । ଏବେ କାର ନିର୍ମାତା କମ୍ପାନୀ ଭାରତରେ CNG କାର ଆଣିବାକୁ ଯୋଜନା କରୁଛି । କମ୍ପାନୀ ନିକଟରେ ଏବେ 1.0-ଲିଟର TSI ଇଞ୍ଜିନ ଅଛି, ଯାହାକି ସମ୍ପୂର୍ଣ୍ଣ ଭାବରେ ସ୍ବଦେଶୀ ।
କମ୍ପାନୀର ଦ୍ବିତୀୟ ଇଞ୍ଜିନ୍ ହେଉଛି 1.5-ଲିଟର TSI ଯେଉଁଥିରେ 1.0 ଲିଟର ଇଞ୍ଜିନ ତୁଳନାରେ ଆମଦାନୀ ହୋଇଥିବା ପାର୍ଟଗୁଡିକ ବ୍ୟବହୃତ ହୁଏ । ସ୍କୋଡା ନିଶ୍ଚିତ କରିଛି ଯେ ଏହା ଭାରତ ପାଇଁ ହାଇବ୍ରିଡ୍ ଟେକ୍ନୋଲୋଜି ଉପରେ ବିଚାର କରୁଛି କିନ୍ତୁ ନୂଆ କଥା ହେଉଛି ଯେ ସେମାନେ ନିଜ ଇଞ୍ଜିନ ପାଇଁ CNG ଆଣିବାକୁ ଯୋଜନା କରୁଛନ୍ତି । କମ୍ପାନୀର 1.0 ଲିଟର TSI ଇଞ୍ଜିନ୍ରେ ଏହି ଟେକ୍ନୋଲୋଜି ବ୍ୟବହାର ହେବ ବୋଲି ଆଶା କରାଯାଉଛି ।
ଏହା ବି ପଢନ୍ତୁ |
ସୂଚନା ଅନୁଯାୟୀ ସ୍କୋଡା ଏବଂ ସିଟିଗୋ କମ୍ପାକ୍ଟ ହ୍ୟାଚବ୍ୟାକ୍ ପରି ମଡେଲଗୁଡିକ ୟୁରୋପୀୟ ବଜାରରେ ଉପଲବ୍ଧ ଯାହା ସ୍କୋଡାର G-TEC CNG ସିଷ୍ଟମ ସହିତ ଚାଲିଥାଏ । ନିକଟରେ ଭାରତରେ ସିଏନଜି ଚାଳିତ ସ୍କୋଡା କୁଶାକ୍ ପରୀକ୍ଷଣ କରାଯାଉଥିବା ଦେଖିବାକୁ ମିଳିଥିଲା । କିନ୍ତୁ ଏହି କାରରେ ସିଏନଜି ଟେକ୍ନୋଲୋଜି ବ୍ୟବହାର ହେବ କି ନାହିଁ ଏପର୍ଯ୍ୟନ୍ତ ଏ ନେଇ କୌଣସି ଠୋସ ତଥ୍ୟ ପ୍ରକାଶ କରାଯାଇ ନାହିଁ ।
ଭବିଷ୍ୟତରେ ଯଥେଷ୍ଟ ଚାହିଦା ଦେଖିଲେ ହିଁ ଏହା କରିବ ବୋଲି ସ୍କୋଡା କହିଛି । କମ୍ପାନୀର ସିଏନଜି ଅପସନ ପାଇଁ ମୁଖ୍ୟ ଆଶାୟୀ କାର ଭାବେ ସ୍କୋଡା କିଲାକ୍ ହୋଇପାରେ, ଯାହା କେବଳ Maruti Fronx, Maruti Brezza, Maruti Baleno, Toyota Taisor ଓ Toyota Glanza ଭଳି କାର ସହ ପ୍ରତିଦ୍ବନ୍ଦ୍ବିତା କରିବ ନାହିଁ ବରଂ Tata Punchର ଟପ୍-ଏଣ୍ଡ ଭାରିଏଣ୍ଟ ଏବଂ Hyundai Exter CNGକୁ ମଧ୍ୟ ଟକ୍କର ଦେବ ।