ETV Bharat / state

ବାବା ବରୁଣେଶ୍ୱରଙ୍କ ପୀଠରେ 144 ଧାରା, ଦର୍ଶନରୁ ବଞ୍ଚିତ ହୋଇ ଭକ୍ତ ନିରାଶ - ବାବା ବରୁଣେଶ୍ୱରଙ୍କ ପୀଠରେ 144ଧାରା

ମକର ସଂକ୍ରାନ୍ତିରେ ଖାଁ ଖାଁ ଯାଜପୁର ଜିଲ୍ଲା ବିଂଝାରପୁର ଅରେଇର ପ୍ରସିଦ୍ଧ ବାବା ବରୁଣେଶ୍ୱରଙ୍କ ପୀଠ । କୋରୋନା ପାଇଁ ପୀଠରେ 144 ଧାରା ଜାରି । ଅଧିକ ପଢନ୍ତୁ...

ପ୍ରସିଦ୍ଧ ବାବା ବରୁଣେଶ୍ୱରଙ୍କ ପୀଠରେ 144ଧାରା

author img

By

Published : Jan 14, 2021, 1:32 PM IST

ଯାଜପୁର: ଆଜି ପବିତ୍ର ମକର ସଂକ୍ରାନ୍ତି । ଗାଁଠୁ ସହର ଚଳଚଞ୍ଚଳ ହୋଇପଡିଛି । ସଂକ୍ରାନ୍ତି ପାଇଁ ମନ୍ଦିରଗୁଡିକରେ ଲୋକମାନଙ୍କର ପ୍ରବଳ ଭିଡ ଦେଖିବାକୁ ମିଳିଛି । କୋରୋନା କାଳରେ ଜନ ସମାଗମକୁ ଆଖିରେ ରଖି ଯାଜପୁର ଜିଲ୍ଲା ବିଂଝାରପୁର ଅରେଇର ପ୍ରସିଦ୍ଧ ବାବା ବରୁଣେଶ୍ୱରଙ୍କ ପୀଠରେ ପ୍ରଶାସନ ପକ୍ଷରୁ 144ଧାରା ଜାରି ରହିଛି।

ପ୍ରସିଦ୍ଧ ବାବା ବରୁଣେଶ୍ୱରଙ୍କ ପୀଠରେ 144ଧାରା

ଚଳିତ ବର୍ଷ କୋରୋନାରେ ସବୁ ପର୍ବ ଫିକା ଫିକାରେ ପାଳିତ ହୋଇଛି । କୋରୋନା ସ୍ଥିତି ନିୟନ୍ତ୍ରଣାଧୀନ ଥିଲେ ବି ସତର୍କତା ଅବଲମ୍ବନ କରିବାକୁ ପ୍ରଶାସନ ପକ୍ଷରୁ ସମସ୍ତଙ୍କୁ ଅନୁରୋଧ କରାଯାଇଛି । ଏ ବର୍ଷ କୋରୋନା ପାଇଁ ପ୍ରସିଦ୍ଧ ବାବା ବରୁଣେଶ୍ୱରଙ୍କ ପୀଠରେ 144ଧାରା ଲଗାଯାଇଛି । ଫଳରେ ଭକ୍ତ ବାବାଙ୍କୁ ଦର୍ଶନ କରି ନପାରି ନିରାଶ ହୋଇଛନ୍ତି । କେବଳ ରାସ୍ତା ଉପରୁ ବାବାଙ୍କୁ ମୁଣ୍ଡିଆ ମାରିଛନ୍ତି ।

ମନ୍ଦିରରେ କେବଳ ରୀତିନୀତି ଅନୁସାରେ ପୂଜାପାଠ କରାଯାଇଛି । ମକର ସଂକ୍ରାନ୍ତିରେ ବାବା ବରୁଣେଶ୍ୱରଙ୍କ ପୀଠରେ ପ୍ରତିବର୍ଷ ବିରାଟ ମେଳା ପ୍ରତିବର୍ଷ ଅନୁଷ୍ଠିତ ହୋଇଥାଏ । ମାତ୍ର ଚଳିତ ବର୍ଷ ଏହା ସମ୍ପୂର୍ଣ୍ଣ ବନ୍ଦ ରହିଛି । ସୁରକ୍ଷାକୁ ଦୃଷ୍ଟିରେ ରଖି ସ୍ଥାନୀୟ ଅଞ୍ଚଳରେ ବ୍ୟାପକ ପୋଲିସ ମୁତୟନ ହୋଇଛନ୍ତି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.