ETV Bharat / state

ଯାଜପୁର ବିରଜା ମନ୍ଦିରରେ ୧୪୪ ଧାରା ଜାରି - ବିରଜା ମନ୍ଦିର

ଯାଜପୁର ଜିଲ୍ଲା ବିରଜା ମନ୍ଦିର ସମେତ ବିଭିନ୍ନ ଦୈବୀ ପୀଠରେ 144 ଧାରା ଜାରି । ସାବିତ୍ରୀ ଓଷାକୁ ଦୃଷ୍ଟିରେ ରଖି ଏପରି ନିଷ୍ପତ୍ତି ନିଆଯାଇଛି । ଅଧିକ ପଢନ୍ତୁ...

ଯାଜପୁର ବିରଜା ମନ୍ଦିରରେ ୧୪୪ ଧାରା ଜାରି
ଯାଜପୁର ବିରଜା ମନ୍ଦିରରେ ୧୪୪ ଧାରା ଜାରି
author img

By

Published : Jun 9, 2021, 10:52 PM IST

ଯାଜପୁର: ବିରଜା ମନ୍ଦିରରେ ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି । ସାବିତ୍ରୀ ଓଷା କାରଣରୁ ସାମାଜିକ ଦୂରତାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଏପରି ନିଷ୍ପତ୍ତି ନିଆଯାଇଛି ।

ଯାଜପୁର ବିରଜା ମନ୍ଦିରରେ ୧୪୪ ଧାରା ଜାରି

ରାତି ପାହିଲେ ସାବିତ୍ରୀ ଓଷା । ବିିଭିନ୍ନ ମନ୍ଦିରରେ ସମ୍ଭାବ୍ୟ ଭିଡକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ବିରଜା ମନ୍ଦିର, ଜଗନ୍ନାଥ ମନ୍ଦିର, ଲକ୍ଷ୍ମୀ ମନ୍ଦିର, ବରାହ ମନ୍ଦିର ଆଦି ଅଞ୍ଚଳରେ ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି କରାଯାଇଛି । କୋରୋନା ସଂକ୍ରମଣ ଆଶଙ୍କାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଏପରି ନିଷ୍ପତ୍ତି ନିଆଯାଇଛି ।

ଏଥିସହିତ ଜିଲ୍ଲାର ବିଭିନ୍ନ ଜନଗହଳି ପୂର୍ଣ୍ଣ ଅଞ୍ଚଳରେ ପ୍ରଶାସନ ପକ୍ଷରୁ କଟକଣା ଜାରି କରାଯାଇଛି । ଆଇନ ଭଙ୍ଗ କଲେ କୋଭିଡ ନିୟମ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଯାଜପୁର ଉପଜିଲ୍ଲାପାଳ ସୂଚନା ଦେଇଛନ୍ତି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.