ଯାଜପୁର: ସାସପୁର ଗାଁରେ ଗଣଦୁଷ୍କର୍ମ ଅଭିଯୋଗ ଘଟଣାରେ ଆଉ ଦୁଇ ଅଭିଯୁକ୍ତଙ୍କୁ ଧରିବା ଦାବିରେ ଏସପିଙ୍କ ଦ୍ବାରସ୍ଥ ହେଲେ ପୀଡିତା । ଗତ ଜୁନ 3 ତାରିଖରେ ସାସପୁର ପଞ୍ଚାୟତରେ ମଧୁସୂଦନ ଜେନା ଓ ତା’ର ଦୁଇ ସହଯୋଗୀ ଦୁଷ୍କର୍ମ କରିଥିଲେ ବୋଲି ପୀଡିତା ବରୁଆଁ ଥାନାରେ ଅଭିଯୋଗ କରଥିଲେ।
ଏହି ଅଭିଯୋଗକୁ ଆଧାର କରି ବରୁଆଁ ଥାନା ପୋଲିସ ମୁଖ୍ୟ ଅଭିଯୁକ୍ତ ମଧୁସୂଦନ ନେନଙ୍କୁ ଗିରଫ କରିଥିବା ଜଣାପଡ଼ିଛି। ତେବେ ଅନ୍ୟ ଅଭିଯୁକ୍ତଙ୍କୁ ଧରିବା ଦାବିରେ ପୀଡିତା ଓ ତାଙ୍କ ପରିବାର ଶୁକ୍ରବାର ପାଣିକୋଇଲି ସ୍ଥିତ ପୋଲିସ ମୁଖ୍ୟାଳୟରେ ଏସପି ରାହୁଲ ପିଆରଙ୍କୁ ଭେଟିଛନ୍ତି । ଏସପି ରାହୁଲ ପିଆର ପୀଡିତାଙ୍କ ଅଭିଯୋଗ ଶୁଣିବା ସହିତ ଖୁବଶୀଘ୍ର ଅଭିଯୁକ୍ତଙ୍କୁ ଗିରଫ କରିବାକୁ ପ୍ରତିଶ୍ରୁତି ଦେଇଥିବା ଜଣାପଡିଛି।
ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ