ETV Bharat / state

ବୁଥ ଜବରଦଖଲ ଅଭିଯୋଗରେ ଥାନା ଆଗରେ ସରପଞ୍ଚ ପ୍ରାର୍ଥୀଙ୍କ ଧାରଣା

author img

By

Published : Feb 17, 2022, 12:26 PM IST

ଯାଜପୁର ବ୍ଲକ ପଣସା ପଞ୍ଚାୟତର ୧ ନମ୍ବର ବୁଥକୁ ଜବରଦଖଲ କରାଯାଇଥିବା ଅଭିଯୋଗ ହୋଇଛି । ଏହାର ପ୍ରତିବାଦରେ ଯାଜପୁର ଥାନା ସମ୍ମୁଖରେ ଧାରଣା ଦେଇଛନ୍ତି ସରପଞ୍ଚ ପ୍ରାର୍ଥୀ ଓ ସମର୍ଥକ।

ଯାଜପୁର ଥାନା ସମ୍ମୁଖରେ ଧାରଣା ଦେଲେ ସରପଞ୍ଚ ପ୍ରାର୍ଥୀ ଓ ସମର୍ଥକ

ଯାଜପୁର: ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ଅନେକ ସ୍ଥାନରେ ହିଂସା ଦେଖିବାକୁ ମିଳିଛି । ଯାଜପୁର ବ୍ଲକ ପଣସା ପଞ୍ଚାୟତର ୧ ନମ୍ବର ବୁଥକୁ ଜବରଦଖଲ କରାଯାଇଥିବା ଅଭିଯୋଗ ହୋଇଛି । ଏହାର ପ୍ରତିବାଦରେ ଯାଜପୁର ଥାନା ସମ୍ମୁଖରେ ଧାରଣା ଦେଇଛନ୍ତି ସରପଞ୍ଚ ପ୍ରାର୍ଥୀ ଓ ସମର୍ଥକ।

ସୂଚନା ମୁତାବକ, ଏହି ପଣସା ବୁଥରେ କେତେକ ଦୁର୍ବୃତ୍ତ ଜବରଦଖଲ କରିବା ସହିତ ସରପଞ୍ଚ ପ୍ରାର୍ଥିନୀ କୌଶଲ୍ୟା ପରିଡାଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି । ପୂର୍ବାହ୍ନ ୧୧ଟାରୁ ୧୨ଟା ଯାଏଁ ଦୁର୍ବୃତ୍ତମାନେ ବୁଥରେ ଗଣ୍ଡଗୋଳ ସୃଷ୍ଟି କରିଥିଲେ । ଏହାର ପ୍ରତିବାଦ କରି ଯାଜପୁର ଥାନା ସମ୍ମୁଖରେ ରାତିରେ ଧାରଣାରେ ବସିଛନ୍ତି କୌଶଲ୍ୟା ଏବଂ ତାଙ୍କ ସମର୍ଥକ। ତୁରନ୍ତ ବୁଥ ଜବରଦଖଲ କାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସହିତ ବୁଥରେ ସାନି ମତଦାନ କରିବା ପାଇଁ ଦାବି କରିଛନ୍ତି ଧରଣାକାରୀ । ଘଟଣା ନେଇ ସିଧାସଳଖ ଶାସକ ଦଳକୁ ଟାର୍ଗେଟ କରିଛନ୍ତି ସରପଞ୍ଚ ପ୍ରାର୍ଥିନୀ ଓ ସମର୍ଥକ ।

ପ୍ରକାଶ ଥାଉ କି ଯାଜପୁର ବ୍ଲକର ୨୬ଟି ପଞ୍ଚାୟତରେ ନିର୍ବାଚନ ହୋଇଥିଲା । ୩୭୪ଟି ବୁଥକୁ ନିୟନ୍ତ୍ରଣ କରିବା ପାଇଁ ୧୫ଟି ପୋଲିସ ମୋବାଇଲ ପାଟ୍ରୋଲିଂ ପାର୍ଟି ଓ ୧୦ ଜଣ ସେକ୍ଟର ଅଫିସର ନିୟୋଜିତ ହୋଇଥିଲେ ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.