ETV Bharat / state

ଯାଜପୁରରେ ଉଦ୍‌ଘାଟିତ ହେଲା ସାଧନ କେନ୍ଦ୍ର - ପଞ୍ଚାୟତ ସମିତି

ଯାଜପୁର ବ୍ଲକ ପରିସରରେ ଉଦଘାଟିତ ହୋଇଛି ଜିଲ୍ଲା ପଞ୍ଚାୟତ ସାଧନ କେନ୍ଦ୍ର । ଏହାସହ ପଞ୍ଚାୟତ ସମିତିର ପଞ୍ଚମ ସାଧାରଣ ବୈଠକ ମଧ୍ୟ ଅନୁଷ୍ଠିତ ହୋଇଯାଇଛି ।

ଯାଜପୁରରେ ଉଦ୍‌ଘାଟିତ ହେଲା ସାଧନ କେନ୍ଦ୍ର
author img

By

Published : Aug 30, 2019, 2:40 PM IST

ଯାଜପୁର: ଜିଲ୍ଲାର ବ୍ଲକ ପରିସରରେ ଉଦଘାଟିତ ହୋଇଛି ଜିଲ୍ଲା ପଞ୍ଚାୟତ ସାଧନ କେନ୍ଦ୍ର । ଏହି ଉଦଘାଟନ ଉତ୍ସବରେ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ, ଯାଜପୁର ସାଂସଦ ସର୍ମୀଷ୍ଠା ସେଠୀ, କୋରେଇ ବିଧାୟକ ଅଶୋକ ବଳ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ନରେଶ ଚନ୍ଦ୍ର ମହାନ୍ତି, ଯାଜପୁର ଜିଲ୍ଲାପାଳ ରଞ୍ଜନ କୁମାର ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

ଯାଜପୁରରେ ଉଦ୍‌ଘାଟିତ ହେଲା ସାଧନ କେନ୍ଦ୍ର

ଏହି କେନ୍ଦ୍ର ହେବା ଫଳରେ ପଞ୍ଚାୟତ ଲୋକ ପ୍ରତିନିଧି ବିଭିନ୍ନ ତାଲିମ ପାଇଁ ଆଉ ଭୁବନେଶ୍ବର ଯିବାକୁ ପଡିବ ନାହିଁ ବୋଲି ସୂଚନା ଦେଇଛନ୍ତି ଯାଜପୁର ବିଧାୟକ । ଏହାସହ ଏହି କେନ୍ଦ୍ରରେ ସମସ୍ତ ପ୍ରକାରର ଅତ୍ୟାଧୁନିକ ସୁବିଧା ସୁଯୋଗ ରହିଥିବା ମଧ୍ୟ ସେ କହିଥିଲେ ।

ଅନ୍ୟପଟେ ଯାଜପୁର ବ୍ଲକ ପରିସରରେ ପଞ୍ଚାୟତ ସମିତିର ପଞ୍ଚମ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଯାଜପୁର ସାଂସଦ ସର୍ମୀଷ୍ଠା ସେଠୀ, ବରୀ ବିଧାୟିକା ସୁନନ୍ଦା ଦାସ, ବ୍ଲକ ଅଧ୍ୟକ୍ଷ ପ୍ରଦୀପ ନାୟକ ଏବଂ ଯାଜପୁର ବିଡିଓ ସୌରଭ ଚକ୍ରବର୍ତ୍ତୀ ଯୋଗ ଦେଇ ବ୍ଲକର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ । ବିଶେଷ କରି ରାସ୍ତା ଘାଟ, ପାନୀୟ ଜଳ, ବିଦ୍ୟୁତ୍ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ।

ଏହି ବୈଠକରେ ବିଭିନ୍ନ ବିଭାଗର ଅଧିକାରୀ ଯୋଗ ଦେଇ ଲୋକପ୍ରତିନିଧିଙ୍କ ସମସ୍ୟାର ସମାଧାନ କରିବା ପାଇଁ ପ୍ରତିଶୃତି ଦେଇଥିଲେ ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.