ETV Bharat / state

ଯାଜପୁର ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ସଡକ ସୁରକ୍ଷା ନେଇ ବୈଠକ ଅନୁଷ୍ଠିତ - road safty meeting

ଯାଜପୁର ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ସଡକ ସୁରକ୍ଷା ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ମୁଖ୍ୟତଃ ଜିଲ୍ଲାରେ ପରିବହନ ବ୍ୟବସ୍ଥା ସହିତ ଜିଲ୍ଲାରେ ନିର୍ମାଣ ହୋଇଥିବା ଅଯଥା ହମସ୍ କୁ ଉଠାଇବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ଅଧିକ ପଢନ୍ତୁ...

road safty meeting was held in Jajpur district
ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ସଡକ ସୁରକ୍ଷା ନେଇ ଏକ ବୈଠକ ଅନୁଷ୍ଠିତ
author img

By

Published : Nov 7, 2020, 8:50 PM IST

ଯାଜପୁର: ଯାଜପୁର ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ସଡକ ସୁରକ୍ଷା ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଯାଜପୁର ଜିଲ୍ଲାପାଳ ଚକ୍ରବର୍ତି ସିଂ ରାଠୋରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଯାଜପୁର ଏସପି ଚରଣ ସିଂ ମିନା, ଜାତୀୟ ରାଜପଥ କର୍ତ୍ତୃପକ୍ଷ, ଯାଜପୁର ଏବଂ ଚଣ୍ଡିଖୋଲର ଆରଟିଓ, ବିଭିନ୍ନ ଗାଡି ମାଲିକ ସଂଘଙ୍କ ସମେତ ବହୁ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ ।

ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ସଡକ ସୁରକ୍ଷା ନେଇ ଏକ ବୈଠକ ଅନୁଷ୍ଠିତ

ବୈଠକରେ ମୁଖ୍ୟତଃ ଜିଲ୍ଲାରେ ପରିବହନ ବ୍ୟବସ୍ଥା ସହିତ ଜିଲ୍ଲାରେ ନିର୍ମାଣ ହୋଇଥିବା ଅଯଥା ହମସ୍ କୁ ଉଠାଇବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ସେହିପରି ଚଣ୍ଡିଖୋଲ- ଡୁବୁରୀ ଜାତୀୟ ରାଜପଥ ଅବସ୍ଥା ନେଇ ଉଦବେଗ ପ୍ରକାଶ କରି ତୁରନ୍ତ ଏହାର ମରାମତି କରିବାକୁ ଜିଲ୍ଲାପାଳ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ବିଭିନ୍ନ ସ୍ଥାନରେ ଲାଗିବାକୁ ଥିବା ବିଭିନ୍ନ ଚିହ୍ନ ଓ ଲାଇଟକୁ ତୁରନ୍ତ କାର୍ଯ୍ୟକ୍ଷମ କରିବାକୁ ମଧ୍ୟ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ଏହି ଅବସରରେ ଯାଜପୁର ମିନିବସ ଏବଂ ଟ୍ୟାକ୍ସି ଆସୋସିଏସନ ପକ୍ଷରୁ ଛୋଟ ଯାତ୍ରୀବାହୀ ଗାଡି ଚଳାଚଳ କରିବାକୁ ଜିଲ୍ଲାପାଳଙ୍କୁ ଦାବି କରାଯାଇଥିଲା ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.