ଯାଜପୁର: ଚଣ୍ଡିଖୋଲ ଛକରେ ଘଟିଛି ଅଭାବନୀୟ ଘଟଣା । ସଡ଼କ ଦୁର୍ଘଟଣାରେ ଜଳିଗଲା ଟ୍ରକ ଆଉ ବାଇକ, ଅଳ୍ପକେ ବର୍ତ୍ତିଲେ ଭାଇ ଭଉଣୀ ।
କଟକରୁ ବାଇକରେ ଦୁହେଁ ଯାଉଥିବା ସମୟରେ ଚଣ୍ଡିଖୋଲରୁ ଆସୁଥିବା ଏକ ଟ୍ରକ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ଦୁଇ ଜଣଙ୍କୁ ଗୁରୁତର ଭାବେ ଉଦ୍ଧାର କରି ବଡଚଣା ଡାକ୍ତରଖାନାକୁ ନେଇଥିଲେ ସ୍ଥାନୀୟ ଲୋକେ । ତେବେ ଦୁର୍ଘଟଣା ଏତେ ଜୋର ଥିଲାଯେ, ଘଟଣା ସ୍ଥଳରେ ଜଳିଗଲା ଟ୍ରକ ଆଉ ବାଇକ । ସେପଟେ ଖବର ପାଇ ଚଣ୍ଡିଖୋଲ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଦୁର୍ଘଟଣା ସମ୍ପର୍କରେ ତଦନ୍ତ କରୁଛି ।
ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ