ଯାଜପୁର : ଯାଜପୁର ରୋଡସ୍ଥିତ ବ୍ୟାସ ସରୋବର ପର୍ଯ୍ୟଟନସ୍ଥଳୀକୁ ରାଜସ୍ଵ ବିଭାଗର ଗସ୍ତ । ଗସ୍ତ ସମୟରେ ରାଜସ୍ଵ ବିଭାଗ ଜମିବାଡ଼ିର ତଦାରଖ କରିଥିଲେ । ସୂଚନା ମୁତାବକ ବ୍ୟାସ ସରୋବର ପର୍ଯ୍ୟଟନସ୍ଥଳୀର ବିକାଶ ଏବେ ଦ୍ରୁତଗତିରେ ଚାଲିଛି । ତେବେ ଏହି ବିକାଶ କାର୍ଯ୍ୟ କରୁଥିବା ଠିକାଦାର ସ୍ଥାନୀୟ ଲୋକଙ୍କ ଜମି ଉପରେ ଜୋର ଜବରଦସ୍ତ କାର୍ଯ୍ୟ କରୁଥିବା ନେଇ ଅଭିଯୋଗ ହୋଇଛି ।
ଏହାକୁ ଦୃଷ୍ଟିରେ ରଖି ଏହାର ତଦନ୍ତ ପାଇଁ ଆଜି ରାଜସ୍ଵ ବିଭାଗର ୩ଜଣିଆ ଟିମ ଆଜି ବ୍ୟାସ ସରୋବର ପର୍ଯ୍ୟଟନ ସ୍ଥଳୀରେ ପହଞ୍ଚିଛନ୍ତି । ଏହି ଟିମରେ ଯାଜପୁର, ବ୍ୟାସନଗର ତହସିଲଦାର, ଯାଜପୁର ବ୍ଳକ ବିଡିଓ ଓ ଆରଆଇମାନେ ସାମିଲ ହୋଇ ସରଜମିନ ତଦନ୍ତ କରିଥିବା ସୂଚନା ମିଳିଛି । ତେବେ ତଦନ୍ତ ଚାଲୁଥିବାରୁ ଅଧିକାରୀମାନେ କୌଣସି ସୂଚନା ଦେଇନାହାନ୍ତି ।
ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ