ETV Bharat / state

ବିରଳ ପ୍ରଜାତିର ମୟୂର ଓ ନୀଳପାରାକୁ ଉଦ୍ଧାର କଲା ବନ ବିଭାଗ

ଯାଜପୁର ଜିଲ୍ଲାର ଚଣ୍ଡିଖୋଲ ବନବିଭାଗ ପକ୍ଷରୁ ଗୋଟିଏ ବିରଳ ପ୍ରଜାତିର ନୀଳପାରା ଓ ଏକ ମୟୂରକୁ ଉଦ୍ଧାର କରାଯାଇଛି । ମୟୂରଟି ଚଣ୍ଡିଖୋଲ ନିକଟ ବାରୁଣାବନ୍ତ ଜଙ୍ଗଲରୁ ଜନବସତିକୁ ଚାଲିଆସିଥିବା ବେଳେ ଫରେଷ୍ଟର ଉଦ୍ଧାର କରିଛନ୍ତି ।

author img

By

Published : Jun 9, 2019, 4:58 AM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ଯାଜପୁର

ଯାଜପୁର: ବିରଳ ପ୍ରଜାତିର ପଶୁପକ୍ଷୀ ବହୁତ କମ ଦେଖିବାକୁ ମିଳେ । ତେବେ ଯାଜପୁର ଜିଲ୍ଲାର ଚଣ୍ଡିଖୋଲ ବନ ବିଭାଗ ପକ୍ଷରୁ ଗୋଟିଏ ବିରଳ ପ୍ରଜାତିର ନୀଳପାରା ଓ ଏକ ମୟୂରକୁ ଉଦ୍ଧାର କରାଯାଇଛି । ମୟୂରଟି ଚଣ୍ଡିଖୋଲ ନିକଟ ବାରୁଣାବନ୍ତ ଜଙ୍ଗଲରୁ ଜନବସତିକୁ ଚାଲିଆସିଥିବା ବେଳେ ଫରେଷ୍ଟର ଶଶୀଭୂଷଣ ବେହେରା ଏହାକୁ ଉଦ୍ଧାର କରି ନିଜ କାର୍ଯ୍ୟାଳୟରେ ରଖିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଯାଜପୁର

ସେହିପରି ବିରଳ ପ୍ରଜାତିର ନୀଳପାରା ଟି ଧର୍ମଶାଳା ବ୍ଲକ ଆଳିଜଙ୍ଗା ଗାଁରୁ ଜଣେ ଯୁବକ ଉଦ୍ଧାର କରି ଜଙ୍ଗଲ ବିଭାଗରେ ଜିମା ଦେଇଛନ୍ତି । ମୟୂରଟି ଉଡା ଶିଖିନଥିବାରୁ ତାକୁ କାର୍ଯ୍ୟାଳୟରେ ରଖାଯାଇଥିବା ବେଳେ ସାମାନ୍ୟ ଆହତ ହୋଇଥିବା ପାରାର ଚିକିତ୍ସା କରାଯାଉଛି । ସୁସ୍ଥ ହେବା ପରେ ପାରା ଓ ମୟୂରକୁ ଜଙ୍ଗଲରେ ଛଡାଯିବ ବୋଲି ଫରେଷ୍ଟର ସୂଚନା ଦେଇଛନ୍ତି ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

Intro:Body:

xcxc

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.