ଯାଜପୁର: ଜିଲ୍ଲାର କଳିଙ୍ଗନଗରରେ ପୁଣି ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ । ଗତ 19 ତାରିଖ ଅପରାହ୍ନ ସମୟରେ ଏହି ଦୁଷ୍କର୍ମ ଘଟିଥିବା କଳିଙ୍ଗନଗର ଥାନା ଏବଂ ଜିଲ୍ଲା ଶିଶୁ ସୁରକ୍ଷା କମିଟିରେ ଅଭିଯୋଗ ହୋଇଛି । ଅଭିଯୋଗ ପାଇବା ପରେ କଳିଙ୍ଗ ନଗର ପୋଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ ଧରିବା ସହ ଉଭୟଙ୍କ ମେଡ଼ିକାଲ ଟେଷ୍ଟ କରାଇଛି ।
ଅଭିଯୁକ୍ତ ମଧ୍ୟ ଜଣେ ନାବାଳକ ହୋଇଥିବାରୁ ତାକୁ ଅନୁଗୁଳସ୍ଥିତ ଜୁଭେନଇଲ ସେଣ୍ଟରକୁ ପଠାଇ ଦିଆଯାଇଛି । ପୂର୍ବରୁ ଉକ୍ତ ଅଭିଯୁକ୍ତ ସମ୍ପୃକ୍ତ ନାବଳିକାର ବଡ଼ ଭଉଣୀକୁ ଟଣାଓଟରା କରିଥିବା ଅଭିଯୋଗ ହୋଇଥିଲା । ପୋଲିସ ଘଟଣାର ଅଧିକ ଅନୁସନ୍ଧାନ କରୁଛି । ତେବେ ଏନେଇ ପୋଲିସର କୌଣସି ପ୍ରତିକ୍ରିୟା ମିଳି ପାରିନାହିଁ ।
ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ