ETV Bharat / state

ଲିଫ୍ଟ ଦେବା ବାହାନାରେ ନାବାଳିକାକୁ ଦୁଷ୍କର୍ମ, ଅଭିଯୁକ୍ତ ଗିରଫ - ଲିଫ୍ଟ ଦେବା ବାହାନାରେ ଦୁଷ୍କର୍ମ

ଲିଫ୍ଟ ଦେବା ବାହାନାରେ ଅପହରଣ କରି ନେଇ ଜଣେ ନାବାଳିକାକୁ ଏକାଧିକ ଥର ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ଅଭିଯୁକ୍ତ ଗିରଫ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଯାଜପୁର
author img

By

Published : Sep 26, 2019, 10:12 AM IST

ଯାଜପୁର: ଘରେ ଛାଡି ଦେବାକୁ କହି ଅପହରଣ କରାଯିବାପରେ ଜଣେ ନାବାଳିକାକୁ ଏକାଧିକ ଥର ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ଏପରି ଏକ ସମ୍ବେଦନଶୀଳ ଘଟଣା ଘଟିଛି କଳିଙ୍ଗନଗର ଥାନା ଅନ୍ତର୍ଗତ ଦାନଗଦି ବ୍ଲକର ଶଗଡଗୁଳା ଗ୍ରାମରେ । କଳିଙ୍ଗନଗର ଥାନାରେ ମାମଲା ରୁଜୁ ପରେ ପୁଲିସ ବିଭିନ୍ନ ସ୍ଥାନରେ ଚଢାଉ କରି ଅଭିଯୁକ୍ତ ରବିକୁ ଗିରଫ କରିଛି । ପୋଲିସ ଡାକ୍ତରୀ ମାଇନା କରିବାପରେ ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଯାଜପୁର

ସୂଚନା ଅନୁସାରେ, ଗତ ରବିବାର ଗ୍ରାମ ନିକଟରେ ହେଉଥିବା ଏକ ଫୁଟବଲ ଟୁର୍ଣ୍ଣାମେଣ୍ଟ ଦେଖି ବେଲନ୍ଦା ଗ୍ରାମର ୨ ଜଣ ନାବାଳିକା ଫେରୁଥିଲେ । ସେହି ସମୟରେ ମଟର ସାଇକେଲରେ ଆସୁଥିବା ଶଗଡଗୁଳା ଗ୍ରାମର ପ୍ରସନ୍ନ ମହାନ୍ତଙ୍କ ପୁଅ ରବି(୨୮) ସେମାନଙ୍କୁ ଘରେ ଛାଡି ଦେବାକୁ କହିଥିଲା । ରବି ପରିଚିତ ହୋଇଥିବାରୁ ନାବାଳିକା ଦ୍ବୟ ତା ସାଙ୍ଗରେ ଯାଇଥିଲେ । ବେଲନ୍ଦା ଛକ ନିକଟରେ ଜଣେ ନାବାଳିକା ଗାଡିରୁ ଓହ୍ଲାଇଥିଲେ । ଏହାପରେ ରବି କ୍ଷୀପ୍ର ଗତିରେ ମଟର ସାଇକଲକୁ ନେଇ ଜଙ୍ଗଲ ଆଡକୁ ଯାଇଥିଲା ।

ସେଠାରେ ଜୀବନରୁ ମାରିଦେବାକୁ ଭୟ ଦେଖାଇ ଅଭିଯୁକ୍ତ ଜଣକ ନାବାଳିକା ସହ ଦୁଷ୍କର୍ମ କରିଥିଲା । ସେଠାରୁ ପୁଣି ନାବାଳିକାକୁ ଗାଡିରେ ବସାଇ ଶିଳ୍ପାଞ୍ଚଳର ମାନପୁର ଛକସ୍ଥିତ ଏକ ଘରକୁ ନେଇଯାଇଥିଲା । ସେଠାରେ ସେ ନାବାଳିକାକୁ ରାତି ସାରା ଅଟକ ରଖି ଏକାଧିକ ଥର ଦୁଷ୍କର୍ମ କରିଥିଲା । ପରଦିନ ସକାଳେ ନାବାଳିକାକୁ ଡୁବୁରୀ ଛକରେ ଛାଡି ସେଠାରୁ ଫେରାର ହୋଇଯାଇଥିଲା । ନାବାଳିକା ଜଣକ ଡୁବୁରୀରୁ କୌଣସି ପ୍ରକାର ଗାଁକୁ ଫେରି ନିଜ ପରିବାରକୁ ରବିର କାଣ୍ଡ ସମ୍ପର୍କରେ ଜଣାଇଥିଲା ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

Intro:ଯାଜପୁରରେ ଫୁଣି ଲଜ୍ଜା
ଲିଫ୍ଟରେ ନେଇ ନବମଶ୍ରେଣୀ ଛାତ୍ରୀ ଏକାଧିକ ଥର ଦୁଷ୍କର୍ମ ଅଭିଯୋଗ

ନବମ ଶ୍ରେଣୀର ଜଣେ ନାବାଳିକା ଛାତ୍ରୀଙ୍କୁ ମଟର ସାଇକଲରେ ବସାଇ ଘରେ ଛାଡି ଦେବାକୁ କହି ଅପହରଣ ପରେ ଏକାଧିକ ଥର ଦୁଷ୍କର୍ମ କରାଯାଇଥିବା ଘଟଣା ପରି ଏକ ସମ୍ବେଦନଶୀଳ ଘଟଣା ଘଟିଛି । କଳିଙ୍ଗନଗର ଥାନା ଦାନଗଦି ବ୍ଲକ ଶାଳିଜଙ୍ଗା ପଞ୍ଚାୟତର ଶଗଡଗୁଳା ନିକଟରେ । ଖବର ମୁତାବକ ଗତ ରବିବାର ଦିନ ଗ୍ରାମ ନିକଟରେ ହେଉଥିବା ଏକ ଫୁଟବଲ ଟୁର୍ଣ୍ଣାମେଣ୍ଟ ଦେଖିବାକୁ ବେଲନ୍ଦା ଗ୍ରାମର ୨ଜଣ ନାବାଳିକା ଆସିଥିବାବେଳେ ସନ୍ଧ୍ୟାରେ ଘରକୁ ଫେରୁଥିବା ବେଳେ ପଛରୁ ମଟର ସାଇକଲରେ ଆସୁଥିବା ଶଗଡଗୁଳା ଗ୍ରାମର ପ୍ରସନ୍ନ ମହାନ୍ତଙ୍କ ପୁଅ ରବି(୨୮) ସେମାନଙ୍କୁ ଲିପ୍ଟରେ ଘରେ ଛାଡି ଦେବାକୁ କହିଥିଲା । ସଞ୍ଜ ନଇଁ ଆସୁଥିବାରୁ ଏବଂ ରବି ପରିଚିତ ହୋଇଥିବାରୁ ନାବାଳିକା ଦ୍ୱୟ ତା ସାଙ୍ଗରେ ଯାଇଥିଲେ । ବେଲନ୍ଦା ଗ୍ରାମ ଛକ ନିକଟରେ ରବି ଗାଡି ଅଟକାଇବା ପରେ ପଛରେ ବସିଥିବା ବାନ୍ଧବୀ ଓହ୍ଲାଇବା ପରେ ରବି କ୍ଷୀପ୍ର ଗତିରେ ମଟର ସାଇକଲକୁ ନେଇ ଏକ ଜଙ୍ଗଲ ଆଡକୁ ପଳାଇଥିଲା । ଜଙ୍ଗଲକୁ ନେବା ପରେ ସେଠାରେ ଜୀବନରୁ ମାରିଦେବାକୁ ଭୟ ଦେଖାଇ ରବି ନାବାଳିକା ଝିଅକୁ ବଳପୂର୍ବକ ଦୁଷ୍କର୍ମ କରିଥିଲା । ସେଠାରୁ ପୁଣି ନାବାଳିକକୁ ଗାଡିରେ ବସାଇ ଶିଳ୍ପାଞ୍ଚଳର ମାନପୁର ଛକ ନେଇଯାଇଥିଲା । ସେଠାରେ ଏକ ଘରେ ନାବାଳିକା ଝିଅକୁ ରାତି ସାରା ଅଟକ ରଖି ରବି ତାକୁ ଏକାଧିକ ଥର ଦୁଷ୍କର୍ମ କରିଥିଲା । ପରଦିନ ସକାଳେ ମଟର ସାଇକଲରେ ବସାଇ ଡୁବୁରୀ 2ଛକକୁ ଆଣିବା ପରେ ସେଠାରେ ନାବାଳିକାକୁ ଛାଡି ଦେଇ ସେଠାରୁ ଫେରାର ହୋଇଯାଇଥିଲା । ନାବାଳିକା ଜଣକ ଡୁବୁରୀରୁ କୌଣସି ପ୍ରକାର ଗାଁ ଅଭିମୂଖେ ଫେରିବା ପରେ ରବି ଘରକୁ ଯାଇ ସେଠାରେ ତାଙ୍କ ପରିବାର ଲୋକଙ୍କୁ ଘଟଣା ସମ୍ପର୍କରେ ଜଣାଇଥିଲା । ଘଟଣା ସମ୍ପର୍କରେ କଳିଙ୍ଗନଗର ଥାନାରେ ଏତଲା ହେବା ପରେ ପୁଲିସ ବିଭିନ୍ନ ସ୍ଥାନରେ ଚଢାଉ କରି ଧର୍ଷଣକାରୀ ରବିକୁ ଗିରଫ କରିଥିଲା । କଳିଙ୍ଗନଗର ପୋଲିସ ତାର ଡାକ୍ତରୀ ମାଇନା କରାଯିବା ପରେ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି ।Body:NewsConclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.