ଯାଜପୁର: ରାକ୍ଷୀ ହେଉଛି ଭାଇ ଭଉଣୀର ଭଲ ପାଇବାର ପ୍ରତୀକ । ଏଥିସହିତ ଭାଇ କେମିତି ଜୀବନସାରା ଭଲରେ ରହୁ ସେଥିପାଇଁ ଭଉଣୀ ଭାଇର ହାତରେ ରାକ୍ଷୀ ବାନ୍ଧିଥାଏ । କିନ୍ତୁ ଏବର୍ଷ ଯାଜପୁରରେ ରାକ୍ଷୀପୂର୍ଣ୍ଣିମାର ଏକ ନିଆର ଦୃଶ୍ୟ ଦେଖିବାକୁ ମିଳିଛି ।
ପ୍ରତ୍ୟେକ ଭଉଣୀମାନେ ତାଙ୍କ ଭାଇମାନଙ୍କ ହାତରେ ସାନିଟାଇଜର ଓ ମୁଁହରେ ମାକ୍ସ ଦେଇ କୋରୋନା ତାଙ୍କ ଭାଇଙ୍କୁ ଗ୍ରାସ ନକରୁ ପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିଥିଲେ । ଏବଂ ପରମ୍ପରା ଅନୁଯାୟୀ ଭାଇକୁ ଦୀପରେ ବନ୍ଦାପନା କରି ରାକ୍ଷୀ ବାନ୍ଧିଥିଲେ। ତଥାପି ଏବର୍ଷ କୋରୋନା କଟକଣା ଯୋଗୁ ଜିଲ୍ଲାରେ ରାକ୍ଷୀପୂର୍ଣ୍ଣିମା ଉପରେ ପ୍ରଭାବ ଦେଖିବାକୁ ମିଳିଥିଲା । ଭଉଣୀ ମାନେ କେବଳ ନିଜ ଘରେ ରହି ଭାଇମାନଙ୍କୁ ରାକ୍ଷୀ ବାନ୍ଧିଥିଲେ ।
ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ