ETV Bharat / state

Panchayat Poll: ସାମ୍ବାଦିକରୁ ସରକାରୀ ବାବୁ, ନିର୍ବାଚନୀ ହିଂସାରେ ନୟାନ୍ତ ସଭିଏଁ - କେନ୍ଦ୍ରାପଡା ପୋଲିସ ଜନତା ମୁହାଁମୁହିଁ

ପୁଣିଥରେ ତୃତୀୟ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ଚାଲିଥିବାବେଳେ ଅଶାନ୍ତ ହୋଇଉଠିଛି ଉପକୂଳବର୍ତ୍ତୀ ଜିଲ୍ଲା । ବୁଥ ଜବରଦଖଲ ଅଭିଯୋଗ ଆସିବା ପରେ ଖବର ସଂଗ୍ରହ କରିବାକୁ ଯାଇଥିବା ସାମ୍ବାଦିକଙ୍କୁ ଯାଜପୁରରେ ହୋଇଛି ଆକ୍ରମଣ । ସେପଟେ ଆକ୍ରମଣରୁ ବର୍ତ୍ତି ନାହାନ୍ତି ସରକାରୀ ବାବୁ । ଅଧିକ ପଢନ୍ତୁ

Panchayat Poll: ବ୍ୟାପକ ନିର୍ବାଚନୀ ହିଂସାକାଣ୍ଡ

author img

By

Published : Feb 20, 2022, 10:46 PM IST

ଯାଜପୁର/କେନ୍ଦ୍ରାପଡା: ଅବାଧ ଏବଂ ନିରପେକ୍ଷ ନିର୍ବାଚନର ଡିଣ୍ଡିମ ପିଟୁଛନ୍ତି ସରକାର । ହେଲେ ଗ୍ରାଉଣ୍ଡରେ ଯାହା ଘଟୁଛି ତାହା ଦେଖିଲେ ଲାଗୁଛି, ସତେ ଯେପରି ହିଂସା ନିର୍ବାଚନର ଏକ ଅମୋଘ ଅସ୍ତ୍ର । କେଉଁଠି ବୁଥ କ୍ୟାପ୍ଚର ତ କେଉଁଠି ଭୋଟ ବାକ୍ସ ଲୁଟ । କେଉଁଠି ପ୍ରଚାର ବେଳେ ଗଣ୍ଡଗୋଳ ତ ପୁଣି କେଉଁଠି ରାତି ଅଧରେ ବୁଲୁଛି ଖଣ୍ଡା । ପୁଣିଥରେ ତୃତୀୟ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ଚାଲିଥିବାବେଳେ ଅଶାନ୍ତ ହୋଇଉଠିଛି ଉପକୂଳବର୍ତ୍ତୀ ଜିଲ୍ଲା । ବୁଥ ଜବରଦଖଲ ଅଭିଯୋଗ ଆସିବା ପରେ ଖବର ସଂଗ୍ରହ କରିବାକୁ ଯାଇଥିବା ସାମ୍ବାଦିକଙ୍କୁ ଯାଜପୁରରେ ହୋଇଛି ଆକ୍ରମଣ ।

Panchayat Poll: ବ୍ୟାପକ ନିର୍ବାଚନୀ ହିଂସାକାଣ୍ଡ

ସାମ୍ବାଦିକଙ୍କୁ ଅତି ଅମାନୁଷିକ ଭାବେ ଆକ୍ରମଣ କରିବା ସହ ଗାଡି ମଧ୍ୟ ଭଙ୍ଗାରୁଜା କରିଛନ୍ତି ଉତ୍ତ୍ୟକ୍ତ ଲୋକେ । ବିଞ୍ଝାରପୁର ବାଛୋଳ ପଞ୍ଚାୟତରେ ଦଳୀୟ କର୍ମୀଙ୍କ ଆକ୍ରୋଶର ଶିକାର ହୋଇଛନ୍ତି ୩ ସାମ୍ବାଦିକ । କେବଳ ସାମ୍ବାଦିକ ନୁହେଁ ନିର୍ବାଚନୀ ହିଂସାର ଶିକାର ହୋଇଛନ୍ତି ସରକାରୀ ବାବୁ । ଯାଜପୁର କୋରାଇ ବ୍ଲକ ଗୋଳେଇପୁର ପଞ୍ଚାୟତର ସୋତି ୟୁଜିଏମଇ ସ୍କୁଲରେ ବିଶୃଙ୍ଖଳା ଦେଖି 8, 9, 10 ଓ 11 ନମ୍ବର ବୁଥରେ ମତଦାନ ବନ୍ଦ କରାଯାଇଥିଲା । ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ଥିବାବେଳେ ସେଠାରେ ପହଞ୍ଚିଥିବା କୋରାଇ ବିଡିଓ ରଞ୍ଜନ କୁମାର ପରିଡାଙ୍କୁ ବି ଛାଡି ନଥିଲେ ଆକ୍ରମଣକାରୀ ।

ତେବେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ବିଡିଓଙ୍କୁ ଉଦ୍ଧାର କରିଥିଲା । ସେହିପରି କେନ୍ଦ୍ରାପଡାରେ ମଧ୍ୟ ସମାନ ସ୍ଥିତି । ରାଜନଗର ବ୍ଲକ ଗୋଖଣି ବିଦ୍ୟାଳୟରେ ବୁଥ ରିଗିଂ ଅଭିଯୋଗ ପାଇବା ପରେ ଘଟଣା ସ୍ଥଳରେ ପହଞ୍ଚିଥିଲେ ଏସଆଇ ସୌମ୍ୟରଞ୍ଜନ ପାଣିଗ୍ରାହୀ । କିନ୍ତୁ ସେଠାରେ ବି ଜନତା ଏବଂ ପୋଲିସ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା । ସ୍ଥାନୀୟ ଲୋକେ ପୋଲିସକୁ ମାଡ ମାରିବାରୁ ଏସଆଇ ସୌମ୍ୟ ବନ୍ଧୁକ ବାହାର କରି ଲୋକଙ୍କୁ ଘଉଡାଇବାକୁ ଚେଷ୍ଟା କରିଥିଲେ । ଅନ୍ୟପଟେ SI ସୌମ୍ୟ ଲୋକଙ୍କୁ ମାଡ ମାରିଥିବା ଅଭିଯୋଗ କରି ଆନ୍ଦୋଳନରେ ବସିଛନ୍ତି ଉତ୍ତ୍ୟକ୍ତ ଲୋକେ ।

ସେ ସାମ୍ବାଦିକ ହୁଅନ୍ତୁ କି ସରକାରୀ ବାବୁ ପଞ୍ଚାୟତ ହିଂସାରୁ କେହି ବି ବର୍ତ୍ତି ପାରିନାହାନ୍ତି । ଏଠାରେ ପ୍ରଶ୍ନ ଉଠୁଛି ଯେ, ସମ୍ବେଦନଶୀଳ ବୁଥ ଉପରେ ସରକାର ନଜର ରଖିଥିବା କହୁଥିବାବେଳେ ଏପରି ହିଂସା ଆଗାମୀ ଦୁଇଟି ପର୍ଯ୍ୟାୟ ମତଦାନ ପାଇଁ ନିଶ୍ଚିତରୂପେ ଚ୍ୟାଲେଞ୍ଜ ହେବ ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା ଏବଂ କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.