ETV Bharat / state

କୋଭିଡ କଟକଣାରେ ପୂଜା, ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି - puja preparation

ବ୍ୟାସନଗର ସହର ଓ କୋରେଇ ବ୍ଳକରେ କୋଭିଡ ନିୟମ କଡାକଡି ପାଳନ ସହ ମାଙ୍କ ପୂଜା ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ । ପଢନ୍ତୁ ଅଧିକ.....

କୋଭିଡ ନିୟମ କଡାକଡି ପାଳନ ସହ ମାଙ୍କ ପୂଜା ପାଇଁ  ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ
କୋଭିଡ ନୀୟମ ସହ ପୁଜା ଶେଷ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ
author img

By

Published : Oct 22, 2020, 10:47 PM IST

ଯାଜପୁର : ଆଉ ଗୋଟେ ଦିନ ପରେ ମା ଦୁର୍ଗାଙ୍କ ପୂଜା । ଜିଲ୍ଲାର ବ୍ୟାସନଗର ସହର ଓ କୋରେଇ ବ୍ଳକରେ କୋଭିଡ ନିୟମ କଡାକଡି ପାଳନ ସହ ମାଙ୍କ ପୂଜା ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ । ପ୍ରତିବର୍ଷ ବ୍ୟାସନଗର ସହରରେ ଯାକଜମକରେ ହୁଏ ମା ଜଗତ ଜନନୀ ଦୁର୍ଗାଙ୍କର ପୂଜା ।

କୋଭିଡ ନିୟମ କଡାକଡି ପାଳନ ସହ ମାଙ୍କ ପୂଜା ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ

ସହରର ଚୋରଦା,ମୁଣ୍ଡମାଳ, ରାଇସମିଲ ଓ ବସଷ୍ଟାଣ୍ଡ ଆଦି ଅଞ୍ଚଳରେ ମାଙ୍କର 6 ଟି ମେଢ ହୋଇଥାଏ । କିନ୍ତୁ ଏ ବର୍ଷ ସବୁ ଫିକା । ପାର୍ବଣରେ ପଡିଛି କରୋନାର ପ୍ରଭାବ । ଏଥର ଆଉ ଜାକଜମକରେ ପୁଜା ଦେଖିବାକୁ ମିିଳିବ ନାହିଁ ।

ସହରରେ ହାଇକୋର୍ଟଙ୍କ କୋଭିଡ ନିୟମ ଅନୁଯାୟୀ ଚାଲିଛି ପ୍ରସ୍ତୁତି। ସହରର ପ୍ରତେକ ମେଢ ପାଖରେ ଦେଖାଯାଉନି ଵିଶେଷ ସାଜସଜା। ଆଉ ମାଙ୍କ ମୂର୍ତ୍ତି ନିୟମ ଅନୁଯାୟୀ ୪ ଫୁଟ ଭିତରେ ସିମିତ ରଖାଯାଇଛି । କେବଳ ବିଧି ରକ୍ଷା ପୁର୍ବକ ପୁଜା କରାଯାଉଥିବା ବେଳେ ସାଧାରଣ ଦର୍ଶନକୁ ବନ୍ଦ ରଖାଯିବ । ତେବେ ଆଜି ରାତିରେ ମାଙ୍କର ଷଷ୍ଠୀପୂଜା ଯଥା ବେଲବରଣୀ ପୂଜା ଆରମ୍ଭ ହେବ।

ଯାଜପରରୁ ଜ୍ଞାନରଞ୍ଜନ ଓଝା , ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.