ଯାଜପୁର: ଡାକ୍ତରମାନଙ୍କୁ ସୁରକ୍ଷା ଦେବା ଦାବିରେ ବ୍ୟାସନଗର ସ୍ଥିତ ଅତିରିକ୍ତ ଜିଲ୍ଲାପାଳ କାର୍ଯ୍ୟାଳୟରେ ଜିଲ୍ଲା ଡାକ୍ତରୀ ସଙ୍ଘ ପକ୍ଷରୁ କଳାବ୍ୟାଚ ପରିଧାନ କରି ପ୍ରତିବାଦ କରାଯାଇଛି । ଆଜି(ଶୁକ୍ରବାର) ଭାରତୀୟ ଚିକିତ୍ସା ସଙ୍ଘ ଜିଲ୍ଲା ଶାଖାର ସଭାପତି ଏନସି ପରିଡାଙ୍କ ନେତୃତ୍ତ୍ବରେ ଜିଲ୍ଲାର ଡାକ୍ତର ମାନେ ବ୍ୟାସନଗର ସ୍ଥିତ ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ । ସେଠାରେ କଳାବ୍ୟାଚ ପିନ୍ଧି ଡାକ୍ତରଙ୍କ ଉପରେ ହେଉଥିବା ଅନ୍ୟାୟ ଅତ୍ୟାଚାର ବିରୁଦ୍ଧରେ ପ୍ରତିବାଦ କରିଥିଲେ ।
ଏଥିସହିତ କରୋନା ସମୟରେ ଡାକ୍ତର ମାନେ ଯେଭଳି ନିଜ ଜୀବନକୁ ବିପଦ ମୁଁହକୁ ଠେଲି ଦେଇ ରୋଗୀଙ୍କ ସେବା କରୁଥିବା ସମୟରେ କୌଣସି ରୋଗୀଙ୍କର ଯଦି ମୃତ୍ୟୁ ବରଣ ହୁଏ ରାଗୀଙ୍କ ସମ୍ପର୍କୀୟ ଡାକ୍ତରଙ୍କ ଉପରକୁ ଆକ୍ରମଣ ଘଟଣାକୁ ନିନ୍ଦା କରିଛନ୍ତି ଏହି ବରିଷ୍ଠ ଡାକ୍ତର ମାନେ । ଆଜି ସାରା ଭାରତ ବର୍ଷରେ ଡାକ୍ତର ମାନଙ୍କ ସୁରକ୍ଷା ପାଇଁ ଏକ ସ୍ଵତନ୍ତ୍ର ଆଇନ ଦାବିରେ ଡାକ୍ତର ମାନେ ଆଜି ଗୋଟେ ଦିନ ପାଇଁ ଗୁରୁତ୍ୱପୂର୍ଣ୍ଣ ଚିକିତ୍ସାକୁ ଛାଡି ଦେଇ ଡାକ୍ତରୀ ସେବା ବନ୍ଦ କରିଛନ୍ତି ।
ଏଥିସହିତ କଳା ବ୍ୟାଚ ପରିଧାନ କରି ପ୍ରତିବାଦ କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳ ସନ୍ତୋଷ କୁମାର ପୃଷ୍ଟିଙ୍କୁ ପ୍ରଦାନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ବରିଷ୍ଠ ଡାକ୍ତର ଗୌରୀଶଙ୍କର ଶଢଙ୍ଗୀ, ଡାକ୍ତର ହେମନ୍ତ କୁମାର ସାହୁ, ଡାକ୍ତର ପ୍ରସନ୍ନ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ।
ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ