ETV Bharat / state

ଖାଲଖମାରେ ପୁରିଛି ରାସ୍ତା, ଧାନ ରୋଇ ପ୍ରତିବାଦ କଲେ ଲୋକେ

author img

By

Published : Aug 11, 2021, 1:08 PM IST

ରାସ୍ତା ନିର୍ମାଣ ଓ ମରାମତି ପାଇଁ ସରକାର କୋଟିକୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ହେଲେ ବ୍ୟାସନଗର ପୌରାଞ୍ଚଳର ମହୁରାଳୀ ଛକରୁ ସନ୍ତରା ଗାଁର ହରିଜନ ସାହିକୁ ଯାଇଥିବା ରାସ୍ତା ଖାଲଖମା, ମାଟି ପଚପଚ କାଦୁଅ ରାସ୍ତା ଦେଇ ଯିବା ଆସିବା କରୁଛନ୍ତି ଲୋକେ । ତେବେ ରାସ୍ତା ମରାମତି ଦାବୀରେ ଚାରା ପୋତି ରାସ୍ତା ଅବରୋଧ କଲେ ଲୋକେ । ଅଧିକ ପଢନ୍ତୁ...

ଖାଲଖମାରେ ପୁରିଛି ରାସ୍ତା, ଧାନ ରୋଇ ପ୍ରତିବାଦ କଲେ ଲୋକେ
ଖାଲଖମାରେ ପୁରିଛି ରାସ୍ତା, ଧାନ ରୋଇ ପ୍ରତିବାଦ କଲେ ଲୋକେ

ଯାଜପୁର: ରାସ୍ତା ପାଲଟିଛି ମରଣଯନ୍ତା । ଖାଲଖମାରେ ପୁରିଛି ସାରା ରାସ୍ତା । ମାଟି ପଚପଚ କାଦୁଅ ରାସ୍ତା ଦେଇ ଯିବା ଆସିବା କରୁଛନ୍ତି ଲୋକେ । ଫଳରେ ରାସ୍ତା ପାଇଁ ଲୋକେ ହେଉଛନ୍ତି ହନ୍ତସନ୍ତ । ଯେତେ ଯୁଆଡେ ଆପତ୍ତି କଲେ ବି କେହି କିଛି ଶୁଣୁନାହାନ୍ତି । ଆମେ କହୁଛୁ ବ୍ୟାସନଗର ପୌରାଞ୍ଚଳର ମହୁରାଳୀ ଛକରୁ ସନ୍ତରା ଗାଁର ହରିଜନ ସାହିକୁ ଯାଇଥିବା ରାସ୍ତା ସମସ୍ୟା କଥା । ବର୍ଷ ବର୍ଷ ଧରି ଏଭଳି ଅବସ୍ଥା ଭୋଗୁଛନ୍ତି ଗାଁ ଲୋକେ । ସ୍କୁଲ କଲେଜକୁ ପିଲାମାନେ ପାଠପଢିବାକୁ ଯିବାରେ ହଇରାଣ ହେଉଥିବା ବେଳେ ରୋଗୀଟିଏ ବି ଆମ୍ବୁଲାନ୍ସରେ ଡାକ୍ତରଖାନା ଯିବା କଷ୍ଟକର ହୋଇପଡିଛି । ଶେଷରେ ଅଞ୍ଚଳବାସୀ ବାଧ୍ୟହୋଇ ଆନ୍ଦୋଳନର ନୂଆ ପନ୍ଥା ଆପଣେଇଛନ୍ତି । ରାସ୍ତା ମରାମତି ଦାବୀରେ ଲୋକେ ରାସ୍ତାରେ ଚାରା ପୋତି ରାସ୍ତା ଅବରୋଧ କଲେ ।

ରାସ୍ତା ନିର୍ମାଣ ଓ ମରାମତି ପାଇଁ ସରକାର କୋଟିକୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ହେଲେ ଏଠାରେ ଦେଖାଦେଇଛି ତାର ବ୍ୟତିକ୍ରମ । ଦୀର୍ଘବର୍ଷ ତଳେ ରାସ୍ତା ନିର୍ମାଣ ହୋଇଥିଲା । ହେଲେ ତାହା ଏ ଯାଏଁ ଅଧପନ୍ତରିଆ ହୋଇ ପଡି ରହିଛି । ମାତ୍ର କିଛିବାଟ ରାସ୍ତା କଂକ୍ରିଟକରଣ କରାଯାଇଥିବା ବେଳେ ଅଧିକାଂଶ ଭାଗ ମାଟି କାଦୁଅ ଏବଂ ଖାଲଖମାରେ ପୂରିଛି । ରାସ୍ତା ନିର୍ମାଣ ଓ ମରାମତି ପାଇଁ ବାରମ୍ବାର ଦାବୀ ହୋଇଥିଲେ ହେଁ କେହି ବି ଏଥିପ୍ରତି ଧ୍ୟାନ ଦେଉନାହାନ୍ତି । ଯଦ୍ବାରା ଲୋକେ ପ୍ରତିବାଦ କରିବାକୁ ବାଧ୍ୟ ହୋଇଛନ୍ତି ।

ଖୁବଶୀଘ୍ର ରାସ୍ତା ମରାମତି ନକଲେ ଆଗାମୀ ଦିନରେ ଅଞ୍ଚଳବାସୀ ପୌରକାର୍ଯ୍ୟାଳୟ ଘେରିବା ସହିତ ଜିଲ୍ଲାପାଳ ଅଫିସ୍ ଆଗରେ ଧାରଣା ଦେବେ ବୋଲି ଚେତାବନୀ ଦେଇଛନ୍ତି । ସେପଟେ ଏଥିପାଇଁ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି ଏବଂ ଖୁବଶୀଘ୍ର ରାସ୍ତା ନିର୍ମାଣ କରାଯାଇ ଲୋକଙ୍କ ସମସ୍ୟା ଦୂର କରାଯିବ ବୋଲି ପୌର କାର୍ଯ୍ୟନିର୍ବାହୀ ଅଧିକାରୀ କହିଛନ୍ତି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.