ETV Bharat / state

ନିର୍ମାଣ ଶ୍ରମିକଙ୍କ ବିଭିନ୍ନ ସମସ୍ୟା ନେଇ ବିକ୍ଷୋଭ

ନିର୍ମାଣ ଶ୍ରମିକଙ୍କ ବିଭିନ୍ନ ସମସ୍ୟା ଓ ଦାବି ନେଇ ନିଖିଳ ଉତ୍କଳ ନିର୍ମାଣ ଶ୍ରମିକ ସଂଘ ଓ ଓଡିଶା କନଷ୍ଟ୍ରକସନ୍ ୱାକର୍ସ ୟୁନିୟନର ଯାଜପୁର ଜିଲ୍ଲା ଶାଖା ପକ୍ଷରୁ କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଅଧିକ ପଢନ୍ତୁ...

author img

By

Published : Feb 19, 2021, 6:20 AM IST

ନିର୍ମାଣ ଶ୍ରମିକଙ୍କ ବିଭିନ୍ନ ସମସ୍ୟା ନେଇ ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

ଯାଜପୁର: ନିର୍ମାଣ ଶ୍ରମିକଙ୍କ ବିଭିନ୍ନ ସମସ୍ୟା ଓ ଦାବି ନେଇ ନିଖିଳ ଉତ୍କଳ ନିର୍ମାଣ ଶ୍ରମିକ ସଂଘ ଓ ଓଡିଶା କନଷ୍ଟ୍ରକସନ୍ ୱାକର୍ସ ୟୁନିୟନର ଯାଜପୁର ଜିଲ୍ଲା ଶାଖା ପକ୍ଷରୁ କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ମୁଖ୍ୟତଃ କୋରୋନା ସମୟରେ ୟୁଜର ଫି ଛାଡ କରିବା, ନିର୍ମାଣ ଶ୍ରମିକଙ୍କ ବିବାହ ଓ ଜନ୍ମ ମୃତ୍ୟୁ ପ୍ରମାଣପତ୍ର ଆବେଦନ ସମୟରେ ସମସ୍ତ ଫି ଛାଡ କରିବା ଓ ସୁଇପର ମାନଙ୍କୁ ଦରମା ଦେବା ଆଦି 9ଦଫା ଦାବିରେ ଏହି ଆନ୍ଦୋଳନ କରାଯାଇଥିଲା ।

ଏହା ପ୍ରତିବାଦରେ ନିର୍ମାଣ ଶ୍ରମିକ ମାନେ ଅତିରିକ୍ତ ଜିଲ୍ଲାପାଳ ଅଫିସ୍ ଘେରାଉ କରିବା ସହିତ ଅଫିସ୍ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଦାବି ପୂରଣ ନହେଲେ ଆଗାମୀ ଦିନରେ ଆନ୍ଦୋଳନକୁ ବ୍ୟାପକ କରାଯିବ ବୋଲି ଚେତାବନୀ ଦିଆଯାଇଛି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.