ETV Bharat / state

ଯାଜପୁର ରୋଡ ଆଇନଜୀବୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ - association

ଅଖିଳ ଭାରତ ଆଇନଜୀବୀ ସଙ୍ଘର ନିଷ୍ପତ୍ତି କ୍ରମେ 5ଦଫା ଦାବିରେ ସୋମବାର ଯାଜପୁର ଜିଲ୍ଲାର ବିଭନ୍ନ କୋର୍ଟରେ ଓକିଲ କାର୍ଯ୍ୟବନ୍ଦ କରିଛନ୍ତି।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଯାଜପୁର
author img

By

Published : Feb 13, 2019, 11:00 AM IST

ଯାଜପୁର: ଅଖିଳ ଭାରତ ଆଇନଜୀବୀ ସଙ୍ଘର ନିଷ୍ପତ୍ତି କ୍ରମେ 5ଦଫା ଦାବିରେ ସୋମବାର ଯାଜପୁର ଜିଲ୍ଲାର ବିଭନ୍ନ କୋର୍ଟରେ ଓକିଲ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଛନ୍ତି। ଦାବି ପୂରଣ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଓକିଲ ସଂଘ ଚେତାବନୀ ଦେଇଛି।

ସଂଘର ଦାବି ଗୁଡିକ ମଧ୍ୟରେ ଅଭିଜ୍ଞ ଏବଂ ବରିଷ୍ଠ ଓକିଲଙ୍କୁ ବିଚାରକ ହେବାର ସୁଯୋଗ ଦେବା, ଜୁନିୟର ଓକିଲଙ୍କୁ 5 ବର୍ଷ ଯାଏଁ ସର୍ବନିମ୍ନ ମାସିକ 10ହଜାର ଭତ୍ତା, ସମସ୍ତ ଓକିଲଙ୍କ ବୀମା ସୁରକ୍ଷା, ଚିକିତ୍ସା ସୁବିଧା ଯୋଗାଇଦେବା ଆଦି ଦାବି ସ୍ଥାନ ପାଇଛି। ଯାଜପୁର ରୋଡ କୋର୍ଟରେ କାର୍ଯ୍ୟରତ 4ଟି ବାର ଆସୋସିଏସନର ଓକିଲ ଏହି ଆନ୍ଦୋଳନରେ ସାମିଲ ହୋଇଛନ୍ତି।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଯାଜପୁର
undefined

ଜଣାଯାଇଛି ଯେ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ଏନେଇ ଏକ ଉଚ୍ଚସ୍ତରୀୟ ଆଲୋଚନା କରାଯାଇଥିଲା । ମାତ୍ର ତାହା ଅଦ୍ୟାବଧି କାର୍ଯ୍ୟକାରୀ ହୋଇନଥିବା ଓକିଲ ସଂଘ ଅଭିଯୋଗ କରିଛି। ଏନେଇ ମିଳିତ ଓକିଲ ସଙ୍ଘ ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି। ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦତ୍ତ ସ୍ମାରକପତ୍ରକୁ କଳିଙ୍ଗନଗରର ଅତିରିକ୍ତ ଜିଲ୍ଲାପାଳ ସନ୍ତୋଷ କୁମାର ମିଶ୍ର ଗ୍ରହଣ କରିଛନ୍ତି।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

Intro:ଅଖିଳ ଭାରତ ଆଇନିଜିବୀ ସଙ୍ଘର ନିଷ୍ପତ୍ତିକ୍ରମେ 5ଦଫା ଦାବୀ ରେ ଆଜି ଯାଜପୁର ଜିଲ୍ଲା ର ବିଭନ୍ନ କୋର୍ଟରେ ଓକିଲ ମାନେ କାର୍ଯ୍ୟ ବନ୍ଦ ଆନ୍ଦୋଳନ ଜାରି ରଖିଛନ୍ତି। ଦାବୀ ଗୁଡିକ ମଧ୍ୟରେ ଅଭିଜ୍ଞ ଏବଂ ବରିଷ୍ଠ ଓକିଲଙ୍କୁ ବିଚାରକ ହେବାର ସୁଯୋଗ ଦେବା ,ଜୁନିଅର ଓକିଲଙ୍କୁ 5 ବର୍ଷ ଯାଏ ମାସିକ 10ହଜାର ଟଙ୍କାର ଷ୍ଟାଇପେଣ୍ଡ ପ୍ରଦାନ କରିବା, ସମସ୍ତ ଓକିଲଙ୍କୁ ବୀମା ସୁରକ୍ଷା ,ଚିକିତ୍ସା ସୁବିଧା ଯୋଗାଇଦେବା ଆଦି ଗୁଡିକ ସ୍ଥାନ ପାଇଛି । ଯାଜପୁର ରୋଡ କୋର୍ଟରେ କାର୍ଯ୍ୟରତ 4ଟି ବାର ଆସୋସିଏସନର ଓକିଲ ମାନେ ଏହି ଆନ୍ଦୋଳନରେ ସାମିଲ ହୋଇଛନ୍ତି।

Body:ଏନଡିଏ ସରକାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ଏନେଇ ଏକ ଉଚ୍ଚସ୍ତରୀୟ ଆଲୋଚନା କରାଯାଇଥିଲେ ହେଁ ତାହା ଅଦ୍ୟାବଧି କାର୍ଯ୍ୟକାରି ହୋଇନଥିବା ଓକିଲ ସଂଘ ମାନେ ଅଭିଯୋଗ କରିଛନ୍ତି । ଏ ନେଇ ମିଳିତ ଓକିଲ ସଙ୍ଘ ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି। ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦତ୍ତ ସ୍ମାରକପତ୍ର କୁ କଳିଙ୍ଗନଗରର ଅତିରିକ୍ତ ଜିଲ୍ଲାପାଳ ସନ୍ତୋଷ କୁମାର ମିଶ୍ର ଗ୍ରହଣ କରିଥିଲେ।
bite-1-ବିବେକାନନ୍ଦ ମହାନ୍ତି, ବରିଷ୍ଠ ଆଇନଜୀବୀ
bite-2-ସନ୍ତୋଷ କୁମାର ମିଶ୍ର, ଅତିରିକ୍ତ ଜିଲ୍ଲାପାଳ, କଳିଙ୍ଗନଗର

Conclusion:

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.