ETV Bharat / state

ଚର୍ଚ୍ଚାରେ ଯାଜପୁର ପ୍ରିନ୍ସପାଲ, କୋରୋନା ମୁକାବିଲା କରିବ ରୋବଟ - jajpur lockdown

ରୋବଟ କରିବ କୋରୋନା ଚିକିତ୍ସାରେ ସହାୟତା । ଯାଜପୁରର ଜଣେ ପ୍ରିନ୍ସିପାଲ୍ ମାନସ ରଞ୍ଜନ ମହାନ୍ତି ତିଆରି କରିଛନ୍ତି ଏକ ରୋବଟ। ଡାକ୍ତରଙ୍କୁ ଆଉ ରୋଗୀଙ୍କ ପାଖକୁ ଯିବାକୁ ପଡିବନି । ଅଧିକ ପଢନ୍ତୁ....

Principal Manas Ranjan has created a robot
ଚର୍ଚ୍ଚାରେ ଯାଜପୁର ପ୍ରିନ୍ସପାଲ, କୋରୋନା ମୁକାବିଲା କରିବ ରୋବଟ
author img

By

Published : May 5, 2020, 7:42 PM IST

ଯାଜପୁର : ରୋବଟ କରିବ କୋରୋନା ଚିକିତ୍ସାରେ ସହାୟତା । ଡାକ୍ତର କି ସ୍ବାସ୍ଥ୍ୟକର୍ମୀଙ୍କୁ ଆଉ ରୋଗୀଙ୍କ ପାଖକୁ ଯାଇ ଚିକିତ୍ସା କରିବାକୁ ପଡିବନି , କି ସଂକ୍ରମଣର ଭୟ ମଧ୍ୟ ରହିବନି । କାହିଁକିନା ଯାଜପୁର ବ୍ୟାସନଗର ଅଞ୍ଚଳର ଏକ ଘରୋଇ ସ୍କୁଲର ପ୍ରିନ୍ସିପାଲ୍ ମାନସ ରଞ୍ଜନ ମହାନ୍ତି ତିଆରି କରିଛନ୍ତି ଏକ ରୋବଟ । ଯାହାର ନାଁ ରଖିଛନ୍ତି ରୋବୋ ବାସ୍କେଟ୍ । ରୋବୋର୍ଟରେ ଲାଗିଛି କ୍ୟାମେରା, ମାଇକ୍ ଓ ସ୍ପିକର । ଯାହା ମାଧ୍ୟମରେ ଡାକ୍ତର ଦୂରରେ ରହି ମଧ୍ୟ ରୋଗୀ ସହ ଯୋଗାଯୋଗ କରିପାରିବେ । ଏଥିରେ ଅଟୋମେଟିକ୍ ସାନିଟାଇଜର ସିଷ୍ଟମ ମଧ୍ୟ ଲଗାଯାଇଛି । ଯାହା ମୋବାଇଲ ଆପ୍ ବା ରିମୋର୍ଟ ଦ୍ବାରା ପରିଚାଳିତ ହୋଇଥାଏ । ଏଇ ରୋବଟ କୋରୋନା ରୋଗୀଙ୍କୁ ମେଡିସିନ୍ ଓ ଖାଦ୍ୟ ଦେବ ।

ଚର୍ଚ୍ଚାରେ ଯାଜପୁର ପ୍ରିନ୍ସପାଲ, କୋରୋନା ମୁକାବିଲା କରିବ ରୋବଟ

ରୋବୋଟିକ୍ ସାଇନ୍ସରେ ରୁଚି ରଖୁଥିବା ମାନସଙ୍କ ଏଭଳି ଉଦ୍ୟମକୁ ପ୍ରସଂଶା କରିଛନ୍ତି ତାଙ୍କ ବନ୍ଧୁ ଓ ସହକର୍ମୀ । ସେପଟେ,କୋଭିଡ୍ ହସ୍ପିଟାଲ୍ ଓ କ୍ବାରେଣ୍ଟାଇନ ସେଣ୍ଟରକୁ ରୋବୋ ବାସ୍କେଟକୁ ପଠାଗଲେ ଚିକିତ୍ସା ଆହୁରି ସହଜ ହେବ ବୋଲି କହିଛନ୍ତି ବୁଦ୍ଧିଜୀବୀ । କୋରୋନା ପଜେଟିଭଙ୍କ ସଂଖ୍ୟା ହୁ ହୁ ହୋଇ ବଢି ଚାଲିଛି । ସଂକ୍ରମଣର ମୁକାବିଲା ପାଇଁ ବିଭିନ୍ନ ସ୍ତରରେ ଆରମ୍ଭ ହୋଇ ଯାଇଛି ଉଦ୍ୟମ । ତେବେ ମାନସ ତିଆରି କରିଥିବା ରୋବୋ ବାସ୍କେଟ୍ ଉପରେ ସରକାର ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.