ETV Bharat / state

ସ୍ବାଧୀନତା ସଂଗ୍ରାମୀଙ୍କ ନାଁ ସ୍କୁଲରୁ ହଟାଇବାରୁ ତେଜିଲା ବିବାଦ - ସ୍ବାଧୀନତା ସଂଗ୍ରାମୀ

ଯାଜପୁର ସ୍ଥିତ ବ୍ୟାସ ନଗର ଫନୀ ପାଲ ସ୍ମୃତି କମିଟି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରାଯାଇଥିଲା । ସ୍ବାଧୀନତା ସଂଗ୍ରାମୀ ତଥା ବିଶିଷ୍ଟ ସାମ୍ୟବାଦୀ ନେତା ଫନୀ ପାଲଙ୍କ ନାମକୁ ସ୍କୁଲ ନାମରୁ ଅପସାରଣ କରାଯିବା ନେଇ ଏହି ସାମ୍ବାଦିକ ସମ୍ମିଳନୀ ଡକାଯାଇଥିଲା ।

ଫନୀ ପାଲ ସ୍ମୃତି କମିଟିର ସାମ୍ବାଦିକ ସମ୍ମିଳନୀ
author img

By

Published : Aug 19, 2019, 6:45 PM IST

ଯାଜପୁର: ସ୍ବାଧୀନତା ସଂଗ୍ରାମୀ ତଥା ବିଶିଷ୍ଟ ସାମ୍ୟବାଦୀ ନେତା ଫନୀ ପାଲଙ୍କ ନାମକୁ ସ୍କୁଲ ନାମରୁ ଅପସାରଣ କରାଯିବା ଏବଂ ଫନୀ ପାଲ ପ୍ରାଥମିକ ବିଦ୍ୟାଳୟକୁ ଏକ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ସାମିଲ କରିବା ନିଷ୍ପତ୍ତି ବିରୋଧରେ ତେଜିଛି ଜନମତ । ଏହା ପ୍ରତିବାଦରେ ଯାଜପୁର ସ୍ଥିତ ବ୍ୟାସ ନଗର ଫନୀ ପାଲ ସ୍ମୃତି କମିଟି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରାଯାଇଥିଲା ।

ଫନୀ ପାଲ ସ୍ମୃତି କମିଟିର ସାମ୍ବାଦିକ ସମ୍ମିଳନୀ

ତେବେ ବିଦ୍ୟାଳୟଟି ପ୍ରାରମ୍ଭରୁ ଏ ଅଞ୍ଚଳର ଜଣେ ବର୍ଷିୟାନ୍ ସମାଜସେବୀ ତଥା ସ୍ବାଧିନତା ସଂଗ୍ରାମୀ ସ୍ବର୍ଗତଃ ଫନୀ ପାଲଙ୍କ ନାମରେ ରହିଆସିଥିଲା । ମାତ୍ର ଏବେ ଏଥିରେ କାହିଁକି ଅନ୍ତରାୟ ସୃଷ୍ଟି କରାଯାଉଛି ବୋଲି ସ୍ମୃତି କମିଟି ପକ୍ଷରୁ ପ୍ରଶ୍ନ କରାଯାଇଛି ।

ସେହିପରି କୋ-ଏଜୁକେସନ୍ ବ୍ୟବସ୍ଥାରେ ଥିବା ଏହି ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀ ସଂଖ୍ୟା 200ରୁ ଉର୍ଦ୍ଧ ହୋଇଥିବା ବେଳେ ହଠାତ୍ ଏହି ବିଦ୍ୟାଳୟକୁ ଶଶିଭୂଷଣ ବାଳିକା ଉଚ୍ଚ ବିଦ୍ୟାଳୟରେ ସାମିଲ କରାଯିବା ନେଇ ସାମ୍ବାଦିକ ସମ୍ମିଳନୀରେ ପ୍ରଶ୍ନ ଉଠାଯାଇଛି ।

ଏହାସହ ଏହି ଦୁଇ ବିଦ୍ୟାଳୟ ମଧ୍ୟରେ ଏକ ରାସ୍ତା ଯାଇଥିବାରୁ ଏହା ମଧ୍ୟ ଛାତ୍ରଛାତ୍ରୀଙ୍କ ଯାତାୟାତରେ ପ୍ରତିବନ୍ଧକ ସୃଷ୍ଟି କରିବ ବୋଲି ଯୁକ୍ତି ଦର୍ଶାଯାଇଛି । ମନମୁଖୀ ଭାବରେ ବିଦ୍ୟାଳୟର ଏପରି ନାମ ପରିବର୍ତ୍ତନ କରିବା ଦ୍ବାରା ଏହା ଲୋକଙ୍କ ଭାବନା ପ୍ରତି କୁଠାରଘାତ କରାଯାଇଛି ବୋଲି ବୁଦ୍ଧିଜୀବୀ ମତ ଦେଇଛନ୍ତି ।
ତେବେ ତୁରନ୍ତ ଏହି ନିଷ୍ପତ୍ତି ବଦଳାଇବାକୁ ଦାବି ହୋଇଛି । ନଚେତ୍ ଆଗାମୀ ଦିନରେ ଏହାକୁ ନେଇ ଆନ୍ଦୋଳନକୁ ତୀବ୍ର କରାଯିବ ବୋଲି ସାମ୍ବାଦିକ ସମ୍ମିଳନୀରେ ଚେତାବନୀ ଦିଆଯାଇଛି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

Intro:slug-pressmeet
format-avb
reporter-Gyanaranjan ojha
place-jajpur
date-19.08.19
Anchor---ସ୍ବାଧିନତା ସଂଗ୍ରାମୀ ତଥା ବିଶିଷ୍ଟ ସାମ୍ୟବାଦୀ ନେତା ଫନୀ ପାଲଙ୍କ ନାମକୁ ସ୍କୁଲ ନାମରୁ ଅପସାରଣ କରାଯିବା ଏବଂ ଫନୀ ପାଲ ପ୍ରାଥମିକ ବିଦ୍ୟାଳୟକୁ ଏକ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ସାମିଲ କରିବା ନିଷ୍ପତ୍ତି ବିରୋଧରେ ତେଜିଛି ଜନମତ । ଏହା ପ୍ରତିବାଦରେ ଫନୀ ପାଲ ସ୍ମୃତି କମିଟି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରାଯାଇଥିଲା । 1ମ ତଃ ଅଞ୍ଚଳ ବାସୀଙ୍କ ଦ୍ବାରା ଏହି ବିଦ୍ୟାଳୟଟି ପ୍ରାରମ୍ଭରୁ ଏ ଅଞ୍ଚଳର ଜଣେ ବର୍ଷିୟାନ୍ ସମାଜସେବୀ ତଥା ସ୍ବାଧିନତା ସଂଗ୍ରାମୀ ସ୍ବର୍ଗତଃ ଫନୀ ପାଲଙ୍କ ନାମରେ ରହିଆସିଥିବା ବେଳେ ଏଥିରେ କାହିଁକି ଅନ୍ତରାୟ ସୃଷ୍ଟି କରାଯାଉଛି ବୋଲି ସ୍ମୃତି କମିଟି ପକ୍ଷରୁ ପ୍ରଶ୍ନ କରାଯାଇଛି । 2ୟ ତଃ କୋ-ଏଜୁକେସନ୍ ବ୍ୟବସ୍ଥାରେ ଥିବା ଏହି ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀ ସଂଖ୍ୟା 200ରୁ ଉର୍ଦ୍ଧ ହୋଇଥିବା ବେଳେ ହଠାତ୍ ଏହି ବିଦ୍ୟାଳୟକୁ ଶଶିଭୂଷଣ ବାଳିକା ଉଚ୍ଚ ବିଦ୍ୟାଳୟରେ ସାମିଲ କରାଯିବା ନେଇ ସାମ୍ବାଦିକ ସମ୍ମିଳନୀରେ ପ୍ରଶ୍ନ ଉଠାଯାଇଛି । 3ୟ ତଃ ଏହି ଦୁଇ ବିଦ୍ୟାଳୟ ମଧ୍ୟରେ ଏକ ରାସ୍ତା ଯାଇଥିବାରୁ ଏହା ମଧ୍ୟ ଛାତ୍ରଛାତ୍ରୀଙ୍କ ଯାତାୟାତରେ ପ୍ରତିବନ୍ଧକ ସୃଷ୍ଟି କରିବ ବୋଲି ଯୁକ୍ତି ଦର୍ଶାଯାଇଛି । ମନମୁଖୀ ଭାବରେ ବିଦ୍ୟାଳୟର ଏପରି ନାମ ପରିବର୍ତ୍ତନ କରିବା ଦ୍ବାରା ଏହା ଲୋକଙ୍କ ଭାବନା ପ୍ରତି କୁଠାରଘାତ କରାଯାଇଛି ବୋଲି ବୁଦ୍ଧିଜୀବୀ ମତ ଦେଇଛନ୍ତି । ତୁରନ୍ତ ଏହି ନିଷ୍ପତ୍ତି ବଦଳାଇବାକୁ ଦାବୀ ହୋଇଛି । ନଚେତ୍ ଆଗାମୀ ଦିନରେ ଏହାକୁ ନେଇ ଦୁର୍ବାର ଆନ୍ଦୋଳନ କରାଯିବ ବୋଲି ସାମ୍ବାଦିକ ସମ୍ମିଳନୀରେ ଚେତାବନୀ ଦିଆଯାଇଛି ।
bite-01--ଡାକ୍ତର ମଦନ ମୋହନ ଜେନା, ଆବାହକ, ଫନୀ ପାଲ୍ ସ୍ମୃତି କମିଟି
bite-02--ବିଦ୍ୟାଧର ମହାନ୍ତି, ବୁଦ୍ଧିଜୀବୀ
Body:NewsConclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.