ETV Bharat / state

ବିଭିନ୍ନ ଦାବି ନେଇ ବୁଣାକାର ସଙ୍ଘର ସାମ୍ବାଦିକ ସମ୍ମିଳନୀ - weavers union in kanheipur

ବ୍ୟାସନଗର କହ୍ନେଇପୁର ସ୍ଥିତ ବୁଣାକାର ସଙ୍ଘ କାର୍ଯ୍ୟାଳୟ ଠାରେ ବିଭିନ୍ନ ସମସ୍ୟାର ସମାଧାନ ଦାବିରେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ । ବନ୍ୟା ପାଣି ଘରେ ପଶିଯିବା ହେତୁ ବହୁ ଲୋକଙ୍କ ଘର, ତନ୍ତ, ସୁତା ଓ ଉତ୍ପାଦିତ ସାମଗ୍ରୀ ନଷ୍ଟ ହୋଇଥିଲା । ଅଧିକ ପଢନ୍ତୁ...

ବୁଣାକାର ସଙ୍ଘର ବିଭିନ୍ନ ଦାବି ନେଇ ସାମ୍ବାଦିକ ସମ୍ମିଳନୀ

author img

By

Published : Apr 11, 2021, 6:04 PM IST

ଯାଜପୁର: ବ୍ୟାସନଗର କହ୍ନେଇପୁର ସ୍ଥିତ ବୁଣାକାର ସଙ୍ଘ କାର୍ଯ୍ୟଳୟ ଠାରେ ବିଭିନ୍ନ ସମସ୍ୟାର ସମାଧାନ ଦାବିରେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ । ଗତ ବର୍ଷ ଅଗଷ୍ଟ ମାସ ବ୍ରାହ୍ମଣୀ ନଦୀରେ ଆସିଥିବା ବନ୍ୟା ରାଜ୍ୟର ପ୍ରସିଦ୍ଧ ବୟନ ଗ୍ରାମ ଗୋପାଳପୁର ବୁଣାକାରଙ୍କ ନାହିଁ ନଥିବା କ୍ଷତି କରିଥିଲା । ବନ୍ୟା ପାଣି ଘରେ ପଶିଯିବା ହେତୁ ବହୁ ଲୋକଙ୍କ ଘର, ତନ୍ତ, ସୁତା ଓ ଉତ୍ପାଦିତ ସାମଗ୍ରୀ ନଷ୍ଟ ହୋଇଥିଲା । ଏହି ନଷ୍ଟକୁ ନଜର କରି ରାଜ୍ୟ ସରକାରଙ୍କ ପକ୍ଷରୁ ବୁଣାକାରଙ୍କୁ ବନ୍ୟା ସହାୟତା ୪୧୦୦ ଟଙ୍କା ଲେଖାଏଁ ପ୍ରଦାନ ନିମନ୍ତେ ଘୋଷଣା କରିଥିଲେ । ଯାହାର ଫଳ ସ୍ୱରୂପ, ଗତ ଫେବୃୟାରୀ ମାସରେ ବୁଣାକାରଙ୍କ ପାଇଁ ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର ପାଖାପାଖି ୩୩ ଲକ୍ଷ ଟଙ୍କାର ଅନୁଦାନ ପ୍ରଦାନ କରିଛନ୍ତି । ଯାହାକି ଏଯାବତ ଏମାନଙ୍କୁ ମିଳିପାରି ନାହିଁ ।

ବୁଣାକାର ସଙ୍ଘର ବିଭିନ୍ନ ଦାବି ନେଇ ସାମ୍ବାଦିକ ସମ୍ମିଳନୀ

ଏ ସଂପର୍କରେ ମୁଖ୍ୟମନ୍ତ୍ରୀ, ମୁଖ୍ୟଶାସନ ସଚିବ, ରାଜ୍ୟ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ସଚିବ, ବିଭାଗୀୟ ଉପ ନିର୍ଦ୍ଦେଶକ ଓ ନିର୍ଦ୍ଦେଶକଙ୍କୁ ଜଣାଇଥିବା ସତ୍ତ୍ବେ କୌଣସି ସୁଫଳ ମିଳିପାରି ନାହିଁ । ଗୋପାଳପୁର ବୁଣାକାରଙ୍କ ଉପରୋକ୍ତ ସମସ୍ୟାର ସମାଧାନ ସହ ଯଥାଶୀଘ୍ର ବନ୍ୟା ସହାୟତା ରାଶି ପ୍ରଦାନ ନିମନ୍ତେ ବାରମ୍ବାର ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରି ଆସୁଛି ହେଲେ, ତାଙ୍କ ଦାବି ପ୍ରତି କେହି ଦୃଷ୍ଟି ଦେଉନଥିବା ଅଭିଯୋଗ କରିଛନ୍ତି । ସେପଟେ ଆଗାମୀ ସପ୍ତାହକ ମଧ୍ୟରେ ବନ୍ୟା ସହାୟତା ରାଶି ପ୍ରଦାନ କରାନଗଲେ, ଏପ୍ରିଲ ମାସ ଶେଷ ସପ୍ତାହରେ ଓଡିଶା ଶିଳ୍ପୀ ମହାସଂଘ ଗୋପାଳପୁର ଶାଖା ପକ୍ଷରୁ ଭୁବନେଶ୍ୱର ରାଜ୍ୟବୟନ ଶିଳ୍ପ ନିର୍ଦ୍ଦେଶାଳୟ ସମ୍ମୁଖରେ ଶାନ୍ତିପୂର୍ଣ୍ଣ ଭାବେ ବିକ୍ଷୋଭ ପ୍ରଦର୍ଶନ ଓ ଗଣଧାରଣା ଦିଆଯିବ ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.