ETV Bharat / state

ଗାଡି଼ ଚାଳକଙ୍କ ଉପସ୍ଥିତି ବୁଦ୍ଧି ଯୋଗୁଁ ଲୁଟ ଉଦ୍ୟମ ପଣ୍ଡ, ଆକ୍ରମଣର ଭିଡିଓ ଭାଇରାଲ

ଯାଜପୁରରେ କଳିଙ୍ଗନଗର ଶିଳ୍ପାଞ୍ଚଳର ରାଜରାସ୍ତାରେ ବିଳମ୍ବିତ ରାତ୍ରିରେ ଲୁଟ ଉଦ୍ୟମ ହୋଇଛି । ଅଧିକ ପଢନ୍ତୁ...

Presence of mind of driver failed looting efforts by looteras in Jajpur
ଗାଡି଼ ଚାଳକଙ୍କ ଉପସ୍ଥିତି ବୁଦ୍ଧି ଯୋଗୁଁ ଲୁଟ ଉଦ୍ୟମ ପଣ୍ଡ
author img

By

Published : Dec 20, 2020, 7:03 PM IST

ଯାଜପୁର: ଜିଲ୍ଲାର କଳିଙ୍ଗନଗର ଶିଳ୍ପାଞ୍ଚଳର ରାଜରାସ୍ତାରେ ବିଳମ୍ବିତ ରାତ୍ରିରେ ଲୁଟ ଉଦ୍ୟମ ହୋଇଛି । ଦୁର୍ବୃତ୍ତମାନେ ଏକ ଗାଡି଼କୁ ଅଟକାଇ ଲୁଟ କରିବାକୁ ଉଦ୍ୟମ କରୁଥିବା ବେଳେ ଗାଡ଼ି ଚାଳକଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଏକ ନିଶ୍ଚିତ ଲୁଟରୁ ସେ ବର୍ତ୍ତି ଯାଇଛନ୍ତି । ତେବେ କାରର ଡେସବୋର୍ଡ କ୍ୟାମେରା ଏହି ଦୃଶ୍ୟଟି କଏଦ ହୋଇ ଏବେ ଭାଇରାଲ ହେଉଛି ।

ଗାଡି଼ ଚାଳକଙ୍କ ଉପସ୍ଥିତି ବୁଦ୍ଧି ଯୋଗୁଁ ଲୁଟ ଉଦ୍ୟମ ପଣ୍ଡ

ମିଳିଥିବା ସୂଚନା ମୁତାବକ, ଏକ ଶିଳ୍ପ ସଂସ୍ଥାର ଜଣେ ବରିଷ୍ଠ ଅଧିକାରୀ ବିଳମ୍ବିତ ରାତିରେ ଏହି ରାସ୍ତା ଦେଇ ଯାଉଥିବା ସମୟରେ ଡୁବୁରୀ କଲେଜ ନିକଟରେ 5ରୁ 6 ଜଣ ଦୁର୍ବୃତ୍ତ ତାଙ୍କୁ ଅଟକାଇଥିଲେ। ସେମାନେ କାରକୁ ଘେରି ଗାଡ଼ି ଚାଳକଙ୍କୁ ଆକ୍ରମଣ କରିବାକୁ ଉଦ୍ୟମ କରୁଥିଲେ । ଏହି ଦୁର୍ବୃତ୍ତମାନେ ହାତରେ ଅସ୍ତ୍ରଶସ୍ତ୍ର ଧରିଥିବା ଦେଖି କାର ଚଳାଉଥିବା ବ୍ୟକ୍ତି ଜଣକ ନିଜ ଉପସ୍ଥିତ ବୁଦ୍ଧି ପ୍ରୟୋଗ କରି କାରକୁ ଦୃତଗତିରେ ପଛକୁ ନେଇଆସିଥିଲେ।

ଏହି ସମୟର ଦୃଶ୍ୟ କାରରେ ଲାଗିଥିବା ଡେସବୋର୍ଡ କ୍ୟାମେରାରେ ସମ୍ପୂର୍ଣ୍ଣ କଏଦ ହୋଇଯାଇଥିଲା । ଏହି ଭିଜୁଆଲ ଏବେ ଭାଇରାଲ ହେବାରେ ଲାଗିଛି। ତେବେ ଏପର୍ଯ୍ୟନ୍ତ ଘଟଣା ସମ୍ପର୍କରେ ଥାନାରେ କୌଣସି ଅଭିଯୋଗ ହୋଇନାହିଁ ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.