ଯାଜପୁର: ଆସନ୍ତାକାଲି(ରବିବାର) କଳିଙ୍ଗନଗର ଗୁଳିକାଣ୍ଡକୁ 16 ବର୍ଷ ପୁରିବ । ଏହି ଦିବସକୁ ସହିଦ ଦିବସ ଭାବେ ପାଳନ କରିବ ବିସ୍ଥାପନ ବିରୋଧୀ ଜନମଞ୍ଚ । ଏଥିପାଇଁ ବିସ୍ଥାପନ ବିରୋଧୀ ଜନମଞ୍ଚ ପକ୍ଷରୁ ବ୍ୟାପକ ଆୟୋଜନ କରାଯାଇଛି ।
ଗତକାଲି ଗୁଳିକାଣ୍ଡ ସ୍ଥଳ ଚମ୍ପାକୋଇଲ ଠାରେ ସହୀଦ ପରିବାର ପୂଜାର୍ଚ୍ଚନା କରିବା ପରେ ଏକ ଶୋଭାଯାତ୍ରାରେ ସମାଧିସ୍ଥଳ ଆମ୍ବଗଡ଼ିଆ ଠାରେ ଏକାଠି ହେବେ । କୋରୋନା କଟକଣା ମଧ୍ୟରେ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ କେବଳ ସ୍ଥାନୀୟ ଆଦିବାସୀ ସାମିଲ ହେବେ । ସେପଟେ ସୁରକ୍ଷା ବ୍ୟବସ୍ଥା ଦୃଷ୍ଟିରୁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି ।
ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ